Advertisment

ଭାରତୀୟଙ୍କୁ ଆସିବାକୁ ଦେଉ ନାହାନ୍ତି ତାଲିବାନୀ, ଗୁଳି ଚଳାଇ କଲେ ରାସ୍ତା ଅବରୋଧ

କାବୁଲ: କାବୁଲର କସାବା ଅଞ୍ଚଳରେ ପ୍ରାୟ ୨୦୦ ଭାରତୀୟ ନାଗରିକ ଫସି ହୋଇ ରହିଛନ୍ତି। ଏହି ଭାରତୀୟ ନାଗରିକମାନେ ଗରଡା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରନ୍ତି। କାବୁଲ ବିମାନବନ୍ଦର ଅଭିମୁଖେ ଏମାନେ ଯାଉଥିବାବେଳେ ତାଲିବାନୀ ଗୁଳି ଚଳାଇ ରାସ୍ତା ଅବରୋଧ କରିଥିବା ‘ଟାଇମ୍ସ ନାଓ’ ଚ୍ୟାନେଲର ଏକ ରିପୋର୍ଟରୁ ଜଣାପଡ଼ିଛି। ଏବେ ତାଲିବାନୀମାନେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି। ରବିବାର ଆଫଗାନିସ୍ତାନକୁ ତାଲିବାନ କବଜା କରିଥିଲା। ଏହାପରେ କମ୍ପାନୀ ଭିତରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଭାରତୀୟଙ୍କୁ ଆସିବାକୁ ଦେଉ ନାହାନ୍ତି ତାଲିବାନୀ, ଗୁଳି ଚଳାଇ କଲେ ରାସ୍ତା ଅବରୋଧ

afghanistan-AIR-PORT

କାବୁଲ: କାବୁଲର କସାବା ଅଞ୍ଚଳରେ ପ୍ରାୟ ୨୦୦ ଭାରତୀୟ ନାଗରିକ ଫସି ହୋଇ ରହିଛନ୍ତି। ଏହି ଭାରତୀୟ ନାଗରିକମାନେ ଗରଡା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରନ୍ତି। କାବୁଲ ବିମାନବନ୍ଦର ଅଭିମୁଖେ ଏମାନେ ଯାଉଥିବାବେଳେ ତାଲିବାନୀ ଗୁଳି ଚଳାଇ ରାସ୍ତା ଅବରୋଧ କରିଥିବା 'ଟାଇମ୍ସ ନାଓ' ଚ୍ୟାନେଲର ଏକ ରିପୋର୍ଟରୁ ଜଣାପଡ଼ିଛି। ଏବେ ତାଲିବାନୀମାନେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି। ରବିବାର ଆଫଗାନିସ୍ତାନକୁ ତାଲିବାନ କବଜା କରିଥିଲା। ଏହାପରେ କମ୍ପାନୀ ଭିତରେ ବନ୍ଦୀ ହୋଇ ରହିଥିଲେ ଭାରତୀୟ ନାଗରିକ।

Advertisment

ଗରଡା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରୁଥିବା ଏହି ୨୦୦ ଭାରତୀୟ ଗୁରୁବାର ବସ୍ ଏବଂ ଅନ୍ୟାନ୍ୟ ଗାଡିରେ ବିମାନବନ୍ଦର ଅଭିମୁଖେ ଆସୁଥିଲେ। ତେବେ ତାଲିବାନୀ ଏହି ସମୟରେ ରାସ୍ତା ଉପରେ ଗୁଳି ଚଳାଇଥିଲା। ଏପରି କରି ଭାରତୀୟଙ୍କ ରାସ୍ତା ଅବରୋଧ କରିଥିଲେ ତାଲିବାନ। ଏହାପରେ ଭାରତୀୟ ନାଗରିକ କମ୍ପାନୀ ଭିତରେ ପ୍ରବେଶ କରି ଯାଇଥିଲେ। ସହାୟତା କରିବାକୁ ବୈଦେଶିକ ମନ୍ତ୍ରାଳୟକୁ ସେମାନେ ନିବେଦନ କରିଛନ୍ତି। ହେଲେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ତାଲିବାନ। ଭୟଭୀତ କରିବାକୁ ଯାଇ ତାଲିବାନ ମଝିରେ ମଝିରେ ଗୁଳି ଫୁଟାଉଛନ୍ତି ବୋଲି ସୂଚନା ରହିଛି। ହତ୍ୟାର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି ଏହି ଭାରତୀୟ ମାନେ। ତେବେ ମିଳିଥିବା ସୂଚନା ଅନୁସାରେ ସୁରକ୍ଷା କମ୍ପାନୀରେ କାମ କରୁଥିବା ଭାରତୀୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା। ତାଲିବାନ ସେମାନଙ୍କୁ ଅସ୍ତ୍ର ହସ୍ତାନ୍ତର କରିବାକୁ କହିଥିଲେ।

ଭାରତ ଏବେ ଜରୁରୀକାଳୀନ ଭିତରେ ଆଫଗାନିସ୍ତାନରେ ଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରୁଛି। ଗତକାଲି ଏହି ୨୦୦ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବାର ଥିଲା। ଯେଉଁ ବିମାନ ବନ୍ଦର ସହିତ ଭାରତ ସରକାର ଯୋଗାଯୋଗରେ ଅଛନ୍ତି ତାହା ଆମେରିକା ସେନା ଅଧୀନରେ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକା ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ସୂଚନା ରହିଛି।

Advertisment
Taliban Taliban Attack