Advertisment

ଲଣ୍ଡନରୁ ଚୋରି କରି ପାକିସ୍ତାନ ନେଇଗଲେ ୨ କୋଟିର ଦାମୀ କାର୍‌

କରାଚି: ବିଦେଶରୁ ଦାମୀ ସୁନା ଗହଣା ଚୋରି କଥା ଆପଣ ଜାଣିଥିବେ। କିଏ ବ୍ୟାଗ୍‌ରେ, କିଏ ଚପଲ ତଳେ ତ ଆଉ କିଏ ନିଜ ଶରୀର ଭିତରେ କେତେବେଳେ ସୁନା ତ ଆଉ କେତେବେଳେ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥାଆନ୍ତି। ବେଳେବେଳେ ବିମାନବନ୍ଦରରେ ଯାଞ୍ଚ ବେଳେ ଧରା ପଡିଯାଏ ଚୋରି । କଷ୍ଟମ୍‌ ଅଧିକାରୀ ବି ଯାତ୍ରୀଙ୍କୁ ଯାଞ୍ଚ କରି ନିଜ ଶରୀରରେ ଲୁଚାଇ ନେଉଥିବା ସୁନା ଓ ହୀରାକୁ ଠାବ କରିଥା’ନ୍ତି। ହେଲେ […]

ଅଦ୍ୟତନ ହୋଇଛି
ଲଣ୍ଡନରୁ ଚୋରି କରି ପାକିସ୍ତାନ ନେଇଗଲେ ୨ କୋଟିର ଦାମୀ କାର୍‌

bentley-mulsanne-car

Advertisment

କରାଚି: ବିଦେଶରୁ ଦାମୀ ସୁନା ଗହଣା ଚୋରି କଥା ଆପଣ ଜାଣିଥିବେ। କିଏ ବ୍ୟାଗ୍‌ରେ, କିଏ ଚପଲ ତଳେ ତ ଆଉ କିଏ ନିଜ ଶରୀର ଭିତରେ କେତେବେଳେ ସୁନା ତ ଆଉ କେତେବେଳେ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥାଆନ୍ତି। ବେଳେବେଳେ ବିମାନବନ୍ଦରରେ ଯାଞ୍ଚ ବେଳେ ଧରା ପଡିଯାଏ ଚୋରି । କଷ୍ଟମ୍‌ ଅଧିକାରୀ ବି ଯାତ୍ରୀଙ୍କୁ ଯାଞ୍ଚ କରି ନିଜ ଶରୀରରେ ଲୁଚାଇ ନେଉଥିବା ସୁନା ଓ ହୀରାକୁ ଠାବ କରିଥା'ନ୍ତି। ହେଲେ ଲଣ୍ଡନରେ ହୋଇଥିବା ଏକ ଚୋରି ସମସ୍ତଙ୍କୁ ତାଜୁବ କରିଛି। ଚୋରି ହୋଇଯାଇଛି ୨ କୋଟି ଟଙ୍କାର ଲଗ୍‌ଜୁରୀ ବେଣ୍ଟଲି କାର୍‌। ଆଉ ଏହି ଚୋରି କାର୍‌କୁ ଲଣ୍ଡନରୁ ପାକିସ୍ତାନ ବୋହି ନେଇଯାଇଛନ୍ତି ଚୋର।

Advertisment

Bentley stolen from London found in Karachi

ଲଣ୍ଡନରୁ ଚୋରି କରି ପାକିସ୍ତାନ ନେଇଗଲେ ଦାମୀ କାର୍‌। ସେ ପୁଣି ଛୋଟ ମୋଟ କାର୍‌ ନୁହେଁ, ଲଗ୍‌ଜୁରୀ 'ବେଣ୍ଟଲି ମଲ୍‌ସେନ୍‌' କାର୍। ପାଖାପାଖି ୨ କୋଟିରୁ ଅଧିକ ଟଙ୍କାର ଏହି କାର୍‌କୁ ଏବେ ପାକିସ୍ତନର କଷ୍ଟମ୍‌ ଅଧିକାରୀ ଚଢ଼ାଉ  କରି କରାଚିରୁ ଜବତ କରିଛନ୍ତି। ଏହି କାର୍‌ ଚୋରି ମାମଲାରେ ବ୍ରିଟେନ୍‌ରେ ଥିବା ପାକିସ୍ତାନର ଜଣେ ଶୀର୍ଷସ୍ତରୀୟ କୂଟନୀତିଜ୍ଞ ସହାଯ୍ୟ କରିଥିବା ସୂଚନା ମିଳିଛି। ଚୋରି ରାକେଟ୍‌ରେ ଏହି ଶୀର୍ଷ କୂଟନୀତିଜ୍ଞଙ୍କ ହାତ ଥିବା କୁହାଯାଉଛି।

Bentley Mulsanne' car stolen from London recovered from Pakistan, will be blown away after hearing the price - Thelocalreport.in

ଶନିବାର ଦିନ ହୋଇଥିବା ଚଢ଼ାଇରେ ପାକିସ୍ତାନର କଷ୍ଟମ ଅଧିକାରୀମାନେ ବ୍ରିଟେନରୁ ଚୋରି ହୋଇଥିବା ଏକ ଲଗ୍‌ଜୁରୀ 'ବେଣ୍ଟଲି ମୁଲସେନ୍‌' ସେଡାନ କାର୍‌କୁ କରାଚିର ଏକ ବଙ୍ଗଳାରୁ ଜବତ କରିଛନ୍ତି। ବ୍ରିଟେନର ନ୍ୟାସନାଲ କ୍ରାଇମ ଏଜେନ୍ସି ଦ୍ୱାରା କାର୍‌ ଚୋରି ସମ୍ପର୍କରେ ସୂଚନା ପାଇବା ପରେ ଅଧିକାରୀମାନେ ସମ୍ପୃକ୍ତ ବଙ୍ଗଳା ଉପରେ ଚଢ଼ାଉ କରିଥିଲେ। ଉକ୍ତ ବଙ୍ଗଳାର ମାଲିକ ଓ ଏହି କାର୍‌ ବିକ୍ରି କରିଥିବା ଦଲାଲକୁ ଗିରଫ କରାଯାଇଛି। ସେହିପରି ଅନ୍ୟ ଏକ ବଙ୍ଗଳାରୁ ବିନା ଲାଇସେନ୍ସ ଯୁକ୍ତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି।

Advertisment

ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଚୋରିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ‘ବେଣ୍ଟଲି’ରେ ଥିବା ଟ୍ରେସିଙ୍ଗ୍‌ ଟ୍ରାକର୍‌ ସୁଇଚ୍‌କୁ କାଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହୋଇଥିଲେ। ଏହି ଆତ୍ୟାଧୁନିକ ‘ଟ୍ରାକିଙ୍ଗ୍‌ ସିଷ୍ଟମ୍‌’ ବଳରେ କାର୍‌ର ସଠିକ୍‌ ଅବସ୍ଥିତି ନିରୂପଣ କରିପାରିଥିଲେ ଇଂଲଣ୍ଡର କର୍ତ୍ତୃପକ୍ଷମାନେ। ଆଉ କାର୍‌ଟି ପାକିସ୍ତାନରେ ଥିବା ଜଣାପଡିଥିଲା।

ଚଢ଼ାଉ ବେଳେ ଅଧିକାରୀମାନେ ପାକିସ୍ତାନୀ ପଞ୍ଜିକରଣ ଏବଂ ନମ୍ବର ପ୍ଲେଟ୍‌ ଥିବା ‘ବେଣ୍ଟ୍‌ଲି’ କାର୍‌ ପାଇଥିଲେ। ତଦନ୍ତ କରିବା ପରେ ଇଂଲଣ୍ଡ କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ଚୋରି ଗାଡ଼ିର ବିବରଣୀ ସହିତ ଉଦ୍ଧାର ହୋଇଥିବା କାର୍‌ର ଚେସିସ୍‌ ନମ୍ବର ମେଳଖାଉଥିବା ଜଣାପଡିଥିଲା।

କଷ୍ଟମ୍‌ ଅଧିକାରୀମାନେ ଦାଏର କରିଥିବା ‘ଏଫ୍‌ଆଇଆର୍‌’ ଅନୁସାରେ, ଚୋରି କାର୍‌ଟିକୁ ଚୋରାରେ ଅଣାଯିବା ବେଳେ ୩୦୦ ନିୟୁତରୁ ଅଧିକ ଟଙ୍କାର ଟିକସ ଫାଙ୍କା ଯାଇଥିବା ଜଣାପଡିଛି। ଏହି ରାକେଟ୍‌ର ମୁଖ୍ୟ ମାଷ୍ଟର୍‌ମାଇଣ୍ଡ କିଏ? ତାଙ୍କୁ ଖୋଜା ଚାଲିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସୂଚନା ମୁତାବକ, ଏହି କାର୍‌ଟି ଲଣ୍ଡନରୁ କିଛି ସପ୍ତାହ ପୂର୍ବେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଚୋର ଗ୍ୟାଙ୍ଗରେ ଥିବା ଲୋକେ ପୂର୍ବ ୟୁରୋପୀୟ ଦେଶର ଜଣେ ବରିଷ୍ଠ ରାଜନେତାଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ଏହି କାର୍‌କୁ ପାକିସ୍ତାନ ନେଇ ଆସିଥିଲେ। ଚୋରି ହୋଇଥିବା ଏହି ବେଣ୍ଟଲି କାର୍‌ର ଦାମ୍‌ ୩,୦୦,୦୦୦ ଡଲାର ତଥା ୨ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଏହା ବେଣ୍ଟଲି ବ୍ରାଣ୍ଡର ସବୁଠାରୁ ବଡ ଓ ସବୁଠୁ ଦାମୀ ସେଡାନ୍‌ କାର୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe