Advertisment

କର୍ମଚାରୀଙ୍କ ଛଟେଇ ପାଇଁ କ୍ଷମା ମାଗିଲେ ଟ୍ୱିଟର୍‌ର ପୂର୍ବତନ ପ୍ରତିଷ୍ଠାତା, ନିଜକୁ ଦାୟୀ କଲେ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର୍‌ର ନୂଆ ବସ୍ ହେବା ପରେ କମ୍ପାନୀର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏଥିରେ ଅଧିକାଂଶ କର୍ମଚାରୀ ଭାରତୀୟ କିମ୍ବା ଭାରତୀୟ ବଶୋଂଦ୍ଭବ ଅଛନ୍ତି। ଏବେ କର୍ମଚାରୀଙ୍କ ଛଟେଇକୁ ନେଇ ଟ୍ୱିଟର୍‌ର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଜ୍ୟାକ୍ କହିଛନ୍ତି, ‘ଟ୍ୱିଟର୍‌ରେ କାମ କରୁଥିବା ପର୍ବତନ ଓ ବର୍ତ୍ତମାନର କର୍ମଚାରୀ ବେଶ୍ ପ୍ରତିଭାବାନ। ସେମାନେ ଯେତେ କଠିନ ପରିସ୍ଥିତିରେ ଥିଲେ ମଧ୍ୟ, […]

author-image
Madhupriya Mistry
ଅଦ୍ୟତନ ହୋଇଛି
କର୍ମଚାରୀଙ୍କ ଛଟେଇ ପାଇଁ କ୍ଷମା ମାଗିଲେ ଟ୍ୱିଟର୍‌ର ପୂର୍ବତନ ପ୍ରତିଷ୍ଠାତା, ନିଜକୁ ଦାୟୀ କଲେ

jack-dorsey

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର୍‌ର ନୂଆ ବସ୍ ହେବା ପରେ କମ୍ପାନୀର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏଥିରେ ଅଧିକାଂଶ କର୍ମଚାରୀ ଭାରତୀୟ କିମ୍ବା ଭାରତୀୟ ବଶୋଂଦ୍ଭବ ଅଛନ୍ତି। ଏବେ କର୍ମଚାରୀଙ୍କ ଛଟେଇକୁ ନେଇ ଟ୍ୱିଟର୍‌ର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

Advertisment

ଜ୍ୟାକ୍ କହିଛନ୍ତି, ‘ଟ୍ୱିଟର୍‌ରେ କାମ କରୁଥିବା ପର୍ବତନ ଓ ବର୍ତ୍ତମାନର କର୍ମଚାରୀ ବେଶ୍ ପ୍ରତିଭାବାନ। ସେମାନେ ଯେତେ କଠିନ ପରିସ୍ଥିତିରେ ଥିଲେ ମଧ୍ୟ, ନିଜ ପାଇଁ ବିକଳ୍ପ ରାସ୍ତା ବାହାର କରିପାରିବେ। ଅନେକ ମୋ ଉପରେ ଅସନ୍ତୋଷ ଥିବା ମୁଁ ଅନୁଭବ କରୁଛି। ମୁଁ ସ୍ୱୀକାର କରୁଛି ଯେ, ସମସ୍ତେ ମୋ ଯୋଗୁଁ ଏହି ସ୍ଥିତିରେ ଅଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି।’

https://twitter.com/jack/status/1588913278566436865?s=20&t=c8TDSEw0AD6G5CcfIYisQQ

Advertisment

ଜ୍ୟାକ୍ ଡୋର୍ସି ଚଳିତ ବର୍ଷ ମେ’ ମାସରେ ଟ୍ୱିଟର୍ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ୨୦୦୭ରେ ଟ୍ୱିଟର୍‌ର ନିର୍ଦ୍ଦେଶକ ଥିଲେ। ୨୦୧୫ ପରେ ନିଜ ଇସ୍ତଫା ଦେବା ଯାଏଁ ସେ ଟ୍ୱିଟର୍‌ର ସିଇଓ ଥିଲେ।

୪୪ ବିଲିୟନ ଡଲାରରେ ଟ୍ୱିଟର୍‌କୁ କିଣିବା ପରେ ନୂଆ ମାଲିକ ଏଲନ ମସ୍କ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଛନ୍ତି। ମୋଟ ୭୫୦୦ କର୍ମଚାରୀଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କୁ ସେ କାମରୁ ବାହାର କରିଦେଇଛନ୍ତି। ମାନ୍ଦାବସ୍ଥା ସ୍ଥିତିରୁ କମ୍ପାନିକୁ ବଞ୍ଚାଇବା ପାଇଁ ଛଟେଇ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।