Advertisment

ହିଜାବକୁ ବିରୋଧ, ଲାଇଭ୍‌ ଶୋ' ବେଳେ ଚୁଟି କାଟିଲେ ସିଙ୍ଗର୍‌

ନୂଆଦିଲ୍ଲୀ:  ତେଜିବାରେ ଲାଗିଛି ହିଜାବ ବିରୋଧୀ ନିଆଁ। ଇରାନ୍‌ରେ ହିଜାବକୁ ନେଇ ଲଗାତର ବିରୋଧ ଜାରି ରହିଛି। ଏବେ ଏହି ଆନ୍ଦୋଳନର ନିଆଁ ତୁର୍କିକୁ ମଧ୍ୟ ବ୍ୟାପିଛି। ଲାଇଭ୍‌ ଶୋ’ ବେଳେ ଜଣେ ଜଣାଣୁଣା ସିଙ୍ଗର ତଥା ଗାୟିକା ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି ନିଜ ଚୁଟି କାଟି ପକାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତୁର୍କିର ଲୋକକ୍ରିୟ ସିଙ୍ଗର୍‌ ମେଲେକ ମୋସୋ। ଇରାନ୍‌ରେ ଜାରି ରହିଥିବା ଆଣ୍ଟି ହିଜାବ […]

ହିଜାବକୁ ବିରୋଧ, ଲାଇଭ୍‌ ଶୋ' ବେଳେ ଚୁଟି କାଟିଲେ ସିଙ୍ଗର୍‌

singer-melek-mosso

Advertisment

ନୂଆଦିଲ୍ଲୀ:  ତେଜିବାରେ ଲାଗିଛି ହିଜାବ ବିରୋଧୀ ନିଆଁ। ଇରାନ୍‌ରେ ହିଜାବକୁ ନେଇ ଲଗାତର ବିରୋଧ ଜାରି ରହିଛି। ଏବେ ଏହି ଆନ୍ଦୋଳନର ନିଆଁ ତୁର୍କିକୁ ମଧ୍ୟ ବ୍ୟାପିଛି। ଲାଇଭ୍‌ ଶୋ' ବେଳେ ଜଣେ ଜଣାଣୁଣା ସିଙ୍ଗର ତଥା ଗାୟିକା ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି ନିଜ ଚୁଟି କାଟି ପକାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତୁର୍କିର ଲୋକକ୍ରିୟ ସିଙ୍ଗର୍‌ ମେଲେକ ମୋସୋ। ଇରାନ୍‌ରେ ଜାରି ରହିଥିବା ଆଣ୍ଟି ହିଜାବ ପ୍ରୋଟେଷ୍ଟକୁ ସେ ସମର୍ଥନ କରିଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ କରି ମେଲେକ ନିଜର ଲାଇଭ୍‌ ଶୋ' ବେଳେ ମଞ୍ଚ ଉପରେ ହିଁ କଇଁଚି ସାହାଯ୍ୟରେ ନିଜ କେଶ କାଟି ପକାଇଛନ୍ତି। ଏଥିସହ ହିଜାବକୁ ବିରୋଧ କରୁଥିବା ମୁସଲିମ ମହିଳାଙ୍କ ସପକ୍ଷରେ ସେ ସ୍ୱର ଉଠାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୨ ବର୍ଷୀୟ ମହସା ଅମିନିଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ଏହି ହିଜାବ ବିରୋଧୀ ଆନ୍ଦୋଳନ। ସେପ୍ଟେମ୍ବର ୧୩ ତାରିଖରେ ମହସା ନିଜ ପରିବାର ସହ ବୁଲିବା ପାଇଁ ବାହାରିଥିଲେ। ଏହି ସମୟରେ ସେ ହିଜାବକୁ ସଠିକ୍‌ ରୂପେ ପିନ୍ଧି ନଥିଲେ। ଏହାକୁ ନେଇ ତାଙ୍କୁ ଇରାନ ପୁଲିସ ଗିରଫ କରିନେଇଥିଲା। ପୁଲିସ ହେପାଜତରେ ମହସାଙ୍କୁ ନିର୍ମମ ମାଡ ମଧ୍ୟ ମରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ତାଙ୍କୁ ପୁଲିସ ତୁରନ୍ତି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ସେ କୋମାକୁ ଚାଲିଯାଇଥିଲେ। ୩ ଦିନ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ମହସାଙ୍କ ମୃତ୍ୟୁ ଏହି ହିଜାବ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନ ଏବେ ବିଭିନ୍ନ ଦେଶକୁ ବ୍ୟାପିଛି। ମୁସଲିମ ମହିଳାମାନେ ନିଜ କେଶ କାଟି, ହିଜାବରେ ନିଆଁ ଲଗାଇ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ସେପଟେ ଇରାନରେ ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ପୁଲିସର ଦମନଲୀଳାର ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe