Advertisment

ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ, ମହିଳାଙ୍କୁ ନେଇ ଦେଲା ଏମିତି ବୟାନ

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ଆଜି ପ୍ରଥମଥର ପାଇଁ କାବୁଲରେ ଥିବା ସରକାରୀ ମିଡିଆ ଓ ସୂଚନା କେନ୍ଦ୍ର (ଜିଏମଆଇସି)ରେ ତାଲିବାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଥିବାରୁ ଭୟରେ ଲୋକମାନେ ପଳାୟନ କରୁଛନ୍ତି। ସବୁଆଡ଼େ ଭୟର ବାତାବରଣ। ହେଲେ ତାଲିବାନ ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କ ଭୟ ଓ ଆଶଙ୍କା ଦୂର କରିବାକୁ ଚେଷ୍ଟା କରିଛି। ତାଲିବାନ ଶାସନରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି କୁହାଯାଉଛି। ହେଲେ […]

author-image
Hemant Lenka
ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ, ମହିଳାଙ୍କୁ ନେଇ ଦେଲା ଏମିତି ବୟାନ

Taliban

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ଆଜି ପ୍ରଥମଥର ପାଇଁ କାବୁଲରେ ଥିବା ସରକାରୀ ମିଡିଆ ଓ ସୂଚନା କେନ୍ଦ୍ର (ଜିଏମଆଇସି)ରେ ତାଲିବାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଥିବାରୁ ଭୟରେ ଲୋକମାନେ ପଳାୟନ କରୁଛନ୍ତି। ସବୁଆଡ଼େ ଭୟର ବାତାବରଣ। ହେଲେ ତାଲିବାନ ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କ ଭୟ ଓ ଆଶଙ୍କା ଦୂର କରିବାକୁ ଚେଷ୍ଟା କରିଛି।

Advertisment

ତାଲିବାନ ଶାସନରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି କୁହାଯାଉଛି। ହେଲେ ତାଲିବାନ ମହିଳାଙ୍କ କ୍ଷେତ୍ରରେ କୌଣସି ପାତରଅନ୍ତର କରାଯିବ ନାହିଁ ଓ ଦେଶରେ ଶରିଆ ଆଇନ ଲାଗୁ କରାଯିବ ବୋଲି କହିଛି। ଏଥିସହ ସାରା ବିଶ୍ୱ ତାଲିବାନକୁ ମାନ୍ୟତା ଦେଉ ବୋଲି ସଂଗଠନ ନିବେଦନ କରିଛି।

ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, “ମୁଁ ପ୍ରଥମେ ଆଫଗାନ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବି। କାରଣ ସେମାନେ ଆମେରିକା ହୁକୁମାତିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଇସଲାମ ଅନୁସାରେ ମହିଳାମାନଙ୍କୁ ସବୁ ପ୍ରକାରର ସୁରକ୍ଷା ଓ ଅଧିକାର ମିଳିବ। ମହିଳାମାନେ ସ୍ୱାସ୍ଥ୍ୟ ଓ ଅନ୍ୟ କ୍ଷେତ୍ରରେ କାମ କରିପାରିବେ।

Advertisment

ମହିଳାଙ୍କ କ୍ଷେତ୍ରରେ କୌଣସି ପ୍ରକାରର ପାତରଅନ୍ତର କରାଯିବ ନାହିଁ। କିନ୍ତୁ ସେମାନଙ୍କୁ ଶରିଆରେ ଥିବା ନିୟମ ଅନୁସାରେ ସବୁ କିଛି କରିବାକୁ ପଡ଼ିବ। ଆମର କାହା ପ୍ରତି କୌଣସି ରାଗ ନାହିଁ। ଆମେ ସମସ୍ତଙ୍କୁ କ୍ଷମା କରିଦେଇଛୁ। ଆମେ ଖୁବଶୀଘ୍ର ଗୋଟିଏ ବୁଝାମଣା କରି ଦେଶରେ ଇସଲାମିକ ସରକାର ପ୍ରତିଷ୍ଠା କରିବୁ। ଆମର ଯୋଦ୍ଧାମାନେ ବିଭିନ୍ନ ସ୍ଥାନରେ ମୁତୟନ ହେବାରୁ ଦେଶର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସୁଛି।”

ମୁଜାହିଦ ଆହୁରି କହିଛନ୍ତି, ବିଦେଶୀ ଦୂତାବାସର ସୁରକ୍ଷା ତାଲିବାନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ ଏହାର ସୁରକ୍ଷା ପ୍ରତି ସେମାନେ ପ୍ରତିଶ୍ରୁତିବଦ୍ଧ। ଆମେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ କହିବାକୁ ଚାହୁଁଛୁ ଯେ ଆମ ମାଟି କେବେ ହେଲେ ସେମାନଙ୍କ ବିରୋଧରେ ବ୍ୟବହାର ହେବନାହିଁ। ଅନ୍ତର୍ଜାତୀୟ ସମୁହ ମଧ୍ୟ ଆମ ସରକାରକୁ ମାନ୍ୟତା ଦିଅନ୍ତୁ। ଆମେ କାହା ଉପରେ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିବୁ ନାହିଁ।


ଲୋକଙ୍କ ସମ୍ମାନକୁ ଆଧାରଣ କରି ଏଠାରେ ନିୟମ ପ୍ରଣୟନ ହେବ। ତେଣୁ ଏହାକୁ ସମସ୍ତେ ସମ୍ମାନ କରିବେ। ଲୋକଙ୍କ ଜୀବନ ଧାରଣ କ୍ଷମତା ସହ ଅର୍ଥନୀତିରେ ଉନ୍ନତି ଆଣିବାକୁ ବ୍ୟବସ୍ଥା ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମିଡିଆ ସ୍ୱାଧୀନତା ଉପରେ ମଧ୍ୟ ମୁଜାହିଦ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ସମସ୍ତ ମିଡିଆ ସଂସ୍ଥା ପୂର୍ବଭଳି ଏଠାରେ କାମ କରିପାରିବେ। କିନ୍ତୁ ସେମାନଙ୍କୁ ୩ଟି ପରାମର୍ଶ ଦିଆଯାଉଛି। ଇସଲାମକୁ ଆଘାତ ଦେବା ବଳି କୌଣସି ଖବର କେହି ବି ପ୍ରକାଶ କରିପାରିବେ ନାହିଁ। ସେମାନେ ନିରପେକ୍ଷ ରହିବେ। ସେହିପରି ଆମ ଜାତୀୟ ସ୍ୱାର୍ଥ ବିରୋଧରେ କୌଣସି ଗଣମାଧ୍ୟମ କିଛି ବି ପ୍ରସାରଣ କରିବେ ନାହିଁ ବୋଲି ସେ କହିଛନ୍ତି।