Advertisment

ସାମ୍ୱାଦିକଙ୍କ ଉପରେ ସାନିଟାଇଜର ସ୍ପ୍ରେ କଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌ : ସାଧାରଣତଃ ନେତା, ସେଲିବ୍ରେଟି ସାମ୍ୱାଦିକଙ୍କ ପ୍ରଶ୍ନ ଏଡ଼ାଇବାକୁ ଚେଷ୍ଟା କରନ୍ତି। ହେଲେ ସାମ୍ୱାଦିକମାନେ ଯଦି କୌଣସି କାରଣରୁ ଘେରିଯାଇ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରନ୍ତି ତାହେଲେ କଣ ହେବ?  ସାଧାରଣତଃ ପ୍ରଶ୍ନର ଉତ୍ତର ଦେବାକୁ ଇଚ୍ଛା ନଥିଲେ ଏଡ଼ାଇ ଯାଆନ୍ତି। ହେଲେ କିଛି ଅଲଗା ଘଟିଛି ଥାଇଲାଣ୍ଡରେ। ଯାହା କେବେ କେହି ଭାବିନଥିବେ। ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚା ସାମ୍ୱାଦିକ ସମ୍ମିଳନୀ କରୁଥିଲେ। ଏହି ସମୟରେ ସାମ୍ୱାଦିକମାନେ କିଛି ପ୍ରଶ୍ନ ପଚାରିଥିଲେ। ଯାହାକୁ ଶୁଣି ପ୍ରଧାନମନ୍ତ୍ରୀ […]

ଅଦ୍ୟତନ ହୋଇଛି
ସାମ୍ୱାଦିକଙ୍କ ଉପରେ ସାନିଟାଇଜର ସ୍ପ୍ରେ କଲେ ପ୍ରଧାନମନ୍ତ୍ରୀ

bangkok-pm

Advertisment

ବ୍ୟାଙ୍କକ୍‌ : ସାଧାରଣତଃ ନେତା, ସେଲିବ୍ରେଟି ସାମ୍ୱାଦିକଙ୍କ ପ୍ରଶ୍ନ ଏଡ଼ାଇବାକୁ ଚେଷ୍ଟା କରନ୍ତି। ହେଲେ ସାମ୍ୱାଦିକମାନେ ଯଦି କୌଣସି କାରଣରୁ ଘେରିଯାଇ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରନ୍ତି ତାହେଲେ କଣ ହେବ?  ସାଧାରଣତଃ ପ୍ରଶ୍ନର ଉତ୍ତର ଦେବାକୁ ଇଚ୍ଛା ନଥିଲେ ଏଡ଼ାଇ ଯାଆନ୍ତି। ହେଲେ କିଛି ଅଲଗା ଘଟିଛି ଥାଇଲାଣ୍ଡରେ। ଯାହା କେବେ କେହି ଭାବିନଥିବେ।

Advertisment

ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚା ସାମ୍ୱାଦିକ ସମ୍ମିଳନୀ କରୁଥିଲେ। ଏହି ସମୟରେ ସାମ୍ୱାଦିକମାନେ କିଛି ପ୍ରଶ୍ନ ପଚାରିଥିଲେ। ଯାହାକୁ ଶୁଣି ପ୍ରଧାନମନ୍ତ୍ରୀ ଚିହିଁକି ଉଠିଥିଲେ। ଆଉ ନିଜ ସିଟରୁ ଉଠି ଆସି ସାମ୍ୱାଦିକମାନେ ଯେଉଁଠି ବସିଥିଲେ ସେଠାକୁ ପଳାଇ ଆସିଥିଲେ। ପରେ ସାମ୍ୱାଦିକଙ୍କ ମୁହଁ ଉପରେ ସାନିଟାଇଜର ସ୍ପ୍ରେ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସୋଶାଲ ମିଡିଆରେ କେହି କେହି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତ ଆଉ କେହି ଥଟ୍ଟ ପରିହାସ କରିଛନ୍ତି।

https://twitter.com/LMorgenbesser/status/1369430849159114757?s=20

ସୂଚନାଯୋଗ୍ୟ, ଏହି ଭିଡିଓ ଦୁଇ ସପ୍ତାହ ପୂର୍ବର। ଏହି ସମୟରେ ଚାନ-ଓ-ଚା ସରକାର ଉପରେ ଅବିଶ୍ୱାସ ପ୍ରସ୍ତାବ ଆସିଥିଲା। କୋଭିଡ ପରିଚାଳନା ଠିକ୍ ଭାବରେ ନକରିପାରିବା, ଭ୍ୟାକିସିନ୍ ନିୟମ ଭାଙ୍ଗିବା, ମାନବ ଅଧିକାର ଉଲ୍ଲଂଘନ ଭଳି ବିଭିନ୍ନ ଅଭିଯୋଗ ଥିଲା ପ୍ରୟୁତ ସରକାରଙ୍କ ବିରୋଧରେ। ଏହି ସମୟରେ ସାପ୍ତାହିକ ସାମ୍ୱାଦିକ ସମ୍ମିଳନୀ କରିଥିଲେ ପିଏମ୍ ପ୍ରୟୁତ। ଆଉ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ସାମ୍ୱାଦିକ ଜଣଙ୍କ ପିଏମଙ୍କୁ ପ୍ରଶ୍ନ କରିଥିଲେ। ପରେ ପିଏମ୍ ରାଗିଯାଇ ଏକ ସାନିଟାଇଜର ବୋତଲ ଧରି ପ୍ରଶ୍ନ ପଚାରୁଥିବା ସାମ୍ୱାଦିକଙ୍କ ପାଖକୁ ଆସିଥିଲେ। ଆଉ ସାମ୍ୱାଦିକଙ୍କ ମୁହଁ ଉପରେ ପ୍ରଶ୍ନ କରିଥିଲେ।

Advertisment

ସୂଚନାଯୋଗ୍ୟ, ୨୦୧୪ରେ ନିର୍ବାଚିତ ସରକାରକୁ କ୍ଷମଚାଚ୍ୟୁତ କରି ପୂର୍ବତନ ସୈନ୍ୟ କମାଣ୍ଡର ପ୍ରୟୁତ କ୍ଷମତାରେ ବସିଛନ୍ତି। ପ୍ରୟୁତ ନିଜର ଅଜବ ବ୍ୟବହାର ପାଇଁ ପରିଚିତ। ଏହାପୂର୍ବରୁ କ୍ୟାମେରାମ୍ୟାନଙ୍କ ଉପରେ କାଳି ପକାଇ ଦେଇଥିଲେ ପ୍ରୟୁତ।

Bangkok
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe