Advertisment

ନୃଶଂସ: ମୃତଦେହ ସହ ବି ଦୁଷ୍କର୍ମ କରନ୍ତି ତାଲିବାନୀ

କାବୁଲ: ଆଫଗାନସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆଫଗାନକୁ ଦଖଲ କରିବା ପରେ ତାଲିବାନୀମାନେ ଗୋଟିଏ ପରେ ଗୋଟିଏ ନୃଶଂସକାଣ୍ଡ ଘଟାଇବାରେ ଲାଗିଛନ୍ତି। ବିଶେଷ କରି ମହିଳାମାନେ ତାଲିବାନୀ ବର୍ବରତାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଅନେକ ମହିଳା ଦେଶ ଛାଡ଼ି ଚାଲି ଯାଉଛନ୍ତି। ଏସବୁ ଭିତରେ ତାଲିବାନୀଙ୍କ କଳାକାରନାମାର ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ନିଷ୍ଠୁର ତାଲିବାନୀମାନେ ମହିଳାଙ୍କ ମୃତଦେହ ସହ ବି ଦୁଷ୍କର୍ମ କରି ଏହାକୁ ଖିନଭିନ କରି ପକାନ୍ତି ବୋଲି […]

ନୃଶଂସ: ମୃତଦେହ ସହ ବି ଦୁଷ୍କର୍ମ କରନ୍ତି ତାଲିବାନୀ

Taliban4

Advertisment

କାବୁଲ: ଆଫଗାନସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆଫଗାନକୁ ଦଖଲ କରିବା ପରେ ତାଲିବାନୀମାନେ ଗୋଟିଏ ପରେ ଗୋଟିଏ ନୃଶଂସକାଣ୍ଡ ଘଟାଇବାରେ ଲାଗିଛନ୍ତି। ବିଶେଷ କରି ମହିଳାମାନେ ତାଲିବାନୀ ବର୍ବରତାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଅନେକ ମହିଳା ଦେଶ ଛାଡ଼ି ଚାଲି ଯାଉଛନ୍ତି।

Advertisment

ଏସବୁ ଭିତରେ ତାଲିବାନୀଙ୍କ କଳାକାରନାମାର ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ନିଷ୍ଠୁର ତାଲିବାନୀମାନେ ମହିଳାଙ୍କ ମୃତଦେହ ସହ ବି ଦୁଷ୍କର୍ମ କରି ଏହାକୁ ଖିନଭିନ କରି ପକାନ୍ତି ବୋଲି ଆଫଗାନରୁ ଫେରାର ହୋଇଥିବା ଜଣେ ମହିଳା ଖୁଲାସା କରିଛନ୍ତି।

ଆଫଗାନ ପୁଲିସ୍‌ରେ କାମ କରୁଥିବା ମୁସ୍କାନ ନାମକ ଜଣେ ମହିଳା ତାଲିବାନ ଭୟରେ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଆଫଗାନ ଛାଡ଼ିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ସେ କହିଛନ୍ତି, ତାଲିବାନୀମାନେ ମୃତ ଶରୀରକୁ ସହ ବି ଦୁଷ୍କର୍ମ କରନ୍ତି। ସେମାନେ ବୁଝନ୍ତି ନାହିଁ ଯେ ଜଣେ ବଞ୍ଚିଛି ନା ମରିଯାଇଛି। ଆପଣ ଏପରି ବର୍ବରତା ବିଷୟରେ ଚିନ୍ତା କରିପାରୁଛନ୍ତି?

Advertisment

ସେମାନେ ପ୍ରତି ଆଫଗାନ ପରିବାରରୁ ଗୋଟିଏ ଲେଖାଏ ଝିଅ ଚାହାନ୍ତି। ସେମାନେ ଘରୁ ଝିଅ କିମ୍ବା ମହିଳାଙ୍କୁ ନିଜ ସହ ନେବାକୁ ଚେଷ୍ଟା କରନ୍ତି। ଯଦି କେହି ଏହାକୁ ପ୍ରତିବାଦ କରିବ, ତା’ହେଲେ ସେମାନଙ୍କୁ ଗୁଳି କରିବାକୁ ପଛାନ୍ତି ନାହିଁ। ପରିବାର ଲୋକଙ୍କୁ ମଧ୍ୟ ସେମାନେ ଗୁଳି ମାରିଦିଅନ୍ତି।

ଯଦି କୌଣସି ମହିଳା ସରକାରୀ ପ୍ରତିଷ୍ଠାନରେ କାମ କରୁଛନ୍ତି, ତା’ହେଲେ ତାଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଏ। ଯଦି ତୁମେମାନେ କାମକୁ ଯିବ, ତା’ହେଲେ ତୁମମାନଙ୍କ ସହ ତୁମ ପରିବାର ପ୍ରତି ବିପଦ ସୃଷ୍ଟି ହେବ ବୋଲି ଚେତାବନୀ ଦିଅନ୍ତି। ସେମାନେ ଆମକୁ ନିଜ ସହ ଯିବାକୁ କୁହନ୍ତି। ସତର୍କ କରାନ୍ତି। ଶେଷରେ ବିରୋଧ କଲେ ଗୁଳି କରି ଦିଅନ୍ତି। ମୃତ୍ୟୁ ପରେ ସେମାନେ ମହିଳାଙ୍କ ସହ ଦୁଷ୍କର୍ମ ମଧ୍ୟ କରନ୍ତି ବୋଲି ମୁସ୍କାନ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe