Advertisment

ଅମରୁଲ୍ଲା ସାଲେହଙ୍କ ଘରୁ ୪୮ କୋଟି ଟଙ୍କା ପାଇଲା ତାଲିବାନ, ଭିଡିଓ ଭାଇରାଲ

କାବୁଲ: ବିଦ୍ରୋହୀଙ୍କ ଗଡ଼ କୁହାଯାଉଥିବା ଆଫଗାନିସ୍ତାନର ପଞ୍ଜଶିରକୁ ଦଖଲ କରିବା ପାଇଁ ତାଲିବାନ ଏବେ ଜୋରଦାର ଉଦ୍ୟମ କରୁଛି। ତାଲିବାନୀମାନେ ବନ୍ଧୁକ ମୁନରେ ପଞ୍ଜଶିରର ଏକ ବଡ଼ ଅଂଶକୁ ଦଖଲ କରିଥିବା ଦାବି କରିଛନ୍ତି। ଏଥିସହ ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସାଲେହଙ୍କ ପଞ୍ଜଶୀର ସ୍ଥିତି ବାସଭବନରେ ତାଲିବାନୀମାନେ ରେଡ କରିଥିବା କହିଛନ୍ତି। ଏହି ରେଡ୍‌ ବେଳେ ସେମାନେ ତାଙ୍କ ଘରୁ ୬.୫ ମିଲିୟନ ଡଲାର ବା ପ୍ରାୟ ୪୮ କୋଟି ଟଙ୍କା ପାଇଥିବା […]

ଅମରୁଲ୍ଲା ସାଲେହଙ୍କ ଘରୁ ୪୮ କୋଟି ଟଙ୍କା ପାଇଲା ତାଲିବାନ, ଭିଡିଓ ଭାଇରାଲ

Taliban

Advertisment

କାବୁଲ: ବିଦ୍ରୋହୀଙ୍କ ଗଡ଼ କୁହାଯାଉଥିବା ଆଫଗାନିସ୍ତାନର ପଞ୍ଜଶିରକୁ ଦଖଲ କରିବା ପାଇଁ ତାଲିବାନ ଏବେ ଜୋରଦାର ଉଦ୍ୟମ କରୁଛି। ତାଲିବାନୀମାନେ ବନ୍ଧୁକ ମୁନରେ ପଞ୍ଜଶିରର ଏକ ବଡ଼ ଅଂଶକୁ ଦଖଲ କରିଥିବା ଦାବି କରିଛନ୍ତି। ଏଥିସହ ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସାଲେହଙ୍କ ପଞ୍ଜଶୀର ସ୍ଥିତି ବାସଭବନରେ ତାଲିବାନୀମାନେ ରେଡ କରିଥିବା କହିଛନ୍ତି।

Advertisment

ଏହି ରେଡ୍‌ ବେଳେ ସେମାନେ ତାଙ୍କ ଘରୁ ୬.୫ ମିଲିୟନ ଡଲାର ବା ପ୍ରାୟ ୪୮ କୋଟି ଟଙ୍କା ପାଇଥିବା ଟ୍ୱିଟ କରିଛନ୍ତି। ଏହି ଟଙ୍କା ପାଇବା ବେଳର ଦୃଶ୍ୟକୁ ତାଲିବାନ ସଦସ୍ୟ ମହମ୍ମଦ ଜଲାଲ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, ଏହି ଭିଡିଓରେ ଅମରୁଲ୍ଲା ସାଲେହ ଚୋରି କରିଥିବା ଟଙ୍କା ରହିଛି। ଆମେ ତାଙ୍କ ଘରେ ରେଡ୍ କରିବା ବେଳେ ୬.୫ ମିଲିୟନ ଡଲାର ଓ ସୁନା ଇଟା ଠାବ କରିଛୁ। ଏହା କେବଳ ଚୋରି ହୋଇଥିବା ସମ୍ପତ୍ତିର କିଛି ଅଂଶ। ଆଗକୁ ଆହୁରି ଟଙ୍କା ଓ ସୁନା ମିଳିବ ବୋଲି ସେ କହିଛନ୍ତି।

Advertisment

ଏହି ଭିଡିଓରେ ତାଲିବାନୀମାନେ ଟଙ୍କା ଭିଡ଼ାକୁ ବ୍ୟାଗରେ ଭର୍ତ୍ତି କରୁଛନ୍ତି। ସେହିପରି ସୁନାର ଇଟା ମଧ୍ୟ ଉକ୍ତ ସ୍ଥାନରେ ରହିଥିବା ଦେଖିବାକୁ ମିଳୁଛି। ଯଦି ତାଲିବାନର ଏହି ଦାବିରେ ସତ୍ୟତା ରହିଛି, ତା’ହେଲେ ଏହା ବିଦ୍ରୋହଙ୍କୁ ଶକ୍ତ ଝଟକା ସଦୃଶ ହେବ। ଏହାପୂର୍ବରୁ ପଞ୍ଜଶିରର ଯେଉଁ ସ୍ଥାନରେ ଅମରୁଲ୍ଲା ସାଲେହ ବିଶ୍ୱକୁ ସେ ସୁରକ୍ଷିତ ରହିଥିବାର ବାର୍ତ୍ତା ଦେଇଥିଲେ, ଉକ୍ତ ସ୍ଥାନକୁ ତାଲିବାନ କବଜା କରିଥିଲା।

ଏବେ ତାଙ୍କ ଘରକୁ ମଧ୍ୟ ତାଲିବାନୀ ଦଖଲ କରିଛନ୍ତି। କିନ୍ତୁ ଅମରୁଲ୍ଲା ସାଲେହ ସୁରକ୍ଷିତ ଖସି ଚାଲିଯିବାକୁ ସକ୍ଷମ ହୋଇଛନ୍ତି। ଏବେ ସେ କେଉଁଠି ଅଛନ୍ତି, ସେକଥା କେହି ଜାଣି ନାହାନ୍ତି।


ଏହାପୂର୍ବରୁ ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ତାଲିବାନୀମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ଏପରି କି ତାଙ୍କ ଶବକୁ ସତ୍କାର କରିବାକୁ ପରିବାର ଲୋକଙ୍କୁ ନ ଦେଇ ଶଢ଼ିବାକୁ ଛାଡ଼ି ଦେଇଥିଲେ।

ଏବେ ସେମାନଙ୍କ ଟାର୍ଗେଟରେ ଅମରୁଲ୍ଲା ସାଲେହ ଓ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ ଅହମଦ ମାସୁଦ ରହିଛନ୍ତି। ସେମାନଙ୍କୁ ହତ୍ୟା କରିବାକୁ ତାଲିବାନୀମାନେ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe