Advertisment

ପୁଲିସ୍‌ ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ହମଲା: ଛୋଟ ପିଲା ସହ ୩ ମୃତ, ୨୭ ଆହତ

କ୍ୱେଟା: ପାକିସ୍ତାନର ବାଲୋଚିସ୍ତାନ ନିକଟବର୍ତ୍ତୀ କ୍ୱେଟାର ବାଲେଲି ଅଞ୍ଚଳରେ ପୁଲିସ୍‌ ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ହମଲା ହୋଇଛି। ଏଥିରେ ଜଣେ ପୁଲିସ୍‌, ଜଣେ ଛୋଟ ପିଲା ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ସେହିପରି ୨୦ ଜଣ ପୁଲିସ୍‌ କର୍ମଚାରୀଙ୍କୁ ମିଶାଇ ମୋଟ ୨୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପୁଲିସ୍‌ କର୍ମଚାରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବିସ୍ଫୋରଣରେ ପୁଲିସ୍‌ ଗାଡ଼ି ଓ ରାସ୍ତାରେ ଯାଉଥିବା ଦୁଇଟି କାର୍‌ ମଧ୍ୟ […]

author-image
Hemant Lenka
ପୁଲିସ୍‌ ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ହମଲା: ଛୋଟ ପିଲା ସହ ୩ ମୃତ, ୨୭ ଆହତ

blast

କ୍ୱେଟା: ପାକିସ୍ତାନର ବାଲୋଚିସ୍ତାନ ନିକଟବର୍ତ୍ତୀ କ୍ୱେଟାର ବାଲେଲି ଅଞ୍ଚଳରେ ପୁଲିସ୍‌ ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ହମଲା ହୋଇଛି। ଏଥିରେ ଜଣେ ପୁଲିସ୍‌, ଜଣେ ଛୋଟ ପିଲା ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ସେହିପରି ୨୦ ଜଣ ପୁଲିସ୍‌ କର୍ମଚାରୀଙ୍କୁ ମିଶାଇ ମୋଟ ୨୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପୁଲିସ୍‌ କର୍ମଚାରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବିସ୍ଫୋରଣରେ ପୁଲିସ୍‌ ଗାଡ଼ି ଓ ରାସ୍ତାରେ ଯାଉଥିବା ଦୁଇଟି କାର୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି।

Advertisment

ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ, ପୁଲିସ୍‌ କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ଟ୍ରକ୍‌କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ବିସ୍ଫୋରଣ ଗାଡ଼ି ନିକଟରେ ହେବାରୁ ଏହା ରାସ୍ତା କଡ଼ରେ ଥିବା ଗୋଟିଏ ଖାତକୁ ଓଲଟି ପଡ଼ିଥିଲା। ଏଥିସହ ବିସ୍ଫୋରଣ ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଦୁଇଟି କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଖବର ପାଇ ପୁଲିସ୍‌, ଉଦ୍ଧାରକାରୀ ଦଳ ଓ ବୋମା ନିଷ୍କ୍ରିୟ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଓଲଟି ପଡ଼ିଥିବା ଗାଡ଼ି ମଧ୍ୟରୁ ପୁଲିସ୍‌ କର୍ମଚାରୀଙ୍କୁ ବାହାର କରିଥିଲେ। ତେବେ ଏହି ସମୟରେ ଜଣେ ପୁଲିସ୍‌ କର୍ମଚାରୀ ଓ କାର୍‌ରେ ଥିବା ଜଣେ ଛୋଟ ପିଲାର ମୃତ୍ୟୁ ହୋଇ ସାରିଥିଲା।

Advertisment

ସେହିପରି ଗୁରୁତର ଥିବା ଜଣେ ମହିଳା ମଧ୍ୟ ହସ୍ପିଟାଲରେ ଆଖି ବୁଜିଛନ୍ତି। ଏବେ ହସ୍ପିଟାଲରେ ଆଉ ୨୭ ଜଣ ଚିକିତ୍ସିତ ହେଉଛନ୍ତି। ବିସ୍ଫୋରଣ ପାଇଁ ପ୍ରାୟ ୨୫ କେଜି ବିସ୍ଫୋରକ ବ୍ୟବହାର ହୋଇଥିବା କୁହାଯାଉଛି।

କ୍ୱେଟା ଡିଆଜି ଗୁଲାମ ଅଜଫର ମାହେସର ନିଶ୍ଚିତ କରିଛନ୍ତି ଯେ ଏହା ଏକ ଆତ୍ମଘାତୀ ହମଲା। କାରଣ ଘଟଣାସ୍ଥଳରୁ ଜଣେ ଆତ୍ମଘାତୀ ଆତଙ୍କବାଦୀର ଧ୍ୱଂସାବଶେଷ ଠାବ ହୋଇଛି। ଅସିଦ୍ଧ ଘୋଷଣା ହୋଇଥିବା ତେହରେକ ଇ-ତାଲିବାନ ପାକିସ୍ତାନ(ଟିଟିପି) ଘଟଣା ପାଇଁ ନିଜକୁ ଦାୟୀ କରିଛି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି।