Advertisment

ଟ୍ୱିଟର୍ ବ୍ଲୁ ଟିକ୍ ସ୍କିମ୍ ବନ୍ଦ କଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର୍‌ରେ ବ୍ଲୁ ଟିକ୍‌କୁ ନେଇ ପୁଣି ଏକ ନୂଆ ଯୋଜନା। ଏହି ସ୍କିମ୍ ଉପରେ ଏବେ ରୋକ ଲାଗିଛି। ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଟ୍ୱିଟର୍‌ର ନୂଆ ମାଲିକ ଏଲନ୍ ମସ୍କ। ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ୍ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଟ୍ୱିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ ବୋଲି ସେ […]

ଅଦ୍ୟତନ ହୋଇଛି
ଟ୍ୱିଟର୍ ବ୍ଲୁ ଟିକ୍ ସ୍କିମ୍ ବନ୍ଦ କଲେ ଏଲନ୍ ମସ୍କ

Elon Musk

Advertisment

ନୂଆଦିଲ୍ଲୀ: ଟ୍ୱିଟର୍‌ରେ ବ୍ଲୁ ଟିକ୍‌କୁ ନେଇ ପୁଣି ଏକ ନୂଆ ଯୋଜନା। ଏହି ସ୍କିମ୍ ଉପରେ ଏବେ ରୋକ ଲାଗିଛି। ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଟ୍ୱିଟର୍‌ର ନୂଆ ମାଲିକ ଏଲନ୍ ମସ୍କ। ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ୍ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଟ୍ୱିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ ବୋଲି ସେ କହିଛନ୍ତି।

Advertisment

https://twitter.com/elonmusk/status/1594861031670820864?s=20&t=6kPJ8rz8AfWL6KlWeqhkBw

ପୂର୍ବରୁ ଏଲନ୍ ମସ୍କ ଟ୍ୱିଟର୍‌କୁ କିଣିବା ପରେ ବ୍ଲୁ ଟିକ୍ ଆକାଉଣ୍ଟ ପାଇଁ ୮ଡଲାର ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ। ଏଥିପାଇଁ ବ୍ଲୁ ଟିକ୍ ସ୍କିମ୍ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଏବେ ଏହି ସ୍କିମ୍ ବନ୍ଦ ରହିବ ବୋଲି ଟ୍ୱିଟ୍ କରି ଘୋଷଣା କରିଛନ୍ତି ଏଲନ ମସ୍କ। ନକଲି ଆକାଉଣ୍ଟ ଚିହ୍ନଟ ପ୍ରକ୍ରିୟା ଶେଷ ନହେବା ପର‌୍ୟ୍ୟନ୍ତ ଏହି ସ୍କିମ୍ ବନ୍ଦ ରହି ବୋଲି କମ୍ପାନୀ କହିଛି। କୁହାଯାଉଛି, ବ୍ଲୁ ଟିକ୍ ସ୍କିମ୍ ଆରମ୍ଭ ହେଲେ ବ୍ୟକ୍ତି ବିଶେଷ, କମ୍ପାନୀ ଓ ସଂସ୍ଥାମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବ୍ଲୁ ଟିକ୍ ବ୍ୟବହାର ପାଇଁ ଦିଆଯିବ।

Advertisment

ନିକଟ ଅତୀତରେ ମସ୍କ ଘୋଷଣା କରିଥିଲେ ଯେ ନଭେମ୍ବର ୨୯ରୁ ବ୍ଲୁ ଟିକ୍ ସବ୍‌ସ୍କ୍ରିପସନ୍ ଯୋଜନା ଆରମ୍ଭ ହୋଇଯିବ। ସୋମବାର ମସ୍କ ପୁଣି ଭିନ୍ନ ଘୋଷଣା କରିଥିବାରୁ ଏହାକୁ ଆରମ୍ଭ କରିବାକୁ ଆହୁରି ସମୟ ଲାଗିବ ବୋଲି ସ୍ପଷ୍ଟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe