Advertisment

ହମଲା ଆଶଙ୍କା, ତୁରନ୍ତ ସେରେନା ହୋଟେଲ ଖାଲି କରିବାକୁ କହିଲେ ଆମେରିକା ଓ ବ୍ରିଟେନ

କାବୁଲ: ପୁଣିଥରେ ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର କାବୁଲରେ ଆତଙ୍କୀ ହମଲାର ଆଶଙ୍କା ପ୍ରକାଶ ପାଇଛି। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆମେରିକା ଓ ବ୍ରିଟେନ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ସତର୍କ କରାଇ ଦିଆଯାଇଛି। ବିଶେଷ କରି କାବୁଲର ପ୍ରସିଦ୍ଧ ସେରେନା ହୋଟେଲ ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବା ଏହି ଦୁଇ ଦେଶ ପକ୍ଷରୁ କୁହାଯାଇଛି। ଏଥିପାଇଁ ଉଭୟ ଦେଶ ନିଜ ଦେଶର ନାଗରିକମାନଙ୍କ ତୁରନ୍ତ ସେରେନା […]

ଅଦ୍ୟତନ ହୋଇଛି
ହମଲା ଆଶଙ୍କା, ତୁରନ୍ତ ସେରେନା ହୋଟେଲ ଖାଲି କରିବାକୁ କହିଲେ ଆମେରିକା ଓ ବ୍ରିଟେନ

Kabul

Advertisment

କାବୁଲ: ପୁଣିଥରେ ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର କାବୁଲରେ ଆତଙ୍କୀ ହମଲାର ଆଶଙ୍କା ପ୍ରକାଶ ପାଇଛି। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆମେରିକା ଓ ବ୍ରିଟେନ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ସତର୍କ କରାଇ ଦିଆଯାଇଛି। ବିଶେଷ କରି କାବୁଲର ପ୍ରସିଦ୍ଧ ସେରେନା ହୋଟେଲ ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବା ଏହି ଦୁଇ ଦେଶ ପକ୍ଷରୁ କୁହାଯାଇଛି। ଏଥିପାଇଁ ଉଭୟ ଦେଶ ନିଜ ଦେଶର ନାଗରିକମାନଙ୍କ ତୁରନ୍ତ ସେରେନା ହୋଟେଲ ଓ ଏହାର ଆଖପାଖ ଅଞ୍ଚଳକୁ ଖାଲି କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଫଗାନିସ୍ତାନ ଗସ୍ତ ନ କରିବାକୁ ପରାମର୍ଶ ଦେଇ ବ୍ରିଟେନ ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛି ଯେ ବିପଦ ବଢ଼ୁଥିବାରୁ ଆପଣମାନଙ୍କୁ ହୋଟେଲରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ବିଶେଷ କରି କାବୁଲରେ ଥିବା ସେରେନା ହୋଟେଲ ଭଳି ବଡ଼ ସ୍ଥାନକୁ ତୁରନ୍ତ ଖାଲି କରି ଦିଅନ୍ତୁ। ଏଠାରେ ସୁରକ୍ଷା ପ୍ରତି ବିପଦ ରହିଥିବା ବ୍ରିଟେନ କହିଛି। ସେହିପରି ଆମେରିକା ମଧ୍ୟ ନିଜ ଦେଶର ନାଗରିକମାନଙ୍କୁ କାବୁଲର ସେରେନା ହୋଟେଲକୁ ଖାଲି କରି ଅନ୍ୟତ୍ର ଚାଲିଯିବାକୁ କହିଛି।

ସେରେନା ହେଉଛି କାବୁଲର ସବୁଠାରୁ ଆଭିଜାତ୍ୟ ସମ୍ପନ୍ନ ହୋଟେଲ। ଏଠାକୁ ଅଧିକାଂଶ ବିଦେଶୀ ନାଗରିକ ଆସନ୍ତି। ଏବେ ତାଲିବାନ ଆଫଗାନକୁ ଦଖଲ କରିବା ପରେ ବିଦେଶୀଙ୍କ ଆଗମନ ହ୍ରାସ ପାଇଛି। କିନ୍ତୁ ପୂର୍ବରୁ ଆଫଗାନରେ ରହିଥିବା ଲୋକମାନେ ସେରନାରେ ରହୁଛନ୍ତି। ତେଣୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ଦୁଇଥର ଆତଙ୍କବାଦୀମାନେ ଏହି ହୋଟେଲକୁ ଟାର୍ଗେଟ କରି ସାରିଛନ୍ତି। ଏବେ ପୁଣି ସେମାନେ ହମଲା କରିବାକୁ ଯୋଜନା କରୁଛନ୍ତି।

Advertisment

ସୂଚନାଯୋଗ୍ୟ, ଶୁକ୍ରବାର ଆଫଗାନର କୁଣ୍ଡଉଜ ପ୍ରଦେଶର ଗୋଟିଏ ମସଜିଦରେ ଆତଙ୍କବାଦୀମାନା ଭୟଙ୍କର ହମଲା କରିଥିଲେ। ଏଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ହମଲା ପାଇଁ ଆଇଏସ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଏବେ ଆଇଏସ ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରି ସେରେନାରେ ହମଲା କରିବାର ଆଶଙ୍କା ପ୍ରକାଶ ପାଇଛି।

Afganistan Taliban Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe