Advertisment

ଚୀନ୍‌କୁ 'ପାସ୍‌' ଭଳି ବିଶ୍ୱ ବଜାରରେ ବ୍ୟବହାର କରିବ ତାଲିବାନ

କାବୁଲ: ହାତ ଛାଡିଲା ଆମେରିକା, ସାଥ ଦେଲା ବେଜିଂ। ଆର୍ଥିକ ସଙ୍କଟରେ ଥିବା ତାଲିବାନ ପାଇଁ ଭରସା ସାଜିଛି ଡ୍ରାଗନ। ବିଶ୍ୱ ବଜାରରେ ନିଜର ଡ୍ରାଏ ଫ୍ରୁଟ୍ସ ପାଖରୁ ଆରମ୍ଭ କରି ଅଫିମ ପର୍ଯ୍ୟନ୍ତ ବ୍ୟବସାୟ ନେଇ ସବୁଥିରେ ଏବେ ତାଲିବାନ ଶାସନକୁ କାନ୍ଧରେ ବୋହିବ ଚୀନ୍‌। ଯାହାକି ଆଫଗାନିସ୍ତାନର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା ରଖିଛି ତାଲିବାନ। ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗରେ ତାଲିବାନ ସମ୍ପର୍କ ବଢ଼ାଇବା ପାଇଁ ଚୀନ୍‌କୁ ‘ପାସ୍‌’ ପରି ବ୍ୟବହାର କରିବ […]

ଅଦ୍ୟତନ ହୋଇଛି
ଚୀନ୍‌କୁ 'ପାସ୍‌' ଭଳି ବିଶ୍ୱ ବଜାରରେ ବ୍ୟବହାର କରିବ ତାଲିବାନ

zabihullah mujahid

Advertisment

କାବୁଲ: ହାତ ଛାଡିଲା ଆମେରିକା, ସାଥ ଦେଲା ବେଜିଂ। ଆର୍ଥିକ ସଙ୍କଟରେ ଥିବା ତାଲିବାନ ପାଇଁ ଭରସା ସାଜିଛି ଡ୍ରାଗନ। ବିଶ୍ୱ ବଜାରରେ ନିଜର ଡ୍ରାଏ ଫ୍ରୁଟ୍ସ ପାଖରୁ ଆରମ୍ଭ କରି ଅଫିମ ପର୍ଯ୍ୟନ୍ତ ବ୍ୟବସାୟ ନେଇ ସବୁଥିରେ ଏବେ ତାଲିବାନ ଶାସନକୁ କାନ୍ଧରେ ବୋହିବ ଚୀନ୍‌। ଯାହାକି ଆଫଗାନିସ୍ତାନର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା ରଖିଛି ତାଲିବାନ। ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗରେ ତାଲିବାନ ସମ୍ପର୍କ ବଢ଼ାଇବା ପାଇଁ ଚୀନ୍‌କୁ 'ପାସ୍‌' ପରି ବ୍ୟବହାର କରିବ ଆଫଗାନିସ୍ତାନ।

Advertisment

ଚୀନ୍‌ର ସହାୟତା ନେଇ ତାଲିବାନ ଆଫଗାନିସ୍ତାନରେ ଲାଗିରହିଥିବା ଆର୍ଥିକ ସଙ୍କଟ ସହ ଲଢ଼େଇ କରିବ। ଏନେଇ ତାଲିବାନ ପ୍ରବକ୍ତା ଜବିବଉଲ୍ଲା ମୁଜାହିଦ କହିଛନ୍ତି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଏବଂ ଦେଶ ଉପରେ କବ୍‌ଜା ପରେ ତାଲିବାନ ମୁଖ୍ୟ ରୂପେ ଚୀନ୍‌ଠାରୁ ମିଳୁଥିବା ସହାୟତା ଉପରେ ନିର୍ଭର ରହିବ। ଏନେଇ ଏକ ସାକ୍ଷାତକାରରେ ଜବିବଉଲ୍ଲା କହିଛନ୍ତି।

ସେ କହିଛନ୍ତି, ଚୀନ୍‌ ତା'ର ବ୍ୟବସାୟ ମାର୍ଗ ଖୋଲି ନିଜ ବୈଶିକ ପ୍ରଭାବ ବଢ଼ାଇବାକୁ ଚାହୁଁଛି। ଆଫଗାନିସ୍ତାନର ଆଧୁନୀକିକରଣ ପାଇଁ ଚୀନ୍‌ ସହଯୋଗ କରିବ ବୋଲି ସେ କହିଛନ୍ତି।

Advertisment

ସେପଟେ ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ଅଧିକ ଉତ୍ସାହିତ ରହିଛି ପାକିସ୍ତାନ। ସରକାର ଗଠନ ପୂର୍ବରୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପ୍ରମୁଖ ଅଧିକାରୀ ଏବେ କାବୁଲରେ ଡେରା ପକାଇଛନ୍ତି। ଯାହାକି ପ୍ରମାଣ କରୁଛି ଯେ, ଆଗାମୀ ଦିନରେ ତାଲିବାନକୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଶକ୍ତି ଯୋଗାଇବାରେ ପାକିସ୍ତାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପଞ୍ଜଶିରରୁ ମସୁଦକୁ ଧରିବା ପାଇଁ ଏବେ ପାକିସ୍ତାନ ତାଲିବାନକୁ ତିନୋଟି ଅତ୍ୟାଧୁନିକ ଡ୍ରୋନ ଦେଇଛି। ଏହି ଡ୍ରୋନ ଜରିଆରେ ପଞ୍ଜଶିରରେ ଥିବା ତାଲିବାନ ବିଦ୍ରୋହୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବ ତାଲିବାନ।

Afganistan Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe