Advertisment

ପାକିସ୍ତାନର ହାତ ଛାଡ଼ିଦେଲା ତାଲିବାନ, କହିଲା-ନିଜ ସମସ୍ୟା, ନିଜେ ସମ୍ଭାଳ

କାବୁଲ: ପାକିସ୍ତାନକୁ ଲାଗିଲା ବଡ଼ ଝଟ୍‌କା। ଯେଉଁ ଆଶା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଲିବାନର ସମର୍ଥନ କରୁଥିଲେ ସେହି ଆଶା ଏବେ ତାଙ୍କର ଧୂଳିସାତ୍ ହୋଇଛି। ତାଲିବାନ ଏବେ ତାଙ୍କ ହାତ ଛାଡି ଦେଇଛି। ପାକିସ୍ତାନ ଭାବି ଥିଲା, ଯେ ତାଲିବାନ ତେହେରିକ-ଇ-ତାଲିବାନର ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ।, କିନ୍ତୁ କାବୁଲକୁ କବ୍‌ଜା କରିଥିବା ତାଲିବାନୀ ସଂଗଠନ ଏହା କରିବା ନେଇ ଏବେ ମନା କରି ଦେଇଛି। ତାଲିବାନ ପାକିସ୍ତାନକୁ ଖୋଲାଖୋଲି ଭାବେ […]

ଅଦ୍ୟତନ ହୋଇଛି
ପାକିସ୍ତାନର ହାତ ଛାଡ଼ିଦେଲା ତାଲିବାନ, କହିଲା-ନିଜ ସମସ୍ୟା, ନିଜେ ସମ୍ଭାଳ

Taliban on Pakistan

Advertisment

କାବୁଲ: ପାକିସ୍ତାନକୁ ଲାଗିଲା ବଡ଼ ଝଟ୍‌କା। ଯେଉଁ ଆଶା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଲିବାନର ସମର୍ଥନ କରୁଥିଲେ ସେହି ଆଶା ଏବେ ତାଙ୍କର ଧୂଳିସାତ୍ ହୋଇଛି। ତାଲିବାନ ଏବେ ତାଙ୍କ ହାତ ଛାଡି ଦେଇଛି।

Advertisment

ପାକିସ୍ତାନ ଭାବି ଥିଲା, ଯେ ତାଲିବାନ ତେହେରିକ-ଇ-ତାଲିବାନର ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିବ।, କିନ୍ତୁ କାବୁଲକୁ କବ୍‌ଜା କରିଥିବା ତାଲିବାନୀ ସଂଗଠନ ଏହା କରିବା ନେଇ ଏବେ ମନା କରି ଦେଇଛି। ତାଲିବାନ ପାକିସ୍ତାନକୁ ଖୋଲାଖୋଲି ଭାବେ କହିଛି ଯେ, ତେହେରିକ-ଇ-ତାଲିବାନ ହେଉଛି ପାକିସ୍ତାନର ସମସ୍ୟା, ତେଣୁ ନିଜ ସମସ୍ୟା ନିଜେ ସମ୍ଭାଳ। ତାଲିବାନ ସ୍ପଷ୍ଟ ଭାବେ କହିଛି ଯେ, ଅନ୍ୟ କାହା ପାଇଁ ଆଫଗାନିସ୍ତାନ ମାଟି ବ୍ୟବହାର କରିବାକୁ ଦେବୁ ନାହିଁ।

ଶନିବାର ଦେଇଥିବା ଏକ ସାକ୍ଷାତକାରରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, 'ଟିଟିପି ହେଉଛି ଏକ ଏଭଳି ପ୍ରସଙ୍ଗ ଯାହାକୁ ଆଫଗାନିସ୍ତାନ ନୁହେଁ ପାକିସ୍ତାନକୁ ହିଁ ସାମ୍ନା କରିବାକୁ ପଡିବ। ଏହା ପାକିସ୍ତାନୀ ଉଲେମା ଏବଂ ଧାର୍ମିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ, ତାଲିବାନର ନୁହେଁ।'

Advertisment

ତାଲିବାନର ଏଭଳି ଭର୍ତ୍ସନା କରିବା ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। କାରଣ କିଛି ଦିନ ପୂର୍ବରୁ ହିଁ ପାକିସ୍ତାନ ତାଲିବାନକୁ ଟିଟିପି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲା। ଏଥିସହ ପାକିସ୍ତାନ ଆଶା କରିଥିଲା ​​ଯେ ତାଲିବାନ କାବୁଲକୁ କାବୁ କରିବା ପରେ ଟିଟିପିକୁ ମଧ୍ୟ କାବୁ କରିନେବ। କିନ୍ତୁ ବର୍ତ୍ତମାନ ତାଲିବାନ ଏହା କରିବାକୁ ସଫା ସଫା ମନା କରିଦେଇଛି।

ସୂଚନା ମୁତାବକ, କାବୁଲ ଉପରେ ତାଲିବାନ କବ୍‌ଜା କରିବା ପରେ ତେହେରିକ-ଇ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଅନେକ ବ୍ୟକ୍ତି ଆଫଗାନିସ୍ତାନ ଜେଲ୍‌ରୁ ମୁକ୍ତ ହୋଇଛନ୍ତି।

Pakistan Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe