Advertisment

ଶୀତରେ ଥରିବ ତାଲିବାନ, ସହାୟତା ପାଇଁ ଗୁହାରି

କାବୁଲ: ଆଗକୁ ଶୀତ ଦିନ। ଶୀତରେ ଥରିବ ତାଲିବାନ। ଏହାକୁ ନେଇ ବଢ଼ିଚାଲିଛି ଚିନ୍ତା। ଆଫଗାନିସ୍ତାନରେ ଏଥର ଶୀତ ଅଧିକ ପଡିବ। ଏହାକୁ ନେଇ ଭୟଭୀତ ହୋଇଗଲାଣି ତାଲିବାନ। ସେପଟେ ଲୋକଙ୍କ ଦାରିଦ୍ର୍ୟତା ବି ସୀମା ଟପିଛି । ଲୋକେ ଘର ବାହାରେ ରହୁଛନ୍ତି। ଖାଇବା ପିଇବାକୁ ପାଉନାହାଁନ୍ତି। କ’ଣ କେମିତି ଦେଶକୁ ଚଳାଇବ ବାଟ ପାଉନି ଆତଙ୍କବାଦୀ ସଙ୍ଗଠନ। ସହାୟତା ପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ କରିଛି ଗୁହାରି। ବାସ୍ତବରେ ଆଫଗାନିସ୍ତନରେ ପ୍ରତିବର୍ଷ ପ୍ରବଳ ଶୀତ ହୁଏ। […]

ଅଦ୍ୟତନ ହୋଇଛି
ଶୀତରେ ଥରିବ ତାଲିବାନ, ସହାୟତା ପାଇଁ ଗୁହାରି

Afganistan

Advertisment

କାବୁଲ: ଆଗକୁ ଶୀତ ଦିନ। ଶୀତରେ ଥରିବ ତାଲିବାନ। ଏହାକୁ ନେଇ ବଢ଼ିଚାଲିଛି ଚିନ୍ତା। ଆଫଗାନିସ୍ତାନରେ ଏଥର ଶୀତ ଅଧିକ ପଡିବ। ଏହାକୁ ନେଇ ଭୟଭୀତ ହୋଇଗଲାଣି ତାଲିବାନ। ସେପଟେ ଲୋକଙ୍କ ଦାରିଦ୍ର୍ୟତା ବି ସୀମା ଟପିଛି । ଲୋକେ ଘର ବାହାରେ ରହୁଛନ୍ତି। ଖାଇବା ପିଇବାକୁ ପାଉନାହାଁନ୍ତି। କ'ଣ କେମିତି ଦେଶକୁ ଚଳାଇବ ବାଟ ପାଉନି ଆତଙ୍କବାଦୀ ସଙ୍ଗଠନ। ସହାୟତା ପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ କରିଛି ଗୁହାରି।

Advertisment

ବାସ୍ତବରେ ଆଫଗାନିସ୍ତନରେ ପ୍ରତିବର୍ଷ ପ୍ରବଳ ଶୀତ ହୁଏ। ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ଡିଗ୍ରୀ ଯାଏଁ ତଳକୁ ଖସିଯାଏ। ଏଭଳି ସ୍ଥିତିରେ ଏବେ ତାଲିବାନ ପାଖରେ ଦେଶକୁ ଚଳାଇବା ପାଇଁ ସଂଶାଧନ ଏବଂ ଟଙ୍କାର ଅଭାବ ରହିଛି। ସେପଟେ ତାଲିବାନ କବ୍‌ଜା  କରିବା ପରଠାରୁ ଆମେରିକା ଏବଂ ଆନ୍ତର୍ଜାତୀୟ ସମୁଦାୟ ଆଫଗାନିସ୍ତାନର ସମ୍ପତ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି।Taliban

ତାଲିବାନର ଶକ୍ତି ଅଛି, କିନ୍ତୁ ସମ୍ବଳ ନାହିଁ। ସେଥିପାଇଁ ସେ ଅନେକ ମାସ ଧରି ଚାଲିବାକୁ ଥିବା ଶୀତ ଋତୁରେ କିପରି ଜନସାଧାରଣଙ୍କୁ ପୋଷିବ ତାକୁ ନେଇ ଚିନ୍ତିତ। ତାଲିବାନ କବ୍‌ଜା କରିବା ପରେ ଆଫଗାନିସ୍ତାନ ଏକ ଆର୍ଥିକ ଏବଂ ମାନବିକ ସଙ୍କଟର ସମ୍ମୁଖୀନ ହୋଇଛି। ଏଠାରେ ଲୋକମାନଙ୍କ ପାଖରେ ନା ଖାଇବାକୁ ଖାଦ୍ୟ ଅଛି ନା ପିନ୍ଧିବାକୁ ପୋଷାକ। ବିଭିନ୍ନ ଅଞ୍ଚଳରେ ଅନାହାର ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ତାଲିବାନ ଶୀଘ୍ର ଅନ୍ତର୍ଜାତୀୟ ସମୁଦାୟକୁ ଆର୍ଥିକ ସହାୟତା ପାଇଁ ଗୁହାରି କରିଛି।

Advertisment

ତାଲିବାନର ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ ସୁହେଲ ଶାହିନ୍, ଆଗକୁ ଶୀତ ଦିନ ଆସୁଥିବା ଦର୍ଶାଇ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଆର୍ଥିକ ସହାୟତ କରିବା ପାଇଁ ଅପିଲ କରିଛନ୍ତି। ସୁହେଲ  ଟ୍ୱିଟ୍ କରି କହିଛନ୍ତି, 'ଶୀତ ପାଖେଇ ଆସୁଛି, ତେଣୁ ଅନ୍ତର୍ଜାତୀୟ ସମୁଦାୟ ଜରୁରୀକାଳୀନ ଭିତ୍ତିରେ ଆଫଗାନିସ୍ତାନ ପାଇଁ ସମସ୍ତ ଗରିବ, ଅସୁରକ୍ଷିତ ଲୋକଙ୍କ ପାଇଁ ଭର୍ଚୁଆଲ୍ ଜି -20 ଶିଖର ସମ୍ମିଳନୀରେ ଅନ୍ୟ ଦେଶମାନେ ସହଯୋଗ କରନ୍ତୁ। ନିକଟରେ ଘୋଷଣା ହୋଇଥିବା ପ୍ରାୟ ଏକ ବିଲିୟନ ୟୁରୋ (ପ୍ରାୟ $ 1.2 ବିଲିୟନ) ସହାୟତା ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।'

ସେ ଆହୁରି କହିଛନ୍ତି ଯେ, ଆଫଗାନିସ୍ତାନ ସରକାର ଏଜେନ୍ସି ଓ ସରକାରୀ ସଙ୍ଗଠନ ମାଧ୍ୟମରେ ତଳସ୍ତରରେ ଲୋକଙ୍କୁ ସାହାଯ୍ୟ କରିବ। ୧୦ ବିଲିୟନ ସମ୍ପତ୍ତି ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଲଗାଇଥିବା ପ୍ରତିବନ୍ଧକ ହଟାଇବା ଉଚିତ। ଏହାସହ ଦେଶରେ ବିଭିନ୍ନ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ସେ ନିବେଦନ କରିଛନ୍ତି।

ସୂଚନା ମୁତାବକ,  ଦେଶକୁ ବନ୍ଧୁକ ମୁନରେ ଦଖଲ କରିଥିବା ତାଲିବାନ ସରକାର ଚଳାଇବାକୁ ଅନ୍‌ଫିଟ୍‌ ହୋଇଗଲାଣି । କିପରି ସରକାର ଚଳାଯାଏ ତାହା ଜାଣିପାରୁନି ତାଲିବାନ। ଗୋଟିଏ ପଟେ ଦେଶର ଜନତାଙ୍କ ଉପରେ ଅତ୍ୟାଚର ବଢ଼ିଛି ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଆଫଗାନିସ୍ତାନକୁ ପ୍ରଦାନ କରୁଥିବା ଆର୍ଥିକ ସହାୟତା ଉପରେ ରୋକ ଲଗାଇଛନ୍ତି । ଯାହାକୁ ପୁଣି ଥରେ ଦେଶକୁ ପ୍ରଦାନ କରିବାକୁ ଅନୁରୋଧ କରିଛି ତାଲିବାନ। ତାଲିବାନୀ ଶାସନ ଆରମ୍ଭ ହେବା ପରେ ଲୋକେ ଦୁସ୍ଥିତିରେ ଗତି କରୁଛନ୍ତି। ଶୀତର ମୁକାବିଲା ପାଇଁ ପୋଷାକ ବି ନାହିଁ । ଏପରିକି ଅନେକଙ୍କ ମୁଣ୍ଡ ଉପରେ ଛାତ ନଥିବାରୁ ଅଧିକାଂଶ ଲୋକେ ବାଧ୍ୟ ହୋଇ ଖୋଲା ଆକାଶ ତଳେ ରହୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe