Advertisment

ପାକ୍‌ରେ ଅସୁରକ୍ଷିତ ଚାଇନିଜ ନାଗରିକ! ପୁଣି ଗୁଳିମାଡ଼ର ହେଲେ ଶିକାର

କରାଚି: ପାକିସ୍ତାନରେ ରହି କାମ କରୁଥିବା ଚାଇନିଜ ନାଗରିକଙ୍କ ଜୀବନ ପ୍ରତି କ୍ରମାଗତ ବିପଦ ସୃଷ୍ଟି ହେବାରେ ଲାଗିଛି। କିଛି ଦିନ ତଳେ ଚାଇନିଜ୍‌ ଇଞ୍ଜିନିୟର ଓ ନାଗରିକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଆଇଇଡି ଦ୍ୱାରା ବିସ୍ଖୋରଣ କରାଯାଇଥିଲା। ଏଥିରେ ୯ ଜଣ ଚାଇନିଜ ନାଗରିକଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ କରାଚିରେ ଦୁଇ ଜଣ ଚାଇନିଜ ନାଗରିକ ଗୁଳିମାଡ଼ର ଶିକାର ହୋଇଛନ୍ତି। ବୁଧବାର ଦୁଇ ଜଣ ଚାଇନିଜ୍‌ ନାଗରିକ କରାଚି ରାସ୍ତାରେ […]

ପାକ୍‌ରେ ଅସୁରକ୍ଷିତ ଚାଇନିଜ ନାଗରିକ! ପୁଣି ଗୁଳିମାଡ଼ର ହେଲେ ଶିକାର

karachi

Advertisment

କରାଚି: ପାକିସ୍ତାନରେ ରହି କାମ କରୁଥିବା ଚାଇନିଜ ନାଗରିକଙ୍କ ଜୀବନ ପ୍ରତି କ୍ରମାଗତ ବିପଦ ସୃଷ୍ଟି ହେବାରେ ଲାଗିଛି। କିଛି ଦିନ ତଳେ ଚାଇନିଜ୍‌ ଇଞ୍ଜିନିୟର ଓ ନାଗରିକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଆଇଇଡି ଦ୍ୱାରା ବିସ୍ଖୋରଣ କରାଯାଇଥିଲା। ଏଥିରେ ୯ ଜଣ ଚାଇନିଜ ନାଗରିକଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ କରାଚିରେ ଦୁଇ ଜଣ ଚାଇନିଜ ନାଗରିକ ଗୁଳିମାଡ଼ର ଶିକାର ହୋଇଛନ୍ତି।

Advertisment

ବୁଧବାର ଦୁଇ ଜଣ ଚାଇନିଜ୍‌ ନାଗରିକ କରାଚି ରାସ୍ତାରେ କାର୍‌ରେ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସେତେବେଳକୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲା। ଗୁଳିମାଡ଼ରେ ଆହତ ଦୁଇ ଚାଇନିଜ ନାଗରିକଙ୍କୁ କରାଚିରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ଉପରେ ପ୍ରତିକ୍ରିୟା ଦେଇ ଚାଇନିଜ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ଏହା ଏକକ ଘଟଣା। ଆମର ପାକିସ୍ତାନ ଉପରେ ପୂର୍ଣ୍ଣ ଭରାସା ଅଛି ଯେ ସେମାନେ ସେଠାରେ ରହୁଥିବା ଚାଇନିଜ୍‌ ନାଗରିକଙ୍କୁ ଉପଯୁକ୍ତ ସୁରକ୍ଷା ଓ ସୁବିଧା ଯୋଗାଇ ଦେବେ। ତେଣୁ ଏଥିରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

Advertisment

ଦୁଇ ସପ୍ତାହ ତଳେ ଚାଇନିଜ ନାଗରିକ ଓ ଇଞ୍ଜିନିୟରମାନଙ୍କ ଉପରେ ଖାଇବର ପାଖତୁଖ୍ୱାରେ ହମଲା ହୋଇଥିଲା। ଏହାପରେ ପାକିସ୍ତାନରେ କାର୍ଯ୍ୟରତ ଚାଇନିଜ ଇଞ୍ଜିନିୟର ଓ କର୍ମଚାରୀମାନେ ନିଜ କାନ୍ଧରେ ଏକେ-୪୭ ପକାଇ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଥିଲା।

ଏପ୍ରିଲ ମାସରେ କ୍ୱେଟାରେ ଥିବା ଗୋଟିଏ ହୋଟେଲେ ଚାଇନିଜ୍‌ ଆମ୍ବାସାଡାର ବୈଠକ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ପ୍ରାଣ ହରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe