Advertisment

ସୁଧୁରୁନି ତୁର୍କୀ, ଜାତିସଂଘରେ ପୁଣି ଉଠାଇଲା କଶ୍ମୀର ପ୍ରସଙ୍ଗ

ନୂଆଦିଲ୍ଲୀ: ପୂର୍ବରୁ କଶ୍ମୀର ପ୍ରସଙ୍ଗ ଉପରେ ଟିପ୍ପଣୀ କରିବାକୁ ନେଇ ଭାରତ ତୁର୍କୀକୁ କଡା ବିରୋଧ କରିଆସୁଛି। ଏହାପରେ ମଧ୍ୟ ସୁଧୁରୁନି ତୁର୍କୀ। ପୁଣି କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘରେ ଉଠାଇଛି। ତୁର୍କୀର ରାଷ୍ଟ୍ରପତି ରଜବ ତୈୟବ ଏଦ୍ରୋଆନ ମିଳିତ ଜାତିସଂଘର ସାଧାରଣ ସଭାର ଏକ ଉଚ୍ଚ ସ୍ତରୀୟ ଅଧିବେଶନରେ ବିଶ୍ୱସ୍ତରୀୟ ନେତାମାନଙ୍କୁ ସମ୍ବୋଧିତ କରି କଶ୍ମୀର ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ମଙ୍ଗଳବାର ଦିନ ମିଳିତ ଜାତିସଂଘରେ ଏକ ଆଲୋଚନରେ କଶ୍ମୀରରେ ୭୪ ବର୍ଷ ପୁରୁଣା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସୁଧୁରୁନି ତୁର୍କୀ, ଜାତିସଂଘରେ ପୁଣି ଉଠାଇଲା କଶ୍ମୀର ପ୍ରସଙ୍ଗ

Turkey President

ନୂଆଦିଲ୍ଲୀ: ପୂର୍ବରୁ କଶ୍ମୀର ପ୍ରସଙ୍ଗ ଉପରେ ଟିପ୍ପଣୀ କରିବାକୁ ନେଇ ଭାରତ ତୁର୍କୀକୁ କଡା ବିରୋଧ କରିଆସୁଛି। ଏହାପରେ ମଧ୍ୟ ସୁଧୁରୁନି ତୁର୍କୀ। ପୁଣି କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘରେ ଉଠାଇଛି। ତୁର୍କୀର ରାଷ୍ଟ୍ରପତି ରଜବ ତୈୟବ ଏଦ୍ରୋଆନ ମିଳିତ ଜାତିସଂଘର ସାଧାରଣ ସଭାର ଏକ ଉଚ୍ଚ ସ୍ତରୀୟ ଅଧିବେଶନରେ ବିଶ୍ୱସ୍ତରୀୟ ନେତାମାନଙ୍କୁ ସମ୍ବୋଧିତ କରି କଶ୍ମୀର ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି।

Advertisment

ମଙ୍ଗଳବାର ଦିନ ମିଳିତ ଜାତିସଂଘରେ ଏକ ଆଲୋଚନରେ କଶ୍ମୀରରେ ୭୪ ବର୍ଷ ପୁରୁଣା ସମସ୍ୟାର ସମାଧାନ ପାଇଁ ଆମର ସ୍ଥିତି ବଜାୟ ରଖିଛୁ ବୋଲି ରଜବ ତୈୟବ କହିଛନ୍ତି। ସେ ସିନଜିଆଙ୍ଗରେ ରହୁଥିବା ଚୀନର ଅଳ୍ପସଂଖ୍ୟକ ମୁସ୍‌ଲିମ ଏବଂ ମିଆଁମାରେ ରହୁଥିବା ରୋହିଙ୍ଗ୍ୟା ଅଳ୍ପସଂଖ୍ୟକ ମୁସ୍‌ଲିମମାନଙ୍କ କଥା ମଧ୍ୟ ଉଠାଇଛନ୍ତି। ବାଂଲାଦେଶ ଏବଂ ମିଆଁମାରର ଶିବିରରେ କଷ୍ଟସାଧ୍ୟ ଅବସ୍ଥାରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ନିଜ ଦେଶକୁ ନିରାପଦ, ସ୍ୱେଚ୍ଛାକୃତ, ସମ୍ମାନଜନକ ପ୍ରତ୍ୟାବର୍ତ୍ତନକୁ ମଧ୍ୟ ଆମେ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି।

ଗତବର୍ଷ ମଧ୍ୟ ଆଲୋଚନା ବେଳେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ତୁର୍କୀର ରାଷ୍ଟ୍ରପତି। ସେତେବେଳେ ଭାରତ ଏହାକୁ କଡା ବିରୋଧ କରିଥିଲା। ଏହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି କହିଥିଲା। ​​ ତୁର୍କୀ ଅନ୍ୟ ଦେଶର ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉଚିତ ଏବଂ ସେ ତା' ନୀତି ଉପରେ ଗଭୀର ଚିନ୍ତନ କରିବା ଉଚିତ ବୋଲି କହିଥିଲା ଭାରତ।

Advertisment

ପାକିସ୍ତାନର ଘନିଷ୍ଠ ସହଯୋଗୀ ତୁର୍କୀର ରାଷ୍ଟ୍ରପତି ଉଚ୍ଚ ସ୍ତରୀୟ ସାଧାରଣ ଆଲୋଚନାରେ କଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଉଠାଇଛନ୍ତି। ସେ ଗତ ବର୍ଷ ପାକିସ୍ତାନ ଗସ୍ତ ସମୟରେ ମଧ୍ୟ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ସେହି ସମୟରେ ବୈଦେଶିକ ମନ୍ତ୍ରଣାଳୟ କହିଥିଲା ​​ଯେ ଏଦ୍ରୋଆନଙ୍କ ମନ୍ତବ୍ୟ ଇତିହାସର କୌଣସି ବୁଝାମଣା କିମ୍ବା କୂଟନୈତିକ ସଂଚାଳନକୁ ଦର୍ଶାଉ ନାହିଁ। ତାଙ୍କର ଏହି ମନ୍ତବ୍ୟ ତୁର୍କୀ ସହ ଭାରତର ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇବ।

ଉଲ୍ଲେଖ ଯୋଗ୍ୟ ଯେ, ବାସ୍ତବରେ ତୁର୍କୀ କଶ୍ମୀର ସମେତ ଅନେକ ପ୍ରସଙ୍ଗରେ ନିଜର ମତ ରଖିଛି। ଗୋଟିଏ ପଟେ ସାଉଦି ଆରବ ଏହି ପ୍ରସଙ୍ଗରେ ନିରପେକ୍ଷ ରହିଥିବା ବେଳେ ତୁର୍କୀ କିନ୍ତୁ ଗତ କିଛି ବର୍ଷ ଧରି ମୁସଲମାନ ଜଗତର ନେତୃତ୍ୱ ନାଁରେ କଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି। ବାସ୍ତବରେ, ସାଉଦି ଆରବ ତୁଳନାରେ ତୁର୍କୀ ନିଜକୁ ମୁସଲମାନ ଜଗତରେ ନିଜକୁ ନେତା ଭାବରେ ଉପସ୍ଥାପନ କରିବାକୁ ଚାହୁଁଛି। ଗତ କିଛି ବର୍ଷ ମଧ୍ୟରେ ଗୋଟିଏ ପଟେ ସାଉଦି ଆରବ ସହ ପାକିସ୍ତାନର ସମ୍ପର୍କ ଦୁର୍ବଳ ହୋଇଥିବା ବେଳେ ଅନ୍ୟପଟେ ତୁର୍କୀ ସହିତ ସମ୍ପର୍କ ବଢ଼ିଚାଲିଛି। କଶ୍ମୀର ପ୍ରସଙ୍ଗରେ ତୁର୍କୀ ବାରମ୍ବାର ମନ୍ତବ୍ୟ ଦେଉଥିବା ଏହା ମଧ୍ୟ ଅନ୍ୟତମ କାରଣ।

Jammu Kashmir Turkey