Advertisment

ଭାରତ ସହିତ କେମିତିକା ସମ୍ପର୍କ ଦରକାର କହିଲେ ଟପ୍ ତାଲିବାନ ନେତା

କାବୁଲ: ତାଲିବାନ ନେତା ମହମ୍ମଦ ଷ୍ଟାନିକଜାଇ ଓରଫ ଶେରୁ କହିଛନ୍ତି ଭାରତ ସହ ଆଫଗାନିସ୍ତାନ କିଭଳି ସମ୍ପର୍କ ଚାହୁଁଛି। ଅଗଷ୍ଟ ୧୫ରୁ ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ପ୍ରଥମ ଥର ପାଇଁ ଜଣେ ଶୀର୍ଷ ତାଲିବାନ ନେତା ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ପୂର୍ବରୁ ଯେମିତି ଆଫଗାନିସ୍ତାନ ସହିତ ଭାରତର ସାଂସ୍କୃତିକ, ରାଜନୀତିକ ଏବଂ ଅର୍ଥନୀତିକ ସମ୍ପର୍କ ଥିଲା ସମାନ ସମ୍ପର୍କ ଏବେ ମଧ୍ୟ ଆଫଗାନିସ୍ତାନ ଚାହୁଁଛି। ଷ୍ଟାନିକଜାଇ ଓରଫ୍ ଶେରୁ ୨୦ […]

ଭାରତ ସହିତ କେମିତିକା ସମ୍ପର୍କ ଦରକାର କହିଲେ ଟପ୍ ତାଲିବାନ ନେତା

Taliban-leader

Advertisment

କାବୁଲ: ତାଲିବାନ ନେତା ମହମ୍ମଦ ଷ୍ଟାନିକଜାଇ ଓରଫ ଶେରୁ କହିଛନ୍ତି ଭାରତ ସହ ଆଫଗାନିସ୍ତାନ କିଭଳି ସମ୍ପର୍କ ଚାହୁଁଛି। ଅଗଷ୍ଟ ୧୫ରୁ ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ପ୍ରଥମ ଥର ପାଇଁ ଜଣେ ଶୀର୍ଷ ତାଲିବାନ ନେତା ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ପୂର୍ବରୁ ଯେମିତି ଆଫଗାନିସ୍ତାନ ସହିତ ଭାରତର ସାଂସ୍କୃତିକ, ରାଜନୀତିକ ଏବଂ ଅର୍ଥନୀତିକ ସମ୍ପର୍କ ଥିଲା ସମାନ ସମ୍ପର୍କ ଏବେ ମଧ୍ୟ ଆଫଗାନିସ୍ତାନ ଚାହୁଁଛି।

Advertisment

ଷ୍ଟାନିକଜାଇ ଓରଫ୍ ଶେରୁ ୨୦ ବର୍ଷ ବୟସରେ ଭାରତର ଡେରାଡୁନ ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରୁ ୪୫ କ୍ୟାଡେଟଙ୍କ ମଧ୍ୟରୁ ଜଣେ ଥିଲେ। ସେ ଆଫଗାନିସ୍ତାନ ସେନାର ଥିଲେ। କିନ୍ତୁ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ନିୟମ ଅନୁଯାୟୀ ତାଙ୍କୁ ପ୍ରି କମିଶନ ଟ୍ରେନିଂ ପ୍ରଶିକ୍ଷଣ ନେବା ପାଇଁ ଗୋଟିଏ ସୁଯୋଗ ମିଳିଥିଲା।

ଶନିବାର ତାଲିବାନର ସୋଶାଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ ହୋଇଥିବା ୪୬ ମିନିଟର ଭିଡିଓରେ ଶେରୁ ଆଫଗାନିସ୍ତାନରେ ଯୁଦ୍ଧ ଏବଂ ଆଫଗାନିସ୍ତାନରେ ଶରିଆ ଆଇନ୍ ଅନୁଯାୟୀ ଇସଲାମିକ ଶାସନ ହେବ ବୋଲି କହିଛନ୍ତି। Pashtun ଭାଷାରେ ଭାଷଣ ଦେଇ ଷ୍ଟାନିକଜାଇ ଭାରତ, ପାକିସ୍ଥାନ, ଚାଇନା ଏବଂ ରୁଷିଆ ସହିତ ତାଲିବାନର ଦୃଷ୍ଟିକୋଣ ବାବଦରେ ବର୍ଣ୍ଣନା କରିଛନ୍ତି।

Advertisment

ଷ୍ଟାନିକଜାଇ କହିଛନ୍ତି, ଭାରତ ସହିତ ଆମେ ପୂର୍ବ ଭଳି ସାଂସ୍କୃତିକ, ଅର୍ଥନୀତିକ ଏବଂ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଯାହାକି ପାକିସ୍ତାନ ସ୍ୱାର୍ଥର ବୀପରିତ। ଏହି ତାଲିବାନ ନେତା କହିଛନ୍ତି ଯେ ପାକିସ୍ତାନ ମାଧ୍ୟମରେ ଭାରତ ସହ ବାଣିଜ୍ୟ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସହିତ ବାଣିଜ୍ୟ ସେବା ଜାରି ରହିବ। ହେଲେ ଭାରତ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ହେବ କି ନାହିଁ ତାହା ସେ ସ୍ପଷ୍ଟ କରି ନାହାନ୍ତି।

ତୁର୍କମେନିସ୍ତାନ ସହ ଆଫଗାନିସ୍ତାନର ସମ୍ପର୍କ ବିଷୟରେ ସେ କହିବାକୁ ଯାଇ ତୁର୍କମେନିସ୍ତାନ-ଆଫଗାନିସ୍ତାନ-ପାକିସ୍ଥାନ ଏବଂ ଭାରତ (TAPI) ଗ୍ୟାସ ପାଇପଲାଇନ ପ୍ରକଳ୍ପ କଥା କହିଛନ୍ତି। ସରକାର ଗଠନ ପରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏଥିସହ ଷ୍ଟାନିକଜାଇ ଚାଇନା, ତାଜିକିସ୍ତାନ, ଉଜବେକିସ୍ତାନ, ପାକିସ୍ଥାନ ଏବଂ ରୁଷିଆ ସହିତ ସମ୍ପର୍କ ବିଷୟରେ ସେ କହିଥିଲେ। ଲକ୍ଷ ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଥିବାରୁ ସେ ପାକିସ୍ତାନକୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଦେଶ ପାକିସ୍ତାନ ସହ ଭାଇ ଭାଇର ସମ୍ପର୍କ ଚାହୁଁଛି।

ସୂଚନାଯୋଗ୍ୟ, ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ଷ୍ଟାନିକଜାଇ ଭାରତୀୟ ପ୍ରତିନିଧିଙ୍କୁ ଯୋଗାଯୋଗ କରିଥିବା ସୂଚନା ରହିଛି। କାବୁଲରେ କୂଟନୀତିକ ଉପସ୍ଥିତି ବଜାୟ ରଖିବାକୁ ନୂଆଦିଲ୍ଲୀକୁ ସେ ନିବେଦନ କରିଥିଲେ ବୋଲି କୁହାଯାଉଛି। ତାଲିବାନର ଟପ୍ ଦୁଇ ତିନି ଜଣ ନେତାଙ୍କ ମଧ୍ୟରେ ଷ୍ଟାନିକଜାଇ ଅନ୍ୟତମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe