Advertisment

କାବୁଲରେ ଇଣ୍ଟରନେଟ ବନ୍ଦ କଲା, ନରୱେ ଦୂତାବାସକୁ ଦଖଲକୁ ନେଲା ତାଲିବାନ

କାବୁଲ: ତାଲିବାନର ଗୋଟିଏ ପରେ ଗୋଟିଏ ବର୍ବରକାଣ୍ଡ ସାମ୍ନାକୁ ଆସିବାରେ ଲାଗିଛି। ତାଲିବାନ ବିରୋଧରେ କାବୁଲର ଏକାଧିକ ସ୍ଥାନରେ ମହିଳାଙ୍କ ଠାରୁ ଆରମ୍ଭ କରି ଶତାଧିକ ଲୋକ ବିକ୍ଷୋଭ କରୁଛନ୍ତି। ସେମାନଙ୍କୁ ଧମନ କରିବା ପାଇଁ ପୂର୍ବରୁ ବନ୍ଧୁକର ବ୍ୟବହାର କରି ସମାଲୋଚନା ଶିକାର ହୋଇଥିବା ତାଲିବାନ ଏବେ ଇଣ୍ଟରନେଟ ସେବା ଉପରେ ନିଜର ରାଗ ଶୁଝାଇଛି। ଏଥିସହ ଆନ୍ଦୋଳନର ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କୁ ଅପହରଣ କରି ନେଇ ପ୍ରବଳ ମାଡ଼ ମାରୁଛି। ଏସବୁ ଭିତରେ ତାଲିବାନ […]

author-image
Hemant Lenka
କାବୁଲରେ ଇଣ୍ଟରନେଟ ବନ୍ଦ କଲା, ନରୱେ ଦୂତାବାସକୁ ଦଖଲକୁ ନେଲା ତାଲିବାନ

Taliban3

କାବୁଲ: ତାଲିବାନର ଗୋଟିଏ ପରେ ଗୋଟିଏ ବର୍ବରକାଣ୍ଡ ସାମ୍ନାକୁ ଆସିବାରେ ଲାଗିଛି। ତାଲିବାନ ବିରୋଧରେ କାବୁଲର ଏକାଧିକ ସ୍ଥାନରେ ମହିଳାଙ୍କ ଠାରୁ ଆରମ୍ଭ କରି ଶତାଧିକ ଲୋକ ବିକ୍ଷୋଭ କରୁଛନ୍ତି। ସେମାନଙ୍କୁ ଧମନ କରିବା ପାଇଁ ପୂର୍ବରୁ ବନ୍ଧୁକର ବ୍ୟବହାର କରି ସମାଲୋଚନା ଶିକାର ହୋଇଥିବା ତାଲିବାନ ଏବେ ଇଣ୍ଟରନେଟ ସେବା ଉପରେ ନିଜର ରାଗ ଶୁଝାଇଛି। ଏଥିସହ ଆନ୍ଦୋଳନର ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କୁ ଅପହରଣ କରି ନେଇ ପ୍ରବଳ ମାଡ଼ ମାରୁଛି।

Advertisment

ଏସବୁ ଭିତରେ ତାଲିବାନ ପକ୍ଷରୁ ବଢ଼ୁଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି କାବୁଲର ଏକାଧିକ ସ୍ଥାନରେ ଇଣ୍ଟରନେଟ ସେବା ଉପରେ ରୋକ ଲଗାଇ ଦିଆଯାଇଛି। ଆନ୍ଦୋଳନ ସ୍ଥଳର ଖବର ଯେମିତି ବିଶ୍ୱ ପାଖରେ ପହଞ୍ଚିବ ନାହିଁ ଓ ଲୋକମାନଙ୍କ ଭିଡ଼କୁ ହ୍ରାସ କରାଯାଇ ପାରିବ, ସେଥିପାଇଁ ପାଇଁ ତାଲିବାନ ଏପରି ପଦକ୍ଷେପ ନେଇଛି। ଏହାକୁ ନେଇ କାବୁଲରେ ରହୁଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ପ୍ରତିବାଦ କରିଛନ୍ତି।

ଅନ୍ୟପକ୍ଷରେ ଆଜି ବନ୍ଧୁକଧାରୀ ତାଲିବାନୀମାନେ ନରୱେ ଦୂତାବାସକୁ କବଜା କରିଛନ୍ତି। ଏହାପରେ ସେଠାରେ ଥିବା ୱାଇନ ବୋତଲ ଓ ପିଲାମାନଙ୍କ ପାଠପଢ଼ା ବହିକୁ ନଷ୍ଟ କରି ଦେଇଛନ୍ତି। ଦୂତାବାସ ଭିତରେ ସେମାନେ ଫଟୋ ମଧ୍ୟ ଉଠାଇଛନ୍ତି। ଇରାନରେ ଅବସ୍ଥାପିତ ନରୱେର ରାଷ୍ଟ୍ରଦୂତ ସିଗଭାଲଦ ହଗ୍‌ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ତାଲିବାନ ଏବେ ନରୱେ ଦୂତାବାସକୁ ନିଜ ନିୟନ୍ତ୍ରଣକୁ ନେଇଛି। ଏହାକୁ ସେମାନେ ପରବର୍ତ୍ତୀ ଅବସ୍ଥାରେ ଆମକୁ ଫେରାଇବେ ବୋଲି କହିଛନ୍ତି। କିନ୍ତୁ ସେମାନେ ପ୍ରଥମେ ଏଠାରେ ଥିବା ୱାଇନ ବୋତଲକୁ ଭାଙ୍ଗି ଦେଇଛନ୍ତି। ସେହିପରି ପିଲାମାନଙ୍କ ବହିଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ସେମାନଙ୍କ ଏପରି କାମ ବନ୍ଧୁକ ଚାଳନା ଠାରୁ ମଧ୍ୟ ଅଧିକ ଭୟଙ୍କର।”


ତାଲିବାନ କହିଥିଲା ଯେ ସଂଗଠନ କେବେ ହେଲେ ବିଦେଶୀ ରାଷ୍ଟ୍ରର ଦୂତାବାସ ସମେତ କୌଣସି କାର୍ଯ୍ୟାଳୟ ଉପରେ କବଜା କରିବ ନାହିଁ। ବରଂ ଏଗୁଡ଼ୁକୁ ତାଲିବାନ ପକ୍ଷରୁ ସୁରକ୍ଷା ଦିଆଯିବ। ହେଲେ ଏବେ ସେମାନେ ନରୱେ ଦୂତାବାସକୁ ଦଖଲ କରି ନିଜର ଅସଲ ଚରିତ୍ର ସମସ୍ତଙ୍କୁ ଦେଖାଇଛନ୍ତି।

ସୂଚନାଯୋଗ୍ୟ, ତାଲିବାନ କାବୁଲ ଦଖଲ କରିବା ପରେ ନରୱେ ଓ ଡେନମାର୍କ ଏଠାରେ ଥିବା ନିଜ ନିଜର ଦୂତାବାସକୁ ବନ୍ଦ କରିବାକୁ ଘୋଷଣା କରିଥିଲେ। ଏଥିସହ ନିଜର କର୍ମଚାରୀମାନଙ୍କୁ ମଧ୍ୟ ଏୟାରଲିଫ୍ଟ କରିଥିଲେ।