Advertisment

ଉଡନ୍ତା ବିମାନରୁ ଖସି ପଡ଼ିଲେ, ୩ ମୃତ

କାବୁଲ: ଏବେ ଆଫଗାନିସ୍ତାନ ଛାଡିବାକୁ ଡହଳବିକଳ ଲୋକେ। ଯେଣତେଣ କରି ପ୍ରାଣ ବିକଳରେ ଦେଶ ଛାଡି ଚାଲିଯିବାକୁ ସେମନେ ହୋଇଛନ୍ତି ପ୍ରସ୍ତୁତ। ସ୍ଥିତି ଏପରି ଯେ ଯାତ୍ରୀବାହୀ ବସ୍‌ ଭଳି ବିମାନ ଉପରେ ଚଢ଼ିବାକୁ ମଧ୍ୟ ପଛାଉ ନାହାନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ସ୍ଥିତି ଭୟାବହ ହୋଇଛି। ଲୋକ ଯେଉଁ ଉପାୟରେ ମଧ୍ୟ ଦେଶ ଛାଡି ପଳାଉଛନ୍ତି। ଏହାରି ଭିତରେ ଏକ ଛାତିଥରା ଚିତ୍ର ସାମ୍ନାକୁ ଆସିଛି। ସେଠାକାର ୩ ଜଣ ବ୍ୟକ୍ତିଙ୍କୁ […]

ଉଡନ୍ତା ବିମାନରୁ ଖସି ପଡ଼ିଲେ, ୩ ମୃତ

three people tie themselves to wheels of aircraft

Advertisment

କାବୁଲ: ଏବେ ଆଫଗାନିସ୍ତାନ ଛାଡିବାକୁ ଡହଳବିକଳ ଲୋକେ। ଯେଣତେଣ କରି ପ୍ରାଣ ବିକଳରେ ଦେଶ ଛାଡି ଚାଲିଯିବାକୁ ସେମନେ ହୋଇଛନ୍ତି ପ୍ରସ୍ତୁତ। ସ୍ଥିତି ଏପରି ଯେ ଯାତ୍ରୀବାହୀ ବସ୍‌ ଭଳି ବିମାନ ଉପରେ ଚଢ଼ିବାକୁ ମଧ୍ୟ ପଛାଉ ନାହାନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ସ୍ଥିତି ଭୟାବହ ହୋଇଛି। ଲୋକ ଯେଉଁ ଉପାୟରେ ମଧ୍ୟ ଦେଶ ଛାଡି ପଳାଉଛନ୍ତି।

Advertisment

ଏହାରି ଭିତରେ ଏକ ଛାତିଥରା ଚିତ୍ର ସାମ୍ନାକୁ ଆସିଛି। ସେଠାକାର ୩ ଜଣ ବ୍ୟକ୍ତିଙ୍କୁ ତରବରିଆ ଭାବେ ବିମାନରେ ଚଢ଼ିବା ମହଙ୍ଗା ପଡିଛି। ଫଳରେ ବିମାନ ଉଡାଣ ବେଳେ ତଳେ ଖସିପଡି ଏହି ବ୍ୟକ୍ତିଙ୍କ ଜୀବନ ଯାଇଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଆଉ ଜାଗା ନଥିଲା। ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାରରେ ଝୁଲି ରହି ବିମାନରେ ଯିବାକୁ ପ୍ରୟାସ କରିଥିଲେ। କିନ୍ତୁ ଆଫଗାନିସ୍ତାନ ଛାଡିବାର ସ୍ୱପ୍ନ ସେମାନଙ୍କ ପତନ ସହିତ ଧ୍ୱଂସ ହୋଇଯାଇଥିଲା । କାରଣ ବିମାନରୁ ଖସିପଡି ଏହି ତିନି ଜଣଙ୍କର ଜୀବନ ଚାଲିଯାଇଛି। ଏହି ଲୋମଟାଙ୍କୁରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ କେଉଁ ସମୟର କେଉଁ ବିମାନର ତାହା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।

Advertisment

ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଏବେ ତାଲିବାନ ନିଜ ଦଖଲକୁ ନେଇଛି। ତାଲିବାନୀ ଶାସନରୁ ମୁକ୍ତି ପାଇବା ପାଇଁ ଲୋକେ ଦେଶ ଛାଡି ଯିବାକୁ ମନସ୍ଥ କରିଛନ୍ତି। ସେମାନଙ୍କ ଲାଗି ଦେଶ ଝାଡି ଯିବାର ଗୋଟିଏ ମାତ୍ର ରାସ୍ତା ହେଲା ଆକଶ ମାର୍ଗ। ଏଥିପାଇଁ ଲୋକେ କାବୁଲର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିଡ ଜମାଉଛନ୍ତି। ପ୍ରବଳ ଭିଡ ଯୋଗୁଁ କାବୁଲ ବିମାନମନ୍ଦରରେ ଆଉ ପାଦ ରଖିବାକୁ ମଧ୍ୟ ଜାଗ ନାହିଁ।

https://twitter.com/TehranTimes79/status/1427185929710616580?s=20

https://twitter.com/TOLOnews/status/1427204278695997442?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe