/odisha-reporter/media/post_attachments/uploads/2021/08/TRUMP.jpg)
TRUMP
ଓ୍ୱାଶିଂଟନ: ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଆଫଗାନିସ୍ତାନ ସରକାର ଓ ତାଲିବାନ ମଧ୍ୟରେ ଆଲୋଚନା ଚାଲିଛି। ଏପରି ସ୍ଥିତି ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ବାଇଡେନ ସରକାରର ଭୁଲ୍ ରଣନୀତି ପାଇଁ ଏପରି ହୋଇଛି ବୋଲି ସେ କହିଛନ୍ତି।
ଏହା ଆମେରିକା ପାଇଁ ଲଜ୍ୟାର ବିଷୟ। ଆମେରିକା ଦୂତାବାସରେ ଲାଗିଥିବା ଆମେରିକା ପତାକାକୁ ହଟାଇ ତାଲିବାନ ତାଙ୍କ ପତାକା ଉଡାଇଛନ୍ତି। ଏହାଠାରୁ ବଡ଼ ଲଜ୍ୟାକାର ବିଷୟ ଆଉ କିଛି ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ବାଇଡେନଙ୍କ ଏପରି ନୀତିକୁ ଦେଖି ଟ୍ରମ୍ପ ପଚାରିଛନ୍ତି ‘ମୋତେ ମିସ୍ (miss) କରୁଛନ୍ତି କି’? ଆଫଗାନିସ୍ତାନରେ ଏବେ କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟ ଆରମ୍ଭ ହୋଇଛି। ତାଲିବାନର କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି।
ଆମେରିକା ସିନେଟର ବରିଷ୍ଠ ସାଂସଦ ତଥା ରିପବ୍ଲିକିଆନ୍ ପାର୍ଟିର ନେତା ମିଚ ମ୍ୟାକକୋନେଲ୍ କହିଛନ୍ତି, ବାଇଡେନଙ୍କ ନିଷ୍ପତ୍ତି ପାଇଁ ଆଫଗାନିସ୍ତାନରେ ଏପରି ସ୍ଥିତି ଉପୁଜିଛି। ଏବେ ଆମେରିକା ପାଖାପାଖି ୩ ହଜାର ଟ୍ରୁପ ଆଫଗାନିସ୍ତାନକୁ ପଠାଇଥିବା ସୂଚନା ରହିଛି। ଏହି ଟ୍ରୁପ ଆଫଗାନିସ୍ତାନରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏବଂ ଅଫିସ ଅଧିକାରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବେ ବୋଲି ଜଣାପଡ଼ିଛି।
ତେବେ ମଙ୍ଗଳବାର ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି କହିଥିଲେ ସେପ୍ଟେମ୍ୱର ୧୧, ୨୦୦୧ରେ ଅଲ କାଏଦାକୁ ପରାସ୍ତ କରିଥିଲା ଆମେରିକା ସେନା। ଯାହାକି ଆମେରିକାର ଲକ୍ଷ୍ୟ ଥିଲା। ଏବେ ଦୀର୍ଘ ୨୦ ବର୍ଷ ହେବ ଆଫଗାନରେ ଆମେରିକା ସେନା ମୁତୟନ ରହି ୩ ଲକ୍ଷ ଲୋକଙ୍କୁ ସେନା ଭାବରେ ପ୍ରଶିକ୍ଷଣ ଦେଇ ସାରିଛି। ତେଣୁ ଆଫଗାନିସ୍ତାନର ଯବାନ ଏବେ ନିଜ ଦେଶର ସୁରକ୍ଷା କରିବା ଦରକାର।
ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ଆମେରିକା ସେନା ଯେପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ସେ ପର୍ଯ୍ୟନ୍ତ ତାଲିବାନ ନିଷ୍କ୍ରିୟ ରହିଥିଲେ। ହେଲେ ଆମେରିକାରେ ବାଇଡେନ ସରକାର ଆସିବା ପରେ ଏଠାରୁ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ସୁଯୋଗ ନେଇ ଆଫଗାନିସ୍ତାନରେ ତାଲିବାନ ସକ୍ରିୟ ହୋଇଛନ୍ତି। ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷ ହେବ ଆମେରିକୀୟ ସେନା ମୁତୟନ ଥିଲେ। ଏଥିପାଇଁ ଆମେରିକା ସରକାର ୨ ଟ୍ରିଲିଅନ୍ ଖର୍ଚ୍ଚ କରିଛନ୍ତି। ଏହି ଅବଧି ମଧ୍ୟରେ ୨୫୦୦ ଆମେରିକୀୟ ପ୍ରାଣ ହରାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
