Advertisment

ମହିଳାଙ୍କୁ ମାରି କୁକୁରଙ୍କୁ ଖାଇବାକୁ ଦିଏ ତାଲିବାନ, ବର୍ବରତାର କାହାଣୀ କହିଲେ ଖାତେରା

ନୂଆଦିଲ୍ଲୀ: ତାଲିବାନୀ ବର୍ବରତାର କେତେ ଭୟଙ୍କର ଏହାକୁ କେବଳ ସେହିମାନେ ବୁଝିପାରିବେ ଯେଉଁମାନେ ଏହାକୁ ଅଙ୍ଗେ ନିଭାଇଛନ୍ତି। ତାଲିବାନ କେତେ କଠୋର ଓ ନିର୍ଦ୍ଦୟ ସେମାନଙ୍କ କାର୍ଯ୍ୟକଳାପକୁ ଦେଖିଥିବା ଜଣେ ଆଫଗାନିସ୍ତାନ ମହିଳା ପର୍ଦ୍ଦାଫାସ କରିଛନ୍ତି। ଆଫଗାନ ଉପରେ କବଜା କରିବା ପରେ ତାଲିବାନ ନିକଟରେ କହିଥିଲା ଯେ ମହିଳାଙ୍କ ପାଇଁ ଦେଶରେ ସବୁ ପ୍ରକାରର ସ୍ୱାଧୀନତା ରହିଛି। କିନ୍ତୁ ତାଲିବାନ ଆକ୍ରମଣର ଶିକାର ହୋଇ ଅଳ୍ପକେ ବଞ୍ଚି ଯାଇଥିବା ଜଣେ ମହିଳା ଯେଉଁ ବିକଳ ଛବି […]

author-image
Hemant Lenka
ଅଦ୍ୟତନ ହୋଇଛି
ମହିଳାଙ୍କୁ ମାରି କୁକୁରଙ୍କୁ ଖାଇବାକୁ ଦିଏ ତାଲିବାନ, ବର୍ବରତାର କାହାଣୀ କହିଲେ ଖାତେରା

Taliban3

ନୂଆଦିଲ୍ଲୀ: ତାଲିବାନୀ ବର୍ବରତାର କେତେ ଭୟଙ୍କର ଏହାକୁ କେବଳ ସେହିମାନେ ବୁଝିପାରିବେ ଯେଉଁମାନେ ଏହାକୁ ଅଙ୍ଗେ ନିଭାଇଛନ୍ତି। ତାଲିବାନ କେତେ କଠୋର ଓ ନିର୍ଦ୍ଦୟ ସେମାନଙ୍କ କାର୍ଯ୍ୟକଳାପକୁ ଦେଖିଥିବା ଜଣେ ଆଫଗାନିସ୍ତାନ ମହିଳା ପର୍ଦ୍ଦାଫାସ କରିଛନ୍ତି।

Advertisment

ଆଫଗାନ ଉପରେ କବଜା କରିବା ପରେ ତାଲିବାନ ନିକଟରେ କହିଥିଲା ଯେ ମହିଳାଙ୍କ ପାଇଁ ଦେଶରେ ସବୁ ପ୍ରକାରର ସ୍ୱାଧୀନତା ରହିଛି। କିନ୍ତୁ ତାଲିବାନ ଆକ୍ରମଣର ଶିକାର ହୋଇ ଅଳ୍ପକେ ବଞ୍ଚି ଯାଇଥିବା ଜଣେ ମହିଳା ଯେଉଁ ବିକଳ ଛବି ଉପସ୍ଥାପନ କରିଛନ୍ତି, ତା’ହା କୌଣସି ନୃଶଂସ କାଣ୍ଡ ଠାରୁ କମ ନୁହେଁ।

Taliban kills women

ତାଲିବାନ ମହିଳାଙ୍କୁ ଦଣ୍ଡ ସ୍ୱରୂପ ସେମାନଙ୍କୁ ହତ୍ୟା କରୁଥିଲା। ଏହାପରେ ସେମାନଙ୍କ ଶବକୁ କୁକୁରମାନଙ୍କୁ ଖାଇବାକୁ ଦେବାର ନଜିର ରହିଛି। ଖାଲି ଏତିକି ନୁହେଁ, ମହିଳାଙ୍କ ଆଖି ତାଡ଼ିବା ଭଳି କାଣ୍ଡଭିଆଇବାକୁ ମଧ୍ୟ ତାଲିବାନୀମାନେ ପଛାନ୍ତି ନାହିଁ। ଆଫଗାନିସ୍ତାନରେ ମହିଳାମାନେ ସମ୍ମୁଖୀନ ହେଉଥିବା ଅତ୍ୟାଚାରର କାହାଣୀ ଦିଲ୍ଲୀରେ ରହୁଥିବା ଜଣେ ଆଫଗାନ ମହିଳା ଖାତେରା ସମସ୍ତଙ୍କୁ କହିଛନ୍ତି।

Advertisment

Taliban kills womenଆଫଗାନର ଘଜିନ ପ୍ରଦେଶରେ ରହୁଥିବା ୩୩ ବର୍ଷୀୟ ଖାତେରା ୨୦୨୦ ଅକ୍ଟୋବରରେ ତାଲିବାନ ବର୍ବରତାର ଶିକାର ହୋଇଥିଲେ। ତାଲିବାନ ଯୋଦ୍ଧାମାନେ ତାଙ୍କୁ ଏକାଧିକ ରାଉଣ୍ଡ ଗୁଳି ମାଡ଼ କରିଥିଲେ। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖାତେରା କହିଛନ୍ତି, “ତାଲିବାନୀଙ୍କ ନଜରରେ ମହିଳାମାନେ କେବଳ ମାଂସ ଓ ଶରୀର ଥିବା କଣ୍ଢେଇ। ସେମାନଙ୍କର ଜୀବନ ଅଛି ବୋଲି ତାଲିବାନୀମାନେ ବୁଝନ୍ତି ନାହିଁ। ସେମାନେ କେବଳ ମହିଳାମାନଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ଜାଣିଛନ୍ତି।”

ଗତବର୍ଷ ଅକ୍ଟୋବର ମାସରେ ଖାତେରା ଆକ୍ରମଣର ଶିକାର ହେବା ବେଳେ ୨ ମାସର ଗର୍ଭବତୀ ଥିଲେ। ତାଙ୍କୁ ଗୁଳିମାଡ଼ କରାଯିବା ପରେ ତାଙ୍କ ଆଖି ମଧ୍ୟ ତାଡ଼ି ଦିଆଯାଇଥିଲା। ସେ ଚିକିତ୍ସା ପାଇଁ ୨୦୨୦ ନଭେମ୍ବର ମାସରୁ ଦିଲ୍ଲୀରେ ରହିଛନ୍ତି। ଏହି ମହିଳାଙ୍କ ବାପା ତାଲିବାନର ଯୋଦ୍ଧା ଥିଲେ। ତାଙ୍କ ଉପରେ ହୋଇଥିବା ହମଲା ପଛରେ ତାଙ୍କ ବାପାଙ୍କ ହାତ ଥିଲା।

Taliban kills women

ଖାତେରା ଘଜିନ ପ୍ରଦେଶର ପୁଲିସ୍‌ ବିଭାଗରେ କାମ କରୁଥିଲେ। ଘଟଣା ଦିନ ସେ କାମ ସାରି ଘରକୁ ଫେରୁଥିବା ବେଳେ ବାଇକରେ ୩ ଜଣ ତାଲିବାନୀ ଆସି ତାଙ୍କ ପାଖରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ଖାତେରାଙ୍କ ଆଇଡି ଚେକ୍‌ କରିଥିଲେ। ଏହାପରେ ଗୁଳିମାଡ଼ କରିଥିଲେ। ତାଙ୍କ ଶରୀରରେ ୮ଟି ଗୁଳି ମାଡ଼ ହୋଇଥିଲା। ସେହିପରି ତାଙ୍କ ଶରୀରକୁ ୩ ତାଳିବାନୀ ଏକାଧିକ ଥର ଛୁରୀ ମାଡ଼ ବି କରିଥିଲେ। ସେ ଆକ୍ରମଣ ପରେ ବେହୋସ ହୋଇଯିବାରୁ ତାଲିବାନୀମାନେ ତାଙ୍କ ଦୁଇଟି ଯାକ ଆଖିକୁ ତାଡ଼ି ଦେଇଥିଲେ। ଏପରି ଅବସ୍ଥାରେ ତାଙ୍କୁ ମରିବା ପାଇଁ ଛାଡ଼ି ଚାଲି ଯାଇଥିଲେ। ତେବେ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲେ।

Taliban kills womenସେ କହିଛନ୍ତି, “ତାଲିବାନ ପ୍ରଥମେ ଆମକୁ ପ୍ରତାଡ଼ିତ କରୁଥିଲେ। ଏହାପରେ ଦଣ୍ଡ ସ୍ୱରୂପ ଆମ ଶରୀରକୁ ଖିନଭିନ କରି ପକାଉଥିଲେ। ବେଳେବେଳେ ସେମାନେ ଏତେ ନୃଶଂସ ହୋଇଯାଆନ୍ତି ଯେ ମହିଳମାନଙ୍କୁ ହତ୍ୟା କରିବା ପରେ ସର୍ବସମ୍ମୁଖରେ ଶବକୁ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି।

ମୁଁ ଭାଗ୍ୟଶାଳୀ ଥିବାରୁ ଏପରି ଘଟଣାକୁ ବର୍ତ୍ତି ଯାଇଛି। ଆଫଗାନରେ ତାଲିବାନୀ ଅଧୀନରେ ରହିବା ମରଣଯନ୍ତ୍ରଣା ଠାରୁ କମ ନୁହେଁ। ଆପଣମାନେ ବୁଝିପାରିବେ ନାହିଁ ଯେ ସେମାନେ ମହିଳା, ଛୋଟ ପିଲା ଓ ସଂଖ୍ୟାଲଘୁ ମୁସଲିମଙ୍କ ସହ କେଉଁଭଳି ଅତ୍ୟାଚାର କରନ୍ତି।”

Taliban kills womenଅକ୍ଟୋବର ମାସ ଘଟଣା ପରେ ପ୍ରଥମେ ସେ କାବୁଲ ଓ ପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ପାଖରେ ଟଙ୍କା ଥିବାରୁ ସେ ନିଜ ସ୍ୱାମୀ ଓ ପିଲା ସହ ଦିଲ୍ଲୀରେ ରହି ଚିକିତ୍ସିତ ହୋଇପାରୁଛନ୍ତି। ହେଲେ ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ, ସେମାନଙ୍କ ଅବସ୍ଥା କ’ଣ ହେଉଥିବ ବୋଲି ଖାତେରା ସମସ୍ତଙ୍କୁ ଭାବିବା ପାଇଁ କହିଛନ୍ତି।