Advertisment

ରୁଷ ସେନାକୁ କଡା ଜବାବ ଦେବେ ଭାରତୀୟ ଛାତ୍ର, ଉଠାଇଲେ ବନ୍ଧୁକ

କିଭ୍‌: ରୁଷ-ୟୁକ୍ରେନ୍‌ ଭିତରେ ଦୀର୍ଘ ଦୁଇ ସପ୍ତାହ ହେଲା ଜାରି ରହିଛି ଯୁଦ୍ଧ। ରୁଷ ସେନା ଲଗାତାର ୟୁକ୍ରେନ୍‌ ଉପରେ କରୁଛି ମିସାଇଲ ମାଡ। ସେପଟେ ୟୁକ୍ରେନ୍‌ ମଧ୍ୟ ନିଜ ସେନା ଓ ସାଧାରଣ ନାଗରିକଙ୍କ ସହ ମିଶି ରୁଷ ସେନାକୁ ସାମ୍ନା କରୁଛି। ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ସାଧାରଣ ନାଗରିକମାନେ ମଧ୍ୟ ବନ୍ଧୁକ ଉଠାଇଛନ୍ତି। ଏହାରି ଭିତରେ ଏବେ ୟୁକ୍ରେନ ସେନାରେ ଜଣେ ଭାରତୀୟ ଛାତ୍ର ମଧ୍ୟ ସାମିଲ ହୋଇଛନ୍ତି। ରୁଷ ସେନାକୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରୁଷ ସେନାକୁ କଡା ଜବାବ ଦେବେ ଭାରତୀୟ ଛାତ୍ର, ଉଠାଇଲେ ବନ୍ଧୁକ

Tamil Nadu student joins Ukraine force

କିଭ୍‌: ରୁଷ-ୟୁକ୍ରେନ୍‌ ଭିତରେ ଦୀର୍ଘ ଦୁଇ ସପ୍ତାହ ହେଲା ଜାରି ରହିଛି ଯୁଦ୍ଧ। ରୁଷ ସେନା ଲଗାତାର ୟୁକ୍ରେନ୍‌ ଉପରେ କରୁଛି ମିସାଇଲ ମାଡ। ସେପଟେ ୟୁକ୍ରେନ୍‌ ମଧ୍ୟ ନିଜ ସେନା ଓ ସାଧାରଣ ନାଗରିକଙ୍କ ସହ ମିଶି ରୁଷ ସେନାକୁ ସାମ୍ନା କରୁଛି। ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ସାଧାରଣ ନାଗରିକମାନେ ମଧ୍ୟ ବନ୍ଧୁକ ଉଠାଇଛନ୍ତି। ଏହାରି ଭିତରେ ଏବେ ୟୁକ୍ରେନ ସେନାରେ ଜଣେ ଭାରତୀୟ ଛାତ୍ର ମଧ୍ୟ ସାମିଲ ହୋଇଛନ୍ତି। ରୁଷ ସେନାକୁ ମୁହଁତୋଡ ଜବାବ ଦେବାକୁ ହାତରେ ଉଠାଇଛନ୍ତି ବନ୍ଧୁକ। ୟୁକ୍ରେନ୍‌କୁ ପାଠ ପଢ଼ିବା ପାଇଁ ଯାଇଥିବା ଜଣେ ଭାରତୀୟ ଛାତ୍ର ୟୁକ୍ରେନ୍‌ ସେନାରେ ସାମିଲ ହୋଇଛନ୍ତି।

Advertisment

ସୈନିକେଶ ରବୀଚନ୍ଦ୍ରନ। ୨୧ ବର୍ଷୀୟ ଏହି ଛାତ୍ରଙ୍କ ଘର ତାମିଲନାଡୁ କଏମ୍ବଟୁରରେ। ୨୦୧୮ରେ ପଢ଼ିବା ପାଇଁ ସେ ୟୁକ୍ରେନ୍‌ ଯାଇଥିଲେ। ତେବେ ଯୁଦ୍ଧ ଆରମ୍ଭ ହେବା ପରେ ସେ ଭାରତ ଫେରିବା ବଦଳରେ ଏବେ ୟୁକ୍ରେନ୍‌ ସେନାରେ ସାମିଲ ହୋଇଛନ୍ତି। ସେ ହାତରେ କଲମ ବଦଳରେ ଉଠାଇଛନ୍ତି ବନ୍ଧୁକ ଆଉ ୟୁକ୍ରେନ୍‌ର ପାରା ମିଲିଟାରୀ ଫୋର୍ସରେ ଜଏନ୍‌ କରିଛନ୍ତି।

ରିପୋର୍ଟ ଅନୁସାରେ କିଛି ଭାରତୀୟ ଅଧିକାରୀମାନେ ତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଏହି ସୂଚନା ଦେଇଛନ୍ତି।  ରବୀଚନ୍ଦ୍ରନ ପୂର୍ବରୁ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ସେ ଏହା ପୂର୍ବରୁ ଭାରତୀୟ ସେନାରେ ଆବେଦନ କରିଥିଲେ, କିନ୍ତୁ କିଛି କାରଣବଶତଃ ତାଙ୍କ ଚୟନ ହୋଇପାରିନଥିଲା। ଏହାପରେ ସେ ୨୦୧୮ରେ ୟୁକ୍ରେନ୍‌ ଚାଲିଯାଇଥିଲେ, ସେଠାରେ ସେ ନ୍ୟାସନାଲ ଏରୋସ୍ପେସ୍‌ ୟୁନିର୍ଭସିଟିରେ ପଢ଼ୁଥିଲେ। ଏହି ବିଶ୍ୱବିଦ୍ୟାଳୟଟି ୟୁକ୍ରେନ୍‌ର ଖାରକିଭ୍‌ ଅଞ୍ଚଳରେ ଅବସ୍ଥିତ। ଚଳିତ ବର୍ଷ ଜୁଲାଇ ମାସରେ ରବୀଚନ୍ଦ୍ରନଙ୍କ ପାଠ ପଢ଼ା ସରିଥାଆନ୍ତା। ତେବ ଯୁଦ୍ଧ ଯୋଗୁଁ ତାଙ୍କ ପାଠପଢ଼ା ଏବେ ଅଧାରେ ଅଟକିଛି।

Advertisment

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ୟୁକ୍ରେନ୍‌ରେ ଜାରି ରହିଥିବା ଯୁଦ୍ଧ ଭିତରେ ସୈନିକେଶଙ୍କ ସହ ତାଙ୍କ ପରିବାର ଲୋକେ ଆଉ କଥା ହୋଇ ପାରିନଥିଲେ। କିନ୍ତୁ ଯେତେବେଳେ ତାଙ୍କ ସମ୍ପର୍କୀୟମାନେ ଦୂତାବାସରୁ ସାହାଯ୍ୟ ମାଗିଥିଲେ ସେତେବେଳେ ପୁଅ ସହ ସେମାନେ ଯୋଗାଯୋଗ କରିପାରିଥିଲେ। ଏହାପରେ ୟୁକ୍ରେନ ସେନାରେ ଯୋଗଦେବା ବିଷୟରେ ସୈନିକେଶ ତାଙ୍କ ବାପାମା'ଙ୍କୁ ସୂଚନା ଦେଇଥିଲେ।

ବାସ୍ତବରେ ରୁଷ ବିରୋଧୀ ଯୁଦ୍ଧରେ ୟୁକ୍ରେନ୍‌କୁ ବିଶ୍ୱରେ ଅନେକ ଦେଶରୁ ସମର୍ଥନ ମିଳିଛି। ଏଭଳି ପରିସ୍ଥିତିରେ ୟୁକ୍ରେନ ଏକ ନୂତନ ୟୁନିଟ୍ 'ଇଣ୍ଟରନ୍ୟାସନାଲ ଲେଜିଅନ୍' ଗଠନ ପାଇଁ ଘୋଷଣା କରିଥିଲା। ବିଶେଷ କଥା ହେଉଛି ଅନ୍ୟ ଦେଶରୁ ଲୋକମାନେ ରୁଷର ମୁକାବିଲା ପାଇଁ ଯୋଗ ଦେଉଛନ୍ତି। କୁହାଯାଉଛି ଯେ ଅନେକ ଦେଶର ଯୁବକମାନେ ୟୁକ୍ରେନ ସେନାର ଏହି ନୂଆ ୟୁନିଟରେ ଯୋଗ ଦେଇଛନ୍ତି। ୟୁକ୍ରେନ ସେନା ଅନୁଯାୟୀ ଆମେରିକା, ବ୍ରିଟେନ, ସ୍ୱିଡେନ, ଲିଥୁଆ, ମେକ୍ସିକୋ ଏବଂ ଭାରତର ଯୁବକମାନେ ଏହି ୟୁନିଟରେ ସାମିଲ ହୋଇଛନ୍ତି।

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ 'ଆମେ ବିଦେଶୀ ନାଗରିକଙ୍କଠାରୁ ହଜାର ହଜାର ଆବେଦନ ଗ୍ରହଣ କରୁଛୁ। ଯେଉଁମାନେ ରୁଷର ସାମ୍ନା କରିବାକୁ ଏବଂ ବିଶ୍ୱର ସୁରକ୍ଷା କରିବାକୁ ଆମ ସହିତ ଆସିବାକୁ ଚାହୁଁଛନ୍ତି।'

https://twitter.com/KyivIndependent/status/1500903313344245763?s=20&t=_JHiNjPGVtdu81miLPEfmw