Advertisment

ଇମ୍ରାନ ଖାନଙ୍କୁ କାହିଁକି ଗୁଳି କଲା ଯୁବକ? କ୍ୟାମେରା ଆଗେରେ କହିଲା କାରଣ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼ କରିଥିବା ଯୁବକକୁ ଗିରଫ କରାଯିବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପଞ୍ଜାବ ପ୍ରଦେଶରେ ଆଜି ଇମ୍ରାନ ଖାନ ବିଶାଳ ରାଲି କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏଥିରେ ଇମ୍ରାନ ଖାନ ଓ ତାଙ୍କ ସହଯୋଗୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଇମ୍ରାନଙ୍କ ଅବସ୍ଥା ଏବେ ବିପଦମୁକ୍ତ ଥିବା ତାଙ୍କ ଦଳ ପିଟିଆଇ କହିଛି। ସେହିପରି ଆହ୍ଲାଙ୍କ […]

author-image
Hemant Lenka
ଇମ୍ରାନ ଖାନଙ୍କୁ କାହିଁକି ଗୁଳି କଲା ଯୁବକ? କ୍ୟାମେରା ଆଗେରେ କହିଲା କାରଣ

Gun

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼ କରିଥିବା ଯୁବକକୁ ଗିରଫ କରାଯିବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପଞ୍ଜାବ ପ୍ରଦେଶରେ ଆଜି ଇମ୍ରାନ ଖାନ ବିଶାଳ ରାଲି କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।

Advertisment

ଏଥିରେ ଇମ୍ରାନ ଖାନ ଓ ତାଙ୍କ ସହଯୋଗୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଇମ୍ରାନଙ୍କ ଅବସ୍ଥା ଏବେ ବିପଦମୁକ୍ତ ଥିବା ତାଙ୍କ ଦଳ ପିଟିଆଇ କହିଛି। ସେହିପରି ଆହ୍ଲାଙ୍କ ଯୋଗୁ ଇମ୍ରାନ ନୂଆ ଜୀବନ ପାଇଥିବା ମଧ୍ୟ କହିଛନ୍ତି।

ଏସବୁ ଭିତରେ ଗୁଳିମାଡ଼ କରିଥିବା ଯୁବକର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ବର୍ତ୍ତମାନ ପୁଲିସ୍‌ ହେପାଜତରେ ଥିବା ଏହି ଯୁବକ ଜଣକ କାହିଁକି ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼ କଲା, ତା’ର କାରଣ ଭିଡିଓ ଜରିଆରେ ସମସ୍ତଙ୍କୁ ଅବଗତ କରାଇଛି। ସେ ଦାବି କରିଛି ଯେ ଇମ୍ରାନ ଖାନ ସମସ୍ତଙ୍କୁ ମିଛ କଥା କହି ଭ୍ରମିତ କରୁଛନ୍ତି। ଏଥିପାଇଁ ସେ ତାଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ଼ କରିଥିଲା।

Advertisment

ଅଭିଯୁକ୍ତ ଶୁଟରର ସ୍ୱୀକାରୋକ୍ତିକୁ ଓମାର ଆର କ୍ୟୁରେଶୀ ନାମକ ଜଣେ ପାକିସ୍ତାନୀ ଅଧିକାରୀ ଟ୍ୱିଟ କରିଛନ୍ତି। ଏଥିରେ ଯୁବକ ଜଣକ କହିଛି ଯେ “ଇମ୍ରାନ ଖାନ କେବଳ ଲୋକମାନଙ୍କୁ ଭ୍ରମିତ କରିବାରେ ଲାଗିଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଗୁଳିମାଡ଼ କରିଛି। ମୁଁ ତାଙ୍କୁ ମାରିବା ପାଇଁ ବହୁତ ଚେଷ୍ଟା କରିଥିଲି। କେବଳ ତାଙ୍କ ଛଡ଼ା ଆଉ କାହାକୁ ବି ମୁଁ କ୍ଷତି ପହଞ୍ଚାଇବା ପାଇଁ ଚାହୁଁ ନଥିଲି।”

ଭିଡିଓ ଶୁଟିଂ କରୁଥିବା ଅଧିକାରୀ ଜଣଙ୍କ ଅଭିଯୁକ୍ତ ଶୁଟରକୁ ପଚାଥିଲେ ଯେ ତମେ କାହିଁକି ଏମିତି ଚିନ୍ତା କଲ? ଏହାର ଜବାବରେ ସେ କହିଛି, “ଗୋଟିଏ ପଟେ ଅଜାନ ହେଉଥିବା ବେଳେ ଅନ୍ୟପଟେ ସେ ମାଇକ୍‌ ଲଗାଇ ବଡ଼ ଜୋରରେ ପ୍ରଚାର କରୁଥିଲେ। ଏହାକୁ ଦେଖି ମୁଁ ପୂରା ବିରକ୍ତ ହୋଇଯାଇଥିଲି। ଏଥିପାଇଁ ତାଙ୍କୁ ମାରିବାକୁ ଯୋଜନା କରିଥିଲି। ଆଜି ସକାଳୁ ହିଁ ମୁଁ ତାଙ୍କୁ ମାରିବାକୁ ଯୋଜନା କରିଥିଲି। ଲାହୋରରୁ ଶୁକ୍ରବାର ଇମ୍ରାନ ରାଲି ଆରମ୍ଭ କରିଥିଲେ। ସେ ଏଠାରେ ପହଞ୍ଚିବା ପରେ ତାଙ୍କୁ ମୁଁ ହତ୍ୟା କରିବାକୁ ଚାହିଁଥିଲି।”

ପୁଣି ଅଧିକାରୀ ଜଣଙ୍କ ପଚରି ଥିଲେ ଯେ ତୁମ ପଛରେ କିଏ ଅଛି? ଏହାର ଉତ୍ତରରେ ଯୁବକ ଜଣକ କହିଛି ଯେ “ମୋ ପଛରେ କେହି ନାହାନ୍ତି। ସବୁ କିଛି ମୁଁ ଏକାକୀ କରିଛି। ମୋ ସାଙ୍ଗରେ କେହି ବି ନାହାନ୍ତି। ଘରୁ ମୁଁ ଏକାକୀ ବାଇକ ଧରି ବାହାରିଥିଲି। ମାମୁଙ୍କ ଦୋକାନରେ ବାଇକ ରଖି ମୁଁ ରାଲିକୁ ଆସିଥିଲି।”


ଇମ୍ରାନ ଖାନ ଏବେ ସରକାରଙ୍କ ବିରୋଧରେ ପ୍ରକୃତ ସ୍ୱାଧୀନତା ନାଁରେ ବିଶାଳ ରାଲି କରୁଛନ୍ତି। ଗତ ଶୁକ୍ରବାର ଲାହୋରରୁ ଏହି ବିଶାଳ ରାଲି ଆରମ୍ଭ ହୋଇଥିଲା। ରାଲି ଇସଲାମାବାଦ ଅଭିମୁଖେ ଯାଉଥିବା ବେଳେ ଆଜି ପଞ୍ଜାବ ପ୍ରଦେଶର ୱାଜିରବାଦ ନିକଟରେ ଗୁଳିମାଡ଼ ହୋଇଛି।