Advertisment

ସାମ୍ବାଦିକଙ୍କୁ ନ ପାଇବାରୁ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କଲେ ତାଲିବାନୀ

କାବୁଲ: ପୁଣିଥରେ ତାଲିବାନୀଙ୍କ ବର୍ବରତା ସାମ୍ନାକୁ ଆସିଛି। ସେମାନେ Deutsche Welleର ଜଣେ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଲିବାନୀମାନେ ପ୍ରକୃତରେ ସାମ୍ବାଦିକଙ୍କୁ ଖୋଜୁଥିଲେ। ତାଙ୍କର ପତ୍ତା ନ ମିଳିବାରୁ ସେମାନେ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ଜର୍ମାନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସାମ୍ବାଦିକ ଜଣଙ୍କ ଜର୍ମାନୀରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ତାଲିବାନୀମାନେ କାବୁଲ ଦଖଲ କରିବା ପରେ ଘର ଘର ବୁଲି ଖୋଜିଥିଲେ। ହେଲେ ତାଙ୍କର ପତ୍ତା […]

ଅଦ୍ୟତନ ହୋଇଛି
ସାମ୍ବାଦିକଙ୍କୁ ନ ପାଇବାରୁ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କଲେ ତାଲିବାନୀ

Talibans2

Advertisment

କାବୁଲ: ପୁଣିଥରେ ତାଲିବାନୀଙ୍କ ବର୍ବରତା ସାମ୍ନାକୁ ଆସିଛି। ସେମାନେ Deutsche Welleର ଜଣେ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଲିବାନୀମାନେ ପ୍ରକୃତରେ ସାମ୍ବାଦିକଙ୍କୁ ଖୋଜୁଥିଲେ। ତାଙ୍କର ପତ୍ତା ନ ମିଳିବାରୁ ସେମାନେ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ଜର୍ମାନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି।

Advertisment

ବର୍ତ୍ତମାନ ସାମ୍ବାଦିକ ଜଣଙ୍କ ଜର୍ମାନୀରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ତାଲିବାନୀମାନେ କାବୁଲ ଦଖଲ କରିବା ପରେ ଘର ଘର ବୁଲି ଖୋଜିଥିଲେ। ହେଲେ ତାଙ୍କର ପତ୍ତା ପାଇ ନଥିଲେ। ଏହି କାରଣରୁ ଆଫଗାନରେ ରହୁଥିବା ସାମ୍ବାଦିକଙ୍କ ସମ୍ପର୍କୀୟମାନଙ୍କୁ ସେମାନେ ଗୁଳି କରିଥିଲେ।

ଏଥିରେ ସାମ୍ବାଦିକଙ୍କ ଜଣେ ସମ୍ପର୍କୀୟ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତେବେ ଅନ୍ୟ ସମ୍ପର୍କୀୟମାନେ ତାଲିବାନୀଙ୍କ କବଳରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି। Deutsche Welleର ନିର୍ଦ୍ଦେଶକ ପିଟର ଲିମବର୍ଗ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।

Advertisment

ଏଥିସହ ସେ ଏହି ଘଟଣା ଆଫଗାନରେ କାମ କରୁଥିବା ସାମ୍ବାଦିକ ଓ ତାଙ୍କ ପରିବାର ପାଇଁ ବିପଦ ସୃଷ୍ଟି କରିଛି ବୋଲି କହିଛନ୍ତି। Deutsche Welle ଓ ଅନ୍ୟ ଜର୍ମାନ ଗଣମାଧ୍ୟମ ନିଜ ସରକାରଙ୍କ ଠାରୁ ଆଫଗାନରେ ଥିବା କର୍ମଚାରୀଙ୍କ ସୁରକ୍ଷା ଦାବି କରିଛନ୍ତି।

ଆଫଗାନ ଦଖଲ କରିବା ପରେ ତାଲିବାନ ମିଡିଆ ସ୍ୱାଧୀନତା ଓ ସର୍ବକ୍ଷମା କଥା କହିଥିଲା। ହେଲେ ଏବେ ତାଲିବାନୀମାନେ ଉକ୍ତ କଥାକୁ ମିଥ୍ୟା ପ୍ରମାଣିତ କରି ସାମ୍ବାଦିକ ଓ ଅନ୍ୟମାନଙ୍କ ଉପରେ ଜୁଲୁମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe