Advertisment

ମାଡ଼ି ଆସୁଛି ତାଲିବାନ, କବ୍‌ଜା କଲା ଆଉ ଏକ ସହର

ନୂଆଦିଲ୍ଲୀ: ଜୋର ଜବରଦସ୍ତ ମାଡ଼ି ଆସୁଛି ତାଲିବାନ। ଦିନକୁ ଦିନ ବଢ଼ୁଛି ତାଲିବାନର କ୍ରୁରତା। ଗୋଟିଏ ପରେ ଗୋଟିଏ ସହର ଉପରେ କରୁଛି କବ୍‌ଜା। ଆଫଗାନିସ୍ତାନର ମଜାର-ଏ-ସରିଫ ପରେ ଏବେ ଜଲାଲାବାଦକୁ ଦଖଲ କରିଛି ତାଲିବାନ। ଫଳରେ ଦେଶର ପୂର୍ବ ଭାଗରୁ କଟି ଯାଇଛି କାବୁଲ। ରବିବାର ସକାଳେ ତାଲିବାନ କିଛି ଫଟୋ ଅନଲାଇନରେ ପ୍ରକାଶ କରିଛି। ଏହି ଫଟୋରେ କିଛି ତାଲିବାନ ସଦସ୍ୟ ନଙ୍ଗରହାର ପ୍ରଦେଶର ରାଜଧାନୀ ଜାଲାଲାବାଦ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଦେଖିବାକୁ […]

ଅଦ୍ୟତନ ହୋଇଛି
ମାଡ଼ି ଆସୁଛି ତାଲିବାନ, କବ୍‌ଜା କଲା ଆଉ ଏକ ସହର

Taliban-1

Advertisment

ନୂଆଦିଲ୍ଲୀ: ଜୋର ଜବରଦସ୍ତ ମାଡ଼ି ଆସୁଛି ତାଲିବାନ। ଦିନକୁ ଦିନ ବଢ଼ୁଛି ତାଲିବାନର କ୍ରୁରତା। ଗୋଟିଏ ପରେ ଗୋଟିଏ ସହର ଉପରେ କରୁଛି କବ୍‌ଜା। ଆଫଗାନିସ୍ତାନର ମଜାର-ଏ-ସରିଫ ପରେ ଏବେ ଜଲାଲାବାଦକୁ ଦଖଲ କରିଛି ତାଲିବାନ। ଫଳରେ ଦେଶର ପୂର୍ବ ଭାଗରୁ କଟି ଯାଇଛି କାବୁଲ।

Advertisment

ରବିବାର ସକାଳେ ତାଲିବାନ କିଛି ଫଟୋ ଅନଲାଇନରେ ପ୍ରକାଶ କରିଛି। ଏହି ଫଟୋରେ କିଛି ତାଲିବାନ ସଦସ୍ୟ ନଙ୍ଗରହାର ପ୍ରଦେଶର ରାଜଧାନୀ ଜାଲାଲାବାଦ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ସାଂସଦ ଅବରାରୁଲ୍ଲା ମୁରାଦ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉଗ୍ରବାଦୀମାନେ ଜଲାଲାବାଦକୁ କବ୍‌ଜା କରିନେଇଛନ୍ତି। ବର୍ତ୍ତମାନ ସରକାରୀ ନିୟନ୍ତ୍ରଣରେ କାବୁଲ ହେଉଛି ଏକମାତ୍ର ପ୍ରମୁଖ ଆଫଗାନିସ୍ତାନ ସହର, ଯାହାକୁ ଖୁବଶୀଘ୍ର ତାଲିବାନ ନିଜ ଦଖଲକୁ ନେବ ବୋଲି ଜଣାପଡ଼ିଛି।

Advertisment

[caption id="attachment_667102" align="alignnone" width="650"]Taliban in jalalabad ଜାଲାଲାବାଦର ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ତାଲିବାନ ସଦସ୍ୟ[/caption]

ଗତ ସପ୍ତାହରରେ ତାଲିବାନ ଆଫଗାନିସ୍ତାନର ଏକ ବଡ ଅଞ୍ଚଳକୁ ଦଖଲ କରିନେଇଥିଲା। ଫଳରେ ଏହା ଆଫଗାନିସ୍ତାନର କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଦେଇଛି। ସେପଟେ ଆମେରିକା, ବ୍ରିଟେନ ଏବଂ କାନାଡା ସେଠାରେ ଉପସ୍ଥିତ ନିଜ ନିଜର ରାଜନୈତିକ ସଦସ୍ୟଙ୍କ ସହାୟତା ପାଇଁ ଅଧିକ ସେନା ପଠାଇଛନ୍ତି।

ଶନିବାର ଆଫଗାନିସ୍ଥାନର ଚତୁର୍ଥ ସବୁଠାରୁ ବଡ ସହର ମଜାର-ଏ-ସରିଫକୁ ଚାରିପଟୁ ଆକ୍ରମଣ ପରେ ତାଲିବାନ ଏହାକୁ ନିଜ ଅକ୍ତିଆରକୁ ଆଣିଛି। ଏଥିସହ ତାଲିବାନ ପୂରା ଉତ୍ତର ଆଫଗାନିସ୍ତାନକୁ ନିଜ ଅଧିନକୁ ଆଣିଛି।

ଆମେରିକା ସୈନ୍ୟ ଅଫଗାନିସ୍ତାନରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବାକୁ ଆଉ ୩ ସପ୍ତାହରୁ କମ୍‌ ସମୟ ଥିବା ବେଳେ ତାଲିବାନ ଦେଶର ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଭାଗର ଅଧିକାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ  ନେଇସାରିଲାଣି। ବର୍ତ୍ତମାନ କେବଳ କେନ୍ଦ୍ରୀୟ ଏବଂ ପୂର୍ବ ଭାଗ ପାଶ୍ଚାତ୍ୟ ସମର୍ଥିତ ସରକାରଙ୍କ ଅଧୀନରେ ଅଛି। ସେପଟେ ତାଲିବାର ଲାଗତାର ବଢ଼ିଚାଲିଥିବା ଦଖଲକୁ ନେଇ ଆପଗାନିସ୍ତାନବାସୀଙ୍କ ମନରେ ଭୟ ବଢ଼ିଚାଲିଛି।

ଉଲ୍ଲେଖଯୋଗ୍ୟ, ୧୯ଟି ପ୍ରଦେଶ ଦଖଲ କରି ସେଠାରେ ନିଜର ଶାସନ ଲାଗୁ କରିଥିବା ତାଲିବାନ ଆଜି ରାତିରୁ ରାଜଧାନୀ କାବୁଲ ଦଖଲ ପ୍ରକ୍ରିୟା ଆରମ୍ଭ କରିଛି। ହିଂସା ଏଡ଼ାଇବା ନିମନ୍ତେ ଶାନ୍ତି ଆଲୋଚନା ପାଇଁ ସରକାରଙ୍କ ପ୍ରସ୍ତାବ ନେଇ ତାଲିବାନ ଅନେକ କଠୋର ସର୍ତ୍ତ ରଖିଛି।

ତାଲିବାନମାନେ ସମଗ୍ର ଲୋଗର ପ୍ରଦେଶକୁ କବ୍‌ଜା କରିନେଇଥିବାରୁ ଏବେ କାବୁଲ ଦଖଲ ସେମାନଙ୍କ ପାଇଁ ଆହୁରି ସହଜ ହୋଇଯାଇଛି। ଏବେ ସରକାରୀ ସେନା ନିୟନ୍ତ୍ରଣରେ କେବଳ କାବୁଲ ଓ ଅନ୍ୟ ୩ ପ୍ରଦେଶର ରାଜଧାନୀ ରହିଛି ଏବଂ ସେମାନେ ଆଉ ତାଲିବାନ ସହ ମୁକାବିଲା କରିବା ସ୍ଥିତିରେ ନାହାନ୍ତି ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe