Advertisment

ବିଶ୍ୱ ପାଇଁ ବିପଦ! ଚାଇନାର ପରମାଣୁ ଅସ୍ତ୍ର ସଂଖ୍ୟା ୧ ହଜାର ଡେଇଁବ

ୱାଶିଂଟନ: ପରମାଣୁ ଅସ୍ତ୍ରଶସ୍ତ୍ର ସାରା ବିଶ୍ୱ ପାଇଁ ବିପଦ ସାଜିଛି। କିନ୍ତୁ ଅନେକ ରାଷ୍ଟ୍ର ନିୟମିତ ଭାବେ ନିଜର ଶକ୍ତି ବଢ଼ାଇବା ପାଇଁ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବାରେ ଲାଗିଛନ୍ତି। ଏହିକ୍ରମରେ ଚାଇନା ମଧ୍ୟ ପଛରେ ପଡ଼ିନି। ଚାଇନା ସମଗ୍ର ବିଶ୍ୱକୁ ଚ୍ୟାଲେଞ୍ଜ କରି ନିଜର ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷମତା ବଢ଼ାଇବାରେ ଲାଗିଛି। ଏପରି ସ୍ଥିତି ଲାଗି ରହିଲେ ୨୦୩୦ ସୁଦ୍ଧା ଚାଇନାର ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୧ ହଜାର ପାର କରିଯିବ। ଯାହା ବିଶ୍ୱ ପାଇଁ […]

ବିଶ୍ୱ ପାଇଁ ବିପଦ! ଚାଇନାର ପରମାଣୁ ଅସ୍ତ୍ର ସଂଖ୍ୟା ୧ ହଜାର ଡେଇଁବ

nuke

Advertisment

ୱାଶିଂଟନ: ପରମାଣୁ ଅସ୍ତ୍ରଶସ୍ତ୍ର ସାରା ବିଶ୍ୱ ପାଇଁ ବିପଦ ସାଜିଛି। କିନ୍ତୁ ଅନେକ ରାଷ୍ଟ୍ର ନିୟମିତ ଭାବେ ନିଜର ଶକ୍ତି ବଢ଼ାଇବା ପାଇଁ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବାରେ ଲାଗିଛନ୍ତି। ଏହିକ୍ରମରେ ଚାଇନା ମଧ୍ୟ ପଛରେ ପଡ଼ିନି। ଚାଇନା ସମଗ୍ର ବିଶ୍ୱକୁ ଚ୍ୟାଲେଞ୍ଜ କରି ନିଜର ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷମତା ବଢ଼ାଇବାରେ ଲାଗିଛି।

Advertisment

ଏପରି ସ୍ଥିତି ଲାଗି ରହିଲେ ୨୦୩୦ ସୁଦ୍ଧା ଚାଇନାର ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୧ ହଜାର ପାର କରିଯିବ। ଯାହା ବିଶ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ରିପୋର୍ଟ ଦେଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ଚାଇନା ନିଜର ଆଣବିକ ଶକ୍ତିକୁ ଦ୍ରୁତଗତିରେ ବୃଦ୍ଧି କରୁଛି। ଆମେରିକା ଅଧିକାରୀମାନେ ବର୍ଷେ ତଳେ ଯାହା ଆକଳନ କରିଥିଲେ ଏବେ ତା’ଠାରୁ ଅଧିକ ବେଗରେ ଚାଇନା ପରମାଣୁ କ୍ଷମତା ବଢ଼ାଇଛି। ଆସନ୍ତା ୬ ବର୍ଷ ମଧ୍ୟରେ ଅର୍ଥାତ ୨୦୨୭ ବେଳକୁ ଚାଇନାର ଆଣବିକ ଅସ୍ତ୍ର ସଂଖ୍ୟା ୭୦୦ରେ ପହଞ୍ଚିଯିବ।

Advertisment

ସେହିପରି ୨୦୩୦ ବେଳକୁ ଏହା ୧ହଜାରରୁ ଅଧିକ ହୋଇପାରେ। ତେବେ ରିପୋର୍ଟରେ ଚାଇନା ପାଖରେ ବର୍ତ୍ତମାନ କେତେ ସଂଖ୍ୟକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି ସେକଥା କୁହାଯାଇ ନାହିଁ।

ଗୋଟିଏ ବର୍ଷ ତଳେ ପେଣ୍ଟାଗନ କହିଥିଲା ଯେ ବର୍ତ୍ତମାନ ଚାଇନାର ପରମାଣୁ ଅସ୍ତ୍ର ସଂଖ୍ୟା ୨୦୦ରୁ କମ ରହିଛି। କିନ୍ତୁ ଦଶବର୍ଷ ମଧ୍ୟରେ ଏହା ଦୁଇ ଗୁଣ ହୋଇଯିବ। ହେଲେ ବର୍ଷକ ମଧ୍ୟରେ ପେଣ୍ଟାଗନର ରିପୋର୍ଟ ବଦଳି ଯାଇଛି। ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼ୁଥିବା ବେଳେ ଚାଇନା ତା’ର ପରମାଣୁ ଶକ୍ତି ବୃଦ୍ଧି କରୁଥିବା ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ଆମେରିକା ପାଖରେ ୩ ହଜାରରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ଆମେରିକା ଏହାକୁ ବୃଦ୍ଧି କରିବା ମୁଡରେ ନାହିଁ। ସେହିପରି ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିୟମିତ ଭାବେ ପରମାଣରୁ ନୀତିର ସମୀକ୍ଷା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe