Advertisment

ଫେବ୍ରୁଆରୀ ୧୪ରେ ‘ସିଷ୍ଟର୍ସ ଡେ’ ପାଳିବ ଏହି ୟୁନିଭର୍ସିଟି

ଲାହୋର: ଏଣିକି ଫେବ୍ରୁଆରୀ ୧୪ ତାରିଖରେ ପାଳନ ହେବ ‘ଭଉଣୀ ଦିବସ’। ବିଶ୍ୱବ୍ୟାପୀ ଇସ୍‌ଲାମୀୟ ପରମ୍ପରାର ପ୍ରସାର ପାଇଁ ଫେବ୍ରୁଆରୀ ୧୪କୁ ସିଷ୍ଟର୍ସ ଡେ’ ରୂପେ ପାଳିବାକୁ ଏକ ପାକିସ୍ତାନୀ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେଇଛି। ପାକିସ୍ତାନ୍‌ର ଫୈସଲାବାଦରେ ଥିବା କୃଷି ବିଶ୍ୱବିଦ୍ୟାଳୟର କୁଳପତି ଜାଫର୍‌ ଇକ୍‌ବାଲ୍‌ ରାନ୍ଧଓ୍ଵା ଏକ ସ୍ଥାନୀୟ ଖବରକାଗଜକୁ ଦେଇଥିବା ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‌ ନିଷ୍ପତ୍ତି ଅନୁଯାୟୀ, ଫ୍ରେବ୍ରୁଆରୀ ୧୪ରେ ଛାତ୍ରୀମାନଙ୍କୁ ଓଢ଼ଣୀ ଓ ଅବୟା(ଡ୍ରେସ୍‌) ଗିଫ୍ଟ ଦିଆଯିବ। କୁଳପତିଙ୍କ କହିବା ଅନୁସାରେ, ଏହା ପାକିସ୍ତାନର […]

ଫେବ୍ରୁଆରୀ ୧୪ରେ ‘ସିଷ୍ଟର୍ସ ଡେ’ ପାଳିବ ଏହି ୟୁନିଭର୍ସିଟି

n

Advertisment

ଲାହୋର: ଏଣିକି ଫେବ୍ରୁଆରୀ ୧୪ ତାରିଖରେ ପାଳନ ହେବ ‘ଭଉଣୀ ଦିବସ’। ବିଶ୍ୱବ୍ୟାପୀ ଇସ୍‌ଲାମୀୟ ପରମ୍ପରାର ପ୍ରସାର ପାଇଁ ଫେବ୍ରୁଆରୀ ୧୪କୁ ସିଷ୍ଟର୍ସ ଡେ' ରୂପେ ପାଳିବାକୁ ଏକ ପାକିସ୍ତାନୀ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେଇଛି।

Advertisment

ପାକିସ୍ତାନ୍‌ର ଫୈସଲାବାଦରେ ଥିବା କୃଷି ବିଶ୍ୱବିଦ୍ୟାଳୟର କୁଳପତି ଜାଫର୍‌ ଇକ୍‌ବାଲ୍‌ ରାନ୍ଧଓ୍ଵା ଏକ ସ୍ଥାନୀୟ ଖବରକାଗଜକୁ ଦେଇଥିବା ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‌ ନିଷ୍ପତ୍ତି ଅନୁଯାୟୀ, ଫ୍ରେବ୍ରୁଆରୀ ୧୪ରେ ଛାତ୍ରୀମାନଙ୍କୁ ଓଢ଼ଣୀ ଓ ଅବୟା(ଡ୍ରେସ୍‌) ଗିଫ୍ଟ ଦିଆଯିବ। କୁଳପତିଙ୍କ କହିବା ଅନୁସାରେ, ଏହା ପାକିସ୍ତାନର ସଂସ୍କୃତି ଓ ଇସ୍‌ଲାମୀୟ ପରମ୍ପରା ସହ ବେଶ୍‌ ଖାପ ଖାଇବ।

publive-imageଆପଣ ଜାଣିଥିବେ, ପାଶ୍ଚାତ୍ୟ ଦେଶମାନଙ୍କରେ ଫେବ୍ରୁଆରୀ ୧୪କୁ ଭାଲେଣ୍ଟାଇନ୍‌ସ୍‌ ଡେ' ରୂପେ ପାଳନ କରାଯାଏ। ଶୁଭେଚ୍ଛା ପତ୍ର ଓ ଉପହାର ଜରିଆରେ ପ୍ରେମୀ ଯୁଗଳ ସେହିଦିନ ପରସ୍ପର ପ୍ରତି ଥିବା ଭଲ ପାଇବା ପ୍ରକାଶ କରିଥା'ନ୍ତି।

Advertisment

ତେବେ ରାନ୍ଧଓ୍ଵାଙ୍କ କହିବା କଥା, "କେତେକ ମୁସଲମାନ ବ୍ୟକ୍ତି ଏହି ଭାଲେଣ୍ଟାଇନ୍‌ ଡେ’ ପାଳନକୁ ବିପଦ ବୋଲି କହୁଛନ୍ତି। ତେଣୁ ଆମେ ଚିନ୍ତା କଲୁ ସେହି ବିପଦ ଆଶଙ୍କାକୁ ଏଡ଼ାଇବା ପାଇଁ ଏହାକୁ ଏକ ଅବସର କରି ଦେବା ଉଚିତ। କାରଣ ଆମ ବିଚାରରେ ମହିଳାମାନଙ୍କ ମର୍ଯ୍ୟାଦା ସମାଜରେ ଖୁବ୍‌ ଉଚ୍ଚରେ। ଏଣୁ ଫେବ୍ରୁଆରୀ ୧୪ରେ ସିଷ୍ଟର୍ସ ଡେ' ସେଲିବ୍ରେସନ୍‌ କ୍ଲିକ୍‌ କରୁ ବା ନ କରୁ, କିନ୍ତୁ ଆମେ ଇସ୍‌ଲାମ୍ ପରମ୍ପରାକୁ ଗୁରୁତ୍ୱ ଦେଇ ଏପରି ନିଷ୍ପତ୍ତି ନେଇଛୁ।"

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe