କାବୁଲ ସିରିଜ ବିସ୍ଫୋରଣ, ଦୋଷ ଓହ୍ଲାଇ ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସ୍ଥିତି ଚିନ୍ତାଜନକ ରହିଛି। ଏହି ସମୟରେ କାବୁଲ ବିମାନବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପଛରେ ତାଲିବାନୀ ରହିଛନ୍ତି ବୋଲି ଯଦିଓ ପ୍ରଥମେ କୁହାଯାଉଥିଲା କିନ୍ତୁ ଏହା ଆଇଏସଆଇଏସର କାରନାମା କହି ତାଲିବାନ ନିଜ ମୁଣ୍ଡ ଉପରୁ ଦୋଷ ଖସାଇ ଦେଇଥିବା ସୂଚନା ରହିଛି। ଏପରି ଆକ୍ରମଣକୁ ତାଲିବାନ କିନ୍ତୁ ନିନ୍ଦା କରୁଛି ବୋଲି କହିଛି। କାବୁଲ […]

Kabul-explosion

Subhransu Sekhar
  • Published: Thursday, 26 August 2021
  • , Updated: 26 August 2021, 10:46 PM IST

କାବୁଲ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସ୍ଥିତି ଚିନ୍ତାଜନକ ରହିଛି। ଏହି ସମୟରେ କାବୁଲ ବିମାନବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପଛରେ ତାଲିବାନୀ ରହିଛନ୍ତି ବୋଲି ଯଦିଓ ପ୍ରଥମେ କୁହାଯାଉଥିଲା କିନ୍ତୁ ଏହା ଆଇଏସଆଇଏସର କାରନାମା କହି ତାଲିବାନ ନିଜ ମୁଣ୍ଡ ଉପରୁ ଦୋଷ ଖସାଇ ଦେଇଥିବା ସୂଚନା ରହିଛି। ଏପରି ଆକ୍ରମଣକୁ ତାଲିବାନ କିନ୍ତୁ ନିନ୍ଦା କରୁଛି ବୋଲି କହିଛି।

କାବୁଲ ବିମାନବନ୍ଦର ବାହାରେ ଗୋଟିଏ ପରେ ଗୋଟିଏ ଦୁଇଟି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ବିମାନ ବନ୍ଦରଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ଏକ ହୋଟେଲ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ପରେ ଗୁଳି ବିନିମୟ ହୋଇଛି। ଏଥିରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦ ରୁ ଅଧିକ ଆହତ ହୋଇଛନ୍ତି। ମୃତକ ଓ ଆହତଙ୍କ ମଧ୍ୟରେ କିଛି ଆମେରିକାର ନାଗରିକ, ଛୋଟ ପିଲା, ୪ ଜଣ ଆମେରିକା ସେନା ମଧ୍ୟ ଥିବା ଜଣାପଡ଼ିଛି। କହିରଖୁଛୁ ବିମାନ ବନ୍ଦର ଭିତରେ ଆମେରିକା ସେନା ଏବଂ ନାଟୋ ଦ୍ୱାରା ନିୟନ୍ତ୍ରିତ ରହିଥିବା ବେଳେ ବାହାରେ ତାଲିବାନ ଯୁଦ୍ଧ ବିମାନ ଏବଂ ଅସ୍ତ୍ରଶସ୍ତ୍ର ଧରି ଛିଡ଼ା ହୋଇଛନ୍ତି। ଆଜି ଏହି ବିସ୍ଫୋରଣ ହେବା ପୂର୍ବରୁ ଆମେରିକା ଉପରେ ଆକ୍ରମଣ ହୋଇପାରେ ବୋଲି ଏକ ଚେତାବନୀ ଆସିଥିଲା।

କାବୁଲ ବିମାନବନ୍ଦରର ଆବି ଗେଟ୍ ନିକଟରେ ଏହି ବିସ୍ଫୋରଣ ଘଟିଛି। ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ବିମାନବନ୍ଦର ବାହାରେ ଘଟିଥିବା ଏହି ବିସ୍ଫୋରଣରେ ଆମେରିକା ସୈନିକଙ୍କୁ ଟାର୍ଗେଟ କରାଯାଇଥିଲା ବୋଲି ବୁଝାପଡ଼ୁଛି। ତେବେ ଏପରି ଆକ୍ରମଣକୁ ତାଲିବାନ ନିନ୍ଦା କରିଛି।

'ପଲିଟିକୋ'ର ରିପୋର୍ଟ ଅନୁଯାୟୀ, ଆଇଏସ୍ଆଇଏସ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ବହୁ ସଂଖ୍ୟକ ଲୋକ ଦେଶ ଛାଡି ପଳାଉଥିଲେ ଏବଂ ଏଥିପାଇଁ ସେମାନେ କାବୁଲ ବିମାନବନ୍ଦରରେ ଏକାଠି ହୋଇଥିଲେ।

ସୂଚନାଯୋଗ୍ୟ, ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ ତାଲିବାନକୁ ଆଇଏସଆଇଏସ ଏବଂ ଅଲ କାଏଦା ଭଳି ଆତଙ୍କୀ ସଂଗଠନ ସମର୍ଥନ କରନ୍ତି। ଅଗଷ୍ଟ ୩୧ ପରେ ତାଲିବାନ ଦେଶରେ ସରକାରର ରୂପ ରେଖ ସାର୍ବଜନୀନ କରିବ ବୋଲି ଜଣାପଡ଼ିଛି। ନିଜ ଦେଶ ଲୋକଙ୍କୁ ଅନ୍ୟ ଦେଶକୁ ନଯିବା ପାଇଁ ଚେତାବନୀ ମଧ୍ୟ ଦେଇଛି ତାଲିବାନ। ହେଲେ ଲୋକେ ଏବେ ବି ପ୍ରାଣଭୟରେ ଅନ୍ୟ ଦେଶକୁ ପଳାଉଥିବାରୁ ବିଭିନ୍ନ ସ୍ଥାନରେ ଆଇଏସଆଇଏସଆଇ ନାଁରେ ବିସ୍ଫୋରଣ କରାଇ ଲୋକଙ୍କୁ ଆତଙ୍କିତ କରାଇବାକୁ ଚେଷ୍ଟା କରୁଥାଇପାରନ୍ତି ତାଲିବାନ।

Related story