କାବୁଲ ଠାରୁ ମାତ୍ର ଅଳ୍ପଦୂରରେ ତାଲିବାନ, ଦଖଲ କଲାଣି ୧୮ ପ୍ରଦେଶ

କାବୁଲ: ତାଲିବାନ ସଂଗଠନର ମିଶନ କାବୁଲ ଆଉ ମାତ୍ର କିଛି ଦିନ ଭିତରେ ପୂରଣ ହେବାର ଆଶଙ୍କା ପ୍ରକାଶ ପାଇଛି। ସଂଗଠନର ସଦସ୍ୟମାନେ ଦ୍ରୁତଗତିରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇ ଆଗକୁ ମାଡ଼ି ଚାଲିଛନ୍ତି। ଆଫଗାନିସ୍ତାନ ସୁରକ୍ଷାକର୍ମୀ ତାଲିବାନ ସଦସ୍ୟଙ୍କୁ ମୁକାବିଲା କରୁଥିଲେ ହେଁ ଏଯାଏ କୌଣସି ସଫଳତା ପାଇ ପାରିନାହାନ୍ତି। ଇତି ମଧ୍ୟରେ ସଂଗଠନ ଦେଶର ୩୪ଟି ପ୍ରଦେଶରୁ ୧୮ଟିକୁ ସଂପୂର୍ଣ୍ଣ ଭାବେ ନିଜ କବଜାକୁ ନେଇ ସାରିଛି। ବିଶେଷ କରି […]

Taliban

Taliban

Hemant Lenka
  • Published: Saturday, 14 August 2021
  • Updated: 14 August 2021, 07:51 AM IST

Sports

Latest News

କାବୁଲ: ତାଲିବାନ ସଂଗଠନର ମିଶନ କାବୁଲ ଆଉ ମାତ୍ର କିଛି ଦିନ ଭିତରେ ପୂରଣ ହେବାର ଆଶଙ୍କା ପ୍ରକାଶ ପାଇଛି। ସଂଗଠନର ସଦସ୍ୟମାନେ ଦ୍ରୁତଗତିରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇ ଆଗକୁ ମାଡ଼ି ଚାଲିଛନ୍ତି। ଆଫଗାନିସ୍ତାନ ସୁରକ୍ଷାକର୍ମୀ ତାଲିବାନ ସଦସ୍ୟଙ୍କୁ ମୁକାବିଲା କରୁଥିଲେ ହେଁ ଏଯାଏ କୌଣସି ସଫଳତା ପାଇ ପାରିନାହାନ୍ତି।

ଇତି ମଧ୍ୟରେ ସଂଗଠନ ଦେଶର ୩୪ଟି ପ୍ରଦେଶରୁ ୧୮ଟିକୁ ସଂପୂର୍ଣ୍ଣ ଭାବେ ନିଜ କବଜାକୁ ନେଇ ସାରିଛି। ବିଶେଷ କରି ଆଫାଗାନିସ୍ତାନର କାନ୍ଦାହାର ଓ ହେରାଟ ତାଲିବାନ ହାତକୁ ଚାଲି ଯାଇଥିବାରୁ ଏବେ କାବୁଲକୁ ସେମାନଙ୍କ କବଳରୁ ରକ୍ଷା କରିବା ଏକ ପ୍ରକାରର ଅସମ୍ଭବ ପରି ମନେହେଉଛି। ତଥାପି ତାଲିବାନ ସରକାର ଓ ସୁରକ୍ଷାକର୍ମୀ ତାଲିବାନକୁ ବିଭିନ୍ନ ସ୍ଥାନରେ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି।

Taliban seize sixth Afghan provincial capital following weekend blitz - CGTN

ତାଲିବାନ ଦେଶର ୯୦% ଅଞ୍ଚଳ ଦଖଲ କରି ସାରିଥିବା ଦାବି କରୁଥିଲେ ହେଁ ସରକାର କିନ୍ତୁ ଓଲଟା କଥା କହିଛନ୍ତି। ତାଲିବାନ କେବଳ ୬୫% ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇପାରିଛି। ତାଲିବାନ ନିଜର ଦବଦବା ଦେଖାଉଥିବା ଅନେକ ଅଞ୍ଚଳରେ ଏବେ ବି ସୁରକ୍ଷାକର୍ମୀମାନେ ଲଢ଼େଇ କରୁଛନ୍ତି। ଗୁଳିମାଡ଼ ସାଙ୍ଗକୁ ଲଞ୍ଚର ଷ୍ଟ୍ରାଇକ ପୂରା ଆଫଗାନିସ୍ତାନକୁ ଛିନଛତ୍ର କରି ସାରିଲାଣି।

ତାଲିବାନ ଅଗଷ୍ଟ ୬ରେ ଝରାଞ୍ଜ, ଅଗଷ୍ଟ ୭ରେ ଶେବେରଘାନ, ଅଗଷ୍ଟ ୮ରେ ସର-ଇ-ପଲ, କୁଣ୍ଡୁଜ, ତାଲୁକାନ, ଅଗଷ୍ଟ ୯ରେ ଆୟବକ, ଅଗଷ୍ଟ ୧୦ରେ ଫାରହ, ପଲ-ଇ-ଖୁମରି, ଅଗଷ୍ଟ ୧୧ରେ ଫୈଜାବାଦ, ଅଗଷ୍ଟ ୧୨ରେ ଘଜନି, ହେରାଟ, କାନ୍ଦାହାର, ଅଗଷ୍ଟ ୧୩ରେ ଲଶ୍କର ଗା, କ୍ୟୁଲା-ଇ- ନାୱ, ଫେରୁଜ କୋ, ପଲ-ଇ ଅଲାମ, ଟେରାକୋଟା ଓ କ୍ୟୁଆଲତ ଦଖଲ କରିଛି।

Taliban sweep across Afghanistan's south; take four more cities | Business  Standard News

ତାଲିବାନ ସଦସ୍ୟମାନେ ଏବେ କାବୁଲ ଠାରୁ ମାତ୍ର ୪୦ କିମି ଦୂରରେ ରହିଛନ୍ତି। ତେଣୁ ସେମାନେ ଯେକୌଣସି ମୁହୂର୍ତ୍ତରେ କାବୁଲ ଉପରେ ହମଲା କରିପାରନ୍ତି। ତଥାପି ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ସରକାର ଭରସା ଦେଖାଇଛନ୍ତି। ଆଫଗାନିସ୍ତାନର ପ୍ରଥମ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ କହିଛନ୍ତି, ଦେଶର ସୁରକ୍ଷାକର୍ମୀମାନେ ଯେଉଁଭଳି ଭାବେ ତାଲିବାନ ସହ ଲଢ଼େଇ କରୁଛନ୍ତି, ତାହା ନିଶ୍ଚିତ ପ୍ରଶାଂସା ଯୋଗ୍ୟ। ଆମେ ଆମ ସେନା ଯବାନଙ୍କ ପାଇଁ ଗର୍ବିତ। ସେମାନେ ସବୁ ପ୍ରକାରର ପରିସ୍ଥିତିକୁ ମୁକାବିଲା କରିବାକୁ ସକ୍ଷମ ବୋଲି ସେ କହିଛନ୍ତି।

ଏସବୁ ସତ୍ତ୍ୱେ ତାଲିବାନ ସଦସ୍ୟମାନେ ଦ୍ରୁତଗତିରେ ଆଗକୁ ମାଡ଼ି ଚାଲିଛନ୍ତି। ବିଭିନ୍ନ ସ୍ଥାନରେ ସେମାନଙ୍କ ଆକ୍ରମଣକୁ ମୁକାବିଲା କରି ନ ପାରି ଆଫଗାନ ସୁରକ୍ଷାକର୍ମୀମାନେ ଆତ୍ମସମର୍ପଣ କରୁଥିବା ରିପୋର୍ଟ ମିଳିଛି।

Taliban takes key northern Afghan cities as battles rage on - Coast Reporter

ଅନ୍ୟପକ୍ଷରେ ତାଲିବାନ ଆଗକୁ ମାଡ଼ି ଚାଲିଥିବାରୁ ସରକାର ଏବେ ଚାପରେ ରହିଛନ୍ତି। ତାଲିବାନ ବର୍ବରତା ସମ୍ପର୍କରେ ସମଗ୍ର ଦେଶକୁ ରାଷ୍ଟ୍ରପତି ଅଶ୍ରଫ ଘନି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ତାଲିବାନ ଓ ପାକିସ୍ତାନ ଘନିଙ୍କ ଇସ୍ତଫା ଦାବି କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଘନି ଇସ୍ତଫା ଦେଇ ନାହାନ୍ତି, ସେ ଯାଏ ଆଫଗାନିସ୍ତାନରେ ଶାନ୍ତି ପାଇଁ ତାଲିବାନ କଥାବର୍ତ୍ତା କରିବ ନାହିଁ ବୋଲି ପାକିସ୍ତାନ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story