Advertisment

ପାଣି ଭିତରେ ପ୍ଲେନ୍‌ କ୍ରାଶ ଘଟଣା: ୧୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାଣି ଭିତରେ ପ୍ଲେନ୍‌ କ୍ରାଶ ଘଟି ୧୯ ଜଣଙ୍କର ମୃତ୍ୟୁ। ମୱାନଜାରୁ ବୁକୋବା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ତାଞ୍ଜାନିଆର ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ବିମାନରେ ୪୯ ଜଣ ଯାତ୍ରୀ ଥିଲେ। ତାଞ୍ଜାନିଆରେ ରବିବାର ବିମାନଟି ବିମାନବନ୍ଦରରେ ଅବତରଣ ପୂର୍ବରୁ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରିସିଜନ୍‌ ଏୟାରଲାଇନ୍ସର ଘରୋଇ ବିମାନ ଯେଉଁ ସମୟରେ ବୁକୋବାରେ ଅବତରଣ କରିବାକୁ ଯାଉଥିଲା, ଠିକ୍‌ ସେହି ସମୟରେ ପାଇଲଟ୍‌ […]

author-image
Tapas Behera
ପାଣି ଭିତରେ ପ୍ଲେନ୍‌ କ୍ରାଶ ଘଟଣା: ୧୯ ଜଣଙ୍କ ମୃତ୍ୟୁ

iopw

ନୂଆଦିଲ୍ଲୀ: ପାଣି ଭିତରେ ପ୍ଲେନ୍‌ କ୍ରାଶ ଘଟି ୧୯ ଜଣଙ୍କର ମୃତ୍ୟୁ। ମୱାନଜାରୁ ବୁକୋବା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ତାଞ୍ଜାନିଆର ଲେକ ଭିକ୍ଟୋରିଆ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ବିମାନରେ ୪୯ ଜଣ ଯାତ୍ରୀ ଥିଲେ। ତାଞ୍ଜାନିଆରେ ରବିବାର ବିମାନଟି ବିମାନବନ୍ଦରରେ ଅବତରଣ ପୂର୍ବରୁ ହ୍ରଦରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରିସିଜନ୍‌ ଏୟାରଲାଇନ୍ସର ଘରୋଇ ବିମାନ ଯେଉଁ ସମୟରେ ବୁକୋବାରେ ଅବତରଣ କରିବାକୁ ଯାଉଥିଲା, ଠିକ୍‌ ସେହି ସମୟରେ ପାଇଲଟ୍‌ ନିୟନ୍ତ୍ରଣ ହରାଇଥିଲେ ଓ ବିମାନଟି ଏୟାରପୋର୍ଟ ନିକଟରେ ଥିବା ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଥିଲା।

Advertisment

ସୂଚନା ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ବୁଡ଼ିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର ପାଈଁ ଅପରେଶନ ଜାରି ରହିଛି। ବିମାନ ଦୁର୍ଘଟଣାର ଭିଡିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ସୋଶାଲ ମିଡିଆରେ ଭାରାଲ ହୋଇଛି । ଆଫ୍ରିକାର ସର୍ବବୃହତ୍ତ ହ୍ରଦ ଲେକ ଭିକ୍ଟୋରିଆରେ ବିମାନଟି ଅଧା ବୁଡ଼ି ରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି।  ପ୍ରେସିଜନ ଏୟାର ହେଉଛି ତାଞ୍ଜାନିଆର ସର୍ବବୃହତ ଏୟାରଲାଇନ। ଦୁର୍ଘଟଣା ପରେ ଏବେ ଉଦ୍ଧାର କାମ ଆରମ୍ଭ ହୋଇଛି। ବିମାନରେ ଫସି ରହିଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି।