ନିଶା ଟେଷ୍ଟରେ ଧରାପଡ଼ିଲେ, ମନ୍ଦିର ହେଲା ସାଧୁ ଶୂନ୍ୟ

ବ୍ୟାଙ୍କକ: ସାମ୍ନାକୁ ଆସିଛି ଗୋଟିଏ ରୋଚକ ଘଟଣା। ନିଶା ଟେଷ୍ଟ ବେଳେ ଧରା ପଡ଼ିଛନ୍ତି ଗୋଟିଏ ମନ୍ଦିରରେ ରହୁଥିବା ସମସ୍ତ ସାଧୁସନ୍ଥ। ଏମାନେ ନିୟମିତ ବିଭିନ୍ନ ପ୍ରକାରର ନିଶା ଖାଉଥିବା ଟେଷ୍ଟ ବେଳେ ସ୍ପଷ୍ଟ ହୋଇଛି। ଏହି ଘଟଣା ପରେ ମନ୍ଦିର ଏବେ ସାଧୁ ଶୂନ୍ୟ ହୋଇଯାଇଛି। କେନ୍ଦ୍ରୀୟ ଥାଇଲ୍ୟାଣ୍ଡର ଗୋଟିଏ ବୌଦ୍ଧ ମନ୍ଦିରରେ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବୁଙ୍ଗ ସାମ ଫାନ ଜିଲ୍ଲାର ଫେଟଚାବୁନଠାରେ ଏହି ମନ୍ଦିରଟି ରହିଛି। ଏଠାରେ ୪ […]

Monk

  • Published: Tuesday, 29 November 2022
  • , Updated: 29 November 2022, 05:06 PM IST

ବ୍ୟାଙ୍କକ: ସାମ୍ନାକୁ ଆସିଛି ଗୋଟିଏ ରୋଚକ ଘଟଣା। ନିଶା ଟେଷ୍ଟ ବେଳେ ଧରା ପଡ଼ିଛନ୍ତି ଗୋଟିଏ ମନ୍ଦିରରେ ରହୁଥିବା ସମସ୍ତ ସାଧୁସନ୍ଥ। ଏମାନେ ନିୟମିତ ବିଭିନ୍ନ ପ୍ରକାରର ନିଶା ଖାଉଥିବା ଟେଷ୍ଟ ବେଳେ ସ୍ପଷ୍ଟ ହୋଇଛି। ଏହି ଘଟଣା ପରେ ମନ୍ଦିର ଏବେ ସାଧୁ ଶୂନ୍ୟ ହୋଇଯାଇଛି। କେନ୍ଦ୍ରୀୟ ଥାଇଲ୍ୟାଣ୍ଡର ଗୋଟିଏ ବୌଦ୍ଧ ମନ୍ଦିରରେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବୁଙ୍ଗ ସାମ ଫାନ ଜିଲ୍ଲାର ଫେଟଚାବୁନଠାରେ ଏହି ମନ୍ଦିରଟି ରହିଛି। ଏଠାରେ ୪ ଜଣ ସାଧୁ ଦୀର୍ଘ ଦିନ ହେଲା ରହି ଆସୁଥିଲେ। ତେବେ ଏମାନେ ନିଶା ଖାଉଥିବା ସନ୍ଦେହରେ ସୋମବାର ସମସ୍ତଙ୍କର ଟେଷ୍ଟ କରାଯାଇଥିଲା। ଏହି ସମୟରେ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ୪ ଜଣ ସାଧୁଙ୍କ ଠାରୁ ଏହି ମାନ୍ୟତା ପ୍ରତ୍ୟାହାର କରି ନେଇଛି। ସେହିପରି ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠା ଯାଇଛି।

ମନ୍ଦିର ସାଧୁ ଶୂନ୍ୟ ହୋଇଯିବାରୁ ସ୍ଥାନୀୟ ଲୋକମାନେ ଚିନ୍ତାରେ ରହିଛନ୍ତି। ସେମାନେ ନିଜର ବିଶ୍ୱାସ ଅନୁଯାୟୀ କେମିତି ଦାନ ଓ ଖାଇବାକୁ ଦେବେ, ତା’କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ ରହିଛି ଯେ ମନ୍ଦିରରେ ଥିବା ସାଧୁସନ୍ଥଙ୍କୁ ଖାଇବାକୁ ଦେଲେ ପାପ ଖଣ୍ଡନ ହୋଇଥାଏ। ତେଣୁ ଏବେ ପ୍ରଶାସନ ମନ୍ଦିରକୁ ନୂଆ ସାଧୁସନ୍ଥଙ୍କୁ ପଠାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

Related story