Advertisment

ପୂର୍ବତନ ଆଫଗାନ ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରିବ ତାଲିବାନ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ସରକାର ଗଠନ କରିଥିବା ତାଲିବାନ ଏବେ ସଚ୍ଚୋଟତାର ଗୋଟି ଚଳାଇବାକୁ ଚେଷ୍ଟା କରିଛି। ପୂର୍ବ ସରକାରରେ କାମ କରୁଥିବା ଅଧିକାରୀମାନେ ବେଆଇନ ଭାବେ କିଛି ଆୟ କରିଛନ୍ତି କି ନାହିଁ, ସେ କଥା ଜାଣିବା ପାଇଁ ତାଲିବାନର ତଥାକଥିତ ତଦନ୍ତକାରୀ ଅଫିସରମାନେ ଯାଞ୍ଚ ଆରମ୍ଭ କରିବେ। ଯାଞ୍ଚର ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବତନ ସରକାରୀ ଅଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟର ଛାନଭିନ କରାଯିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି। ତଦନ୍ତ ଆରମ୍ଭ […]

ପୂର୍ବତନ ଆଫଗାନ ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରିବ ତାଲିବାନ

Taliban

Advertisment

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ସରକାର ଗଠନ କରିଥିବା ତାଲିବାନ ଏବେ ସଚ୍ଚୋଟତାର ଗୋଟି ଚଳାଇବାକୁ ଚେଷ୍ଟା କରିଛି। ପୂର୍ବ ସରକାରରେ କାମ କରୁଥିବା ଅଧିକାରୀମାନେ ବେଆଇନ ଭାବେ କିଛି ଆୟ କରିଛନ୍ତି କି ନାହିଁ, ସେ କଥା ଜାଣିବା ପାଇଁ ତାଲିବାନର ତଥାକଥିତ ତଦନ୍ତକାରୀ ଅଫିସରମାନେ ଯାଞ୍ଚ ଆରମ୍ଭ କରିବେ।

Advertisment

ଯାଞ୍ଚର ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବତନ ସରକାରୀ ଅଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟର ଛାନଭିନ କରାଯିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି। ତଦନ୍ତ ଆରମ୍ଭ ହେଉଥିବାରୁ ପୂର୍ବତନ ସରକାରୀ କର୍ମଚାରୀ, ମନ୍ତ୍ରୀ ଓ ସାଂସଦମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତିଗୁଡ଼ିକ ଫ୍ରିଜ୍‌ କରାଯିବ। ସେମାନଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ସମ୍ପତ୍ତିଗୁଡ଼ିକ ଅଧିକାରୀମାନେ କେମିତି ଆୟ କରିଛନ୍ତି, ତାହା ହିଁ ତଦନ୍ତର ମୂଳ ଉଦ୍ଦେଶ୍ୟ।

ଡା ଆଫଗାନିସ୍ତାନ ନାମକ ଗୋଟିଏ ବ୍ୟାଙ୍କର ଜଣେ ମ୍ୟାନେଜର କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ପୂର୍ବତନ କର୍ମଚାରୀଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ପାଇଁ ତାଲିବାନ ତଥାକଥିତ ଅଡିଟର୍ସମାନଙ୍କୁ ନିୟୋଜିତ କରିଛି। ତାଲିବାନ କହିଛି ଅଶରଫ ଘନି ସରକାର ସମୟରେ ଦେଶରେ ବ୍ୟାପକ ଦୁର୍ନୀତି ହୋଇଥିଲା।

Advertisment

ସରକାରୀ ଅଧିକାରୀମାନେ ମିଲିୟନ୍ସ ଡଲାରକୁ ହେରଫେର କରି ଦେଶର ନାଗରିକଙ୍କୁ ଧୋକ୍କା ଦେଇଥିଲେ। ଲୋକଙ୍କ ଟଙ୍କାରେ ସେମାନେ ମଉଜ କରୁଥିବାରୁ ଏବେ ତାଲିବାନ ଏହାର ଯାଞ୍ଚ ଆରମ୍ଭ କରିଛି। ଖୋଦ ଅଶରଫ ଘନି ଅଗଷ୍ଟ ୧୫ରେ ଦେଶ ଛାଡ଼ିବା ବେଳେ ନିଜ ସହ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ସେହିପରି ଆଫଗାନର ପୂର୍ବତନ ଉପ ରାଷ୍ଟ୍ରପତି ତଥା ଅଶରଫ ଘନିଙ୍କ ପଳାୟନ ପରେ ନିଜକୁ କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଘରୁ ମଧ୍ୟ ତାଲିବାନୀମାନେ କୋଟି କୋଟି ଟଙ୍କା ଏବଂ ସୁନା ଇଟା ପାଇଛନ୍ତି। ତେଣୁ ଲୋକଙ୍କ ଟଙ୍କାକୁ ଅଶରଫ ଘନିଙ୍କ ସରକାରୀ ଅଧିକାରୀମାନେ ହେରଫେର କରିଥିବା ତାଲିବାନ କହିଛି। ଏଥିପାଇଁ ସଂଗଠନ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe