Advertisment

ମହିଳାଙ୍କ ପାଇଁ ୯୦ଦଶକର ନିର୍ଦ୍ଦେଶ ଦୋହରାଇଲା ତାଲିବାନ

କାବୁଲ: ଆଫଗାପିସ୍ତାନରେ ଆରମ୍ଭ ହୋଇଯାଇଛି ତାଲିବାନୀ ଶାସନ। ଶାନ୍ତ ଶାସନ କରିବାକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ ଧୀରେ ଧୀରେ ତା’ର ଅସଲ ମୁଖା ଦେଖାଉଛି। ଆରମ୍ଭ କରିଛି କ୍ରୁର ଶାସନ। ମହିଳାଙ୍କୁ ସରକାରରେ ସ୍ଥାନ ଦେବକୁ କହୁଥିବା ତାଲିବାନ ଏବେ ତାଙ୍କ ପ୍ରତି ହୋଇଛି କଠୋର। ଆଫଗାନିସ୍ତାନର ମହିଳାଙ୍କ ପାଇଁ ଏବେ ପୁଣି ୯୦ ଦଶକର ନିର୍ଦ୍ଦେଶକୁ ଦୋହରାଇଛି ତାଲିବାନ। ମହିଳାମାନଙ୍କୁ ଘରେ ରହିବାକୁ ତାଲିବାନ ନିର୍ଦ୍ଦେଶ ଦେଇଛି। ଆଫଗାନିସ୍ତାନର ରାଜଧାନୀ କାବୁଲର ମେଅର ସହରର କର୍ମଜୀବୀ […]

author-image
Madhupriya Mistry
ମହିଳାଙ୍କ ପାଇଁ ୯୦ଦଶକର ନିର୍ଦ୍ଦେଶ ଦୋହରାଇଲା ତାଲିବାନ

Afganistan women

କାବୁଲ: ଆଫଗାପିସ୍ତାନରେ ଆରମ୍ଭ ହୋଇଯାଇଛି ତାଲିବାନୀ ଶାସନ। ଶାନ୍ତ ଶାସନ କରିବାକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ ଧୀରେ ଧୀରେ ତା'ର ଅସଲ ମୁଖା ଦେଖାଉଛି। ଆରମ୍ଭ କରିଛି କ୍ରୁର ଶାସନ। ମହିଳାଙ୍କୁ ସରକାରରେ ସ୍ଥାନ ଦେବକୁ କହୁଥିବା ତାଲିବାନ ଏବେ ତାଙ୍କ ପ୍ରତି ହୋଇଛି କଠୋର। ଆଫଗାନିସ୍ତାନର ମହିଳାଙ୍କ ପାଇଁ ଏବେ ପୁଣି ୯୦ ଦଶକର ନିର୍ଦ୍ଦେଶକୁ ଦୋହରାଇଛି ତାଲିବାନ।

Advertisment

ମହିଳାମାନଙ୍କୁ ଘରେ ରହିବାକୁ ତାଲିବାନ ନିର୍ଦ୍ଦେଶ ଦେଇଛି। ଆଫଗାନିସ୍ତାନର ରାଜଧାନୀ କାବୁଲର ମେଅର ସହରର କର୍ମଜୀବୀ ମହିଳାଙ୍କୁ ଘରେ ରହିବାକୁ କହିଛନ୍ତି। କାବୁଲର ମଧ୍ୟବର୍ତ୍ତୀକାଳୀନ ମେଅର ହମଦୁଲ୍ଲାହ ନାମୋନି ରବିବାର କହିଛନ୍ତି, ଯେଉଁଠି ପୁରୁଷମାନେ କାମ କରୁନଥିବେ ସେହି ସ୍ଥାନକୁ କାମ କରିବା ପାଇଁ ମହିଳାମାନେ ଯାଇପାରିବେ। ପୁରୁଷ ଥିବା ସ୍ଥାନ କିମ୍ବା ଅଫିସକୁ ମହିଳାମାନେ ଯାଇପାରିବେ ନାହିଁ।

ଏହି ନିର୍ଦ୍ଦେଶରୁ ଏହା ଜଣାପଡୁଛି ଯେ, ତାଲିବାନ ଏବେ ମହିଳାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛି। ୧୯୯୦ ଦଶକରେ ତାଲିବାନ ନିଜ ଶାସନରେ ବାଳିକା ଏବଂ ମହିଳାଙ୍କୁ ସ୍କୁଲ ତଥା କାମକୁ ଯିବା ଉପରେ ରୋକ ଲଗାଇଥିଲା।

Advertisment

ନାମୋନି କହିଛନ୍ତି, କାବୁଲ ମ୍ୟୁନିସିପାଲିଟି ବିଭାଗରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବର୍ତ୍ତମାନ ସେମାନଙ୍କୁ ଦରମା ମିଳିବ। ଗତ ମାସରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା, ସେତେବେଳେ କାବୁଲର ୩ହଜାର କର୍ମଚାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା ଶ୍ରମିକ ଥିଲେ ବୋଲି କାବୁଲର ମଧ୍ୟବର୍ତ୍ତୀକାଳୀନ ମେୟର ନାମୋନି କହିଛନ୍ତି ।

ସେପଟେ ମେଅରଙ୍କ ଏଭଳି ନିର୍ଦ୍ଦେଶ ଆସିବା ପରେ ଆଫଗାନିସ୍ତାନର ମହିଳାଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ବିଶେଷ କରି କର୍ମଜୀବୀ ମହିଳାମାନେ ଅଧିକ ଚିନ୍ତିତ ହୋଇପଡିଛନ୍ତି। ସେମାନେ ଏବେ ନିଜ କାମ ଛାଡି ଘରେ ବସିବାକୁ ବାଧ୍ୟ ହେବେ ।

Kabul