Advertisment

ତାଲିବାନ ସରକାରରେ କାହାକୁ ମିଳିଲା କେଉଁ ମନ୍ତ୍ରୀ ପଦ

କାବୁଲ: ଦୀର୍ଘ ଦିନର ଆଲୋଚନା ଓ ବିଚାର ବିମର୍ଶ ପରେ ଶେଷରେ ଆଜି ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପକ୍ଷରୁ ସରକାର ଗଠନ କରାଯାଇଛି। ଅବଶ୍ୟ ଏହା ଆଫଗାନର ସ୍ଥାୟୀ ସରକାର ନୁହେଁ। ବର୍ତ୍ତମାନ ସଂଗଠନ ପକ୍ଷରୁ କାମ ଚଳାଇବା ପାଇଁ ଅସ୍ଥାୟୀ ସରକାର ଗଠନ କରାଯାଇଛି। ଏ ସମ୍ପର୍କରେ ଖୋଦ୍‌ ତାଲିବାନର ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି। ଦୀର୍ଘ ୨୦ ବର୍ଷ ହେଲାଣି ତାଲିବାନ ପାଇଁ ଆମେରିକା ବିରୋଧରେ ସଂଘର୍ଷ କରୁଥିବା ସଂଗଠନର […]

ଅଦ୍ୟତନ ହୋଇଛି
ତାଲିବାନ ସରକାରରେ କାହାକୁ ମିଳିଲା କେଉଁ ମନ୍ତ୍ରୀ ପଦ

Talibnan1

Advertisment

କାବୁଲ: ଦୀର୍ଘ ଦିନର ଆଲୋଚନା ଓ ବିଚାର ବିମର୍ଶ ପରେ ଶେଷରେ ଆଜି ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପକ୍ଷରୁ ସରକାର ଗଠନ କରାଯାଇଛି। ଅବଶ୍ୟ ଏହା ଆଫଗାନର ସ୍ଥାୟୀ ସରକାର ନୁହେଁ। ବର୍ତ୍ତମାନ ସଂଗଠନ ପକ୍ଷରୁ କାମ ଚଳାଇବା ପାଇଁ ଅସ୍ଥାୟୀ ସରକାର ଗଠନ କରାଯାଇଛି।

Advertisment

ଏ ସମ୍ପର୍କରେ ଖୋଦ୍‌ ତାଲିବାନର ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି। ଦୀର୍ଘ ୨୦ ବର୍ଷ ହେଲାଣି ତାଲିବାନ ପାଇଁ ଆମେରିକା ବିରୋଧରେ ସଂଘର୍ଷ କରୁଥିବା ସଂଗଠନର ବରିଷ୍ଠ ନେତାମାନଙ୍କୁ ମନ୍ତ୍ରୀ ପଦ ମିଳିଛି। ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ତାଲିବାନର ଅସ୍ଥାୟୀ ସରକାରର ମୁଖ୍ୟ ହୋଇଥିବା ବେଳେ ତାଙ୍କର ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦରମୌଲବୀ ହନାଫୀ କାର୍ଯ୍ୟ କରିବେ।

ଏହାବାଦ ଆଉ କାହାକୁ କେଉଁ ମନ୍ତ୍ରୀ ପଦ ମିଳିଲା ଜାଣନ୍ତୁ

୧- ଆମୀର ଖାନ ମୁତ୍ତାକି- ତାଲିବାନର ବୈଦେଶିକ ମନ୍ତ୍ରୀ

୨-ଶେର ମହମ୍ମଦ ଆବ୍ବାସ ଷ୍ଟାନିକଜାଇ- ଉପ ବୈଦେଶିକ ମନ୍ତ୍ରୀ

୩-ସିରାଜୁଦ୍ଦିନ ହକ୍କାନୀ- ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀ

୪- ମୁଲ୍ଲା ୟାକୁବ- ପ୍ରତିରକ୍ଷା ମନ୍ତ୍ରୀ

୫- ଅବଦୁଲ ହକିମ- ତାଲିବାନର ନ୍ୟାୟ ମନ୍ତ୍ରୀ

୬-ଖୈରୁଲ୍ଲା ଖାଇରଖୱା- ତାଲିବାନର ସୂଚନା ମନ୍ତ୍ରୀ

୭- ଜବିଉଲ୍ଲା ମୁଜାହିଦ- ଡେପୁଟି ସୂଚନା ମନ୍ତ୍ରୀ

୮-ହେଦାୟତୁଲ୍ଲା ବଦ୍ରୀ- ତାଲିବାନର ଅର୍ଥମନ୍ତ୍ରୀ

୯- କ୍ୟୁରୀ ଦିନ ହନୀଫ-ତାଲିବାନ ଇକୋନୋମି ମନ୍ତ୍ରୀ

୧୦- ଶେଖ ମାୱଲାୱି ନୁରଉଲ୍ଲା- ତାଲିବାନର ଶିକ୍ଷା ମନ୍ତ୍ରୀ

୧୧- ନୁର ମହମ୍ମଦ ସାକିବ- ତାଲିବାନର ହଜ ଓ ଧାର୍ମିକ ବ୍ୟାପାର ମନ୍ତ୍ରୀ

୧୨- ନୁରୁଉଲ୍ଲା ନୋରି- ତାଲିବାଦର ସୀମା ଓ ଆଦିବାସୀ ବ୍ୟାପର ମନ୍ତ୍ରୀ

୧୩- ମହମ୍ମଦ ୟୁନିସ ଅଖୁନ୍ଦଜାଦା- ତାଲିତବାନ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ

୧୪- ଅବଦୁଲ ମନନ ଓମାରୀ- ତାଲିବାନର ପୂର୍ତ୍ତ ବିଭାଗ

୧୫- ମହମ୍ମଦ ଇସା ଅଖୁନ୍ଦ- ଖଣି ଓ ପେଟ୍ରୋଲିୟମ ମନ୍ତ୍ରୀ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe