Advertisment

ଭୟଙ୍କର ବିସ୍ଫୋରଣ, ୧୧ ମୃତ

ଇସଲାମାବାଦ: ଭୟଙ୍କର ବିସ୍ଫୋରଣ। ଏକ ଟ୍ରକ୍‌କୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନର କରାଚିରେ ଏଭଳି ଅଘଟଣ ଘଟିଛି। ପୁଲିସ ସୂଚନା ମୁତାବକ, ମହିଳା ଏବଂ ଶିଶୁଙ୍କ ସମେତ ଏହି ଟ୍ରକ୍‌ରେ ପ୍ରାୟ ୨୦ ଜଣ ଯାତ୍ରୀ ଯତ୍ରା କରୁଥିଲେ। ଏକ ବିବାହ ସମାରୋହରେ ଯୋଗଦେଇ ଫେରୁଥିବା ବେଳେ କରାଚିର ବାଲିଡ୍ୟା ସହରରେ […]

ଭୟଙ୍କର ବିସ୍ଫୋରଣ, ୧୧ ମୃତ

Truck explosion

Advertisment

ଇସଲାମାବାଦ: ଭୟଙ୍କର ବିସ୍ଫୋରଣ। ଏକ ଟ୍ରକ୍‌କୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନର କରାଚିରେ ଏଭଳି ଅଘଟଣ ଘଟିଛି।

Advertisment

ପୁଲିସ ସୂଚନା ମୁତାବକ, ମହିଳା ଏବଂ ଶିଶୁଙ୍କ ସମେତ ଏହି ଟ୍ରକ୍‌ରେ ପ୍ରାୟ ୨୦ ଜଣ ଯାତ୍ରୀ ଯତ୍ରା କରୁଥିଲେ। ଏକ ବିବାହ ସମାରୋହରେ ଯୋଗଦେଇ ଫେରୁଥିବା ବେଳେ କରାଚିର ବାଲିଡ୍ୟା ସହରରେ ଏହି ଆକ୍ରମଣ ହୋଇଛି। ତେବେ ଏହି ଆକ୍ରମଣ ପଛରେ କେଉଁ ସଙ୍ଗଠନର ହାତ ରହିଛି ତାହା ଏଯାଏଁ ଜଣାପଡିନାହିଁ।

ରିପୋର୍ଟ ମୁତାବକ, କିଛି ଅଜ୍ଞାତ ବ୍ୟକ୍ତି ବାଇକ୍‌ରେ ଆସି ଟ୍ରକ୍‌ ଉପରକୁ ହାତ ବୋମା ଫିଙ୍ଗିଥିଲେ। ଫଳରେ ବିସ୍ଫୋରଣ ହୋଇଥିଲା। କରାଚିର ବରିଷ୍ଠ ପୁଲିସ ଅଧିକାରୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହି ବିସ୍ଫୋରଣରେ ୧୧ ଜଣ ମୃତକଙ୍କ ମଧ୍ୟରେ ୬ଜଣ ମହିଳା ଏବଂ ୪ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। କିଏ ଏବଂ କେଉଁ ସଙ୍ଗଠନ ଏଭଳି ବିସ୍ଫୋରଣ ଘଟାଇଛି ସେ ନେଇ ତଦନ୍ତ ଜାରି ରହିଛି।

Advertisment

ଆତଙ୍କବାଦ ବିରୋଧୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡିଛି ଯାହା ସହରର ଲୋକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ସୃଷ୍ଟି କରିଛି। ଘଟଣାସ୍ଥଳରୁ ନଟ ବୋଲ୍ଟ, ଛୁରୀ ଓ କଣ୍ଟାଯୁକ୍ତ ଜିନିଷ ଜବତ ହୋଇଛି, ବିଶେଷ ରୂପେ ଏସବୁ ବୋମା ତିଆରିରେ ବ୍ୟବହୃତ ହୁଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe