Advertisment

ଆଫଗାନରେ ପୁଣି ସିରିଜ୍‌ ବିସ୍ଫୋରଣ, ଏଯାଏ ୩ ମୃତ

ଜଲାଲାବାଦ: ତାଲିବାନୀଙ୍କ ଦଖଲରେ ଥିବା ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ଆଜି ଆତଙ୍କବାଦୀମାନେ ସିରିଜ୍‌ ବିସ୍ଫୋରଣ କରିଛନ୍ତି। ଏଥିରେ ଏଯାଏ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଲିବାନୀଙ୍କ ଗାଡ଼ିକୁ ଟାର୍ଗେଟ କରି ଏପରି ସିରିଜ୍ ବିସ୍ଫୋରଣ କରାଯାଇଛି। ତେବେ ହମଲା ପାଇଁ ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ସେହିପରି ମୃତାହାତଙ୍କ ମଧ୍ୟରେ ତାଲିବାନର କୌଣସି ସଦସ୍ୟ ରହିଛନ୍ତି କି ସେକଥା […]

ଆଫଗାନରେ ପୁଣି ସିରିଜ୍‌ ବିସ୍ଫୋରଣ, ଏଯାଏ ୩ ମୃତ

Kabul

Advertisment

ଜଲାଲାବାଦ: ତାଲିବାନୀଙ୍କ ଦଖଲରେ ଥିବା ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ଆଜି ଆତଙ୍କବାଦୀମାନେ ସିରିଜ୍‌ ବିସ୍ଫୋରଣ କରିଛନ୍ତି। ଏଥିରେ ଏଯାଏ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଲିବାନୀଙ୍କ ଗାଡ଼ିକୁ ଟାର୍ଗେଟ କରି ଏପରି ସିରିଜ୍ ବିସ୍ଫୋରଣ କରାଯାଇଛି।

Advertisment

ତେବେ ହମଲା ପାଇଁ ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ସେହିପରି ମୃତାହାତଙ୍କ ମଧ୍ୟରେ ତାଲିବାନର କୌଣସି ସଦସ୍ୟ ରହିଛନ୍ତି କି ସେକଥା ମଧ୍ୟ ଜଣାପଡ଼ିନି।

ମିଳିଥିବା ସୂଚନା ଅନୁଯାୟୀ, ନଙ୍ଗରହାରର ରାଜଧାନୀ ଜଲାଲାବାଦରେ ଆଜି କ୍ରମାଗତ ୩ଟି ବିସ୍ଫୋରଣ ହୋଇଛି। କୁହାଯାଉଛି ଯେ ଏହି ଅଞ୍ଚଳରେ ସକ୍ରିୟ ଥିବା ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ଏପରି ହମଲା କରିଛନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତାଲିବାନୀ ବନ୍ଧୁକଧାରୀମାନେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ଆଜି ଆଫଗାନର ରାଜଧାନୀ କାବୁଲରେ ମଧ୍ୟ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ତେବେ କାହାକୁ ଟାର୍ଗେଟ କରି ଏପରି ବିସ୍ଫୋରଣ ହୋଇଥିଲା ସେକଥା ଜଣାପଡ଼ିନି।

ସୂଚନାଯୋଗ୍ୟ, ଆଇଏସ ପକ୍ଷରୁ କିଛି ଦିନ ତଳେ କାବୁଲରେ ହମିଦ କରଜାଇ ଅନ୍ତଜାର୍ତୀୟ ବିମାନ ବନ୍ଦର ନିକଟରେ ଆତ୍ମଘାତୀ ହମଲା କରାଯାଇଥିଲା। ଏଥିରେ ୧୩ ଆମେରିକା ସୈନ୍ୟଙ୍କ ସମେତ ୧୮୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe