Advertisment

ଆଫଗାନିସ୍ତାନରେ ଶହୀଦ ହେଲେ ଆମେରିକା ସେନା, ଟାର୍ଗେଟରେ ବାଇଡେନ

ଓ୍ୱାଶିଂଟନ: ଆମେରିକାର ପ୍ରତିନିଧି ସଭାରେ (ସଂସଦ) ବିରୋଧୀ ଦଳ ରିପବ୍ଲିକାନର ନେତା ତଥା ଦଳର ବରିଷ୍ଠ ସାଂସଦ କେଭିନ ମ୍ୟାକର୍ଥୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରିଛନ୍ତି। ଆଫଗାନିସ୍ତାନରେ ବିସ୍ଫୋରଣ ଦ୍ୱାରା ୧୩ ଆମେରିକା ସେନା ଶହୀଦ ହେବା ନେଇ ବିରୋଧୀ ଦଳର ସାଂସଦ ବାଇଡେନଙ୍କୁ ସମାଲୋଚନା କରିଛନ୍ତି। ରିପବ୍ଲିକାନ୍ ନେତା କେଭିନ ମ୍ୟାକାର୍ଥୀ ଡେମୋକ୍ରାଟିକ ଦଳର ସାଂସଦ ତଥା ବାଚସ୍ପତି ନାନସୀ ପେଲସିଙ୍କୁ ଏହି ବୈଠକରେ କହିଛନ୍ତି ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ହେବାରୁ […]

ଆଫଗାନିସ୍ତାନରେ ଶହୀଦ ହେଲେ ଆମେରିକା ସେନା, ଟାର୍ଗେଟରେ ବାଇଡେନ

Kevin-McCarthy

Advertisment

ଓ୍ୱାଶିଂଟନ: ଆମେରିକାର ପ୍ରତିନିଧି ସଭାରେ (ସଂସଦ) ବିରୋଧୀ ଦଳ ରିପବ୍ଲିକାନର ନେତା ତଥା ଦଳର ବରିଷ୍ଠ ସାଂସଦ କେଭିନ ମ୍ୟାକର୍ଥୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରିଛନ୍ତି। ଆଫଗାନିସ୍ତାନରେ ବିସ୍ଫୋରଣ ଦ୍ୱାରା ୧୩ ଆମେରିକା ସେନା ଶହୀଦ ହେବା ନେଇ ବିରୋଧୀ ଦଳର ସାଂସଦ ବାଇଡେନଙ୍କୁ ସମାଲୋଚନା କରିଛନ୍ତି। ରିପବ୍ଲିକାନ୍ ନେତା କେଭିନ ମ୍ୟାକାର୍ଥୀ ଡେମୋକ୍ରାଟିକ ଦଳର ସାଂସଦ ତଥା ବାଚସ୍ପତି ନାନସୀ ପେଲସିଙ୍କୁ ଏହି ବୈଠକରେ କହିଛନ୍ତି ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ହେବାରୁ ୧୩ ଆମେରିକା ସୈନ୍ୟ ପ୍ରାଣ ହରାଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବ ବୋଲି କହିଛି। କିନ୍ତୁ ଯେପର୍ଯ୍ୟନ୍ତ ଆମେରିକା ସମସ୍ତ ଆମେରିକୀୟ ନାଗରିକଙ୍କୁ ଉଦ୍ଧାର ନକରିଛି ସେଯାଏ ଆଫଗାନିସ୍ତାନରେ ଆମେରିକା ସେନା ରହିବା ଦରକାର।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ରିପବ୍ଲିକାନ୍ ପାର୍ଟିର ଏହି ସାଂସଦ କହିଛନ୍ତି ଯେ ରାଷ୍ଟ୍ରପତି ଯେଉଁଭଳି ପ୍ରତିଶ୍ରୁତି ଦେଇଥିଲେ ସେହିଭଳି ନେତୃତ୍ୱ ନେଉ ନାହାନ୍ତି। ଏହା ଦୁର୍ବଳତା ଏବଂ ଅପାରଗତାର ଚିତ୍ର। କମାଣ୍ଡର-ଇନ୍-ଚିଫ୍ ଭାବରେ ବାଇଡେନ୍ ଆମେରିକାର ଲୋକଙ୍କ ଆତ୍ମବିଶ୍ୱାସ, ବିଶ୍ୱାସ ଏବଂ ସାହସ। ହେଲେ ସେ ଲୋକଙ୍କ ବିଶ୍ୱାସ ଜିତି ପାରି ନାହାନ୍ତି। ଆଫଗାନିସ୍ତାନରେ ୧୩ ଜଣ ଆମେରିକା ସେନା ଶହୀଦ ହେବା ନେଇ ଏପରି କହିଛନ୍ତି କେଭିନ ମ୍ୟାକାର୍ଥୀ।

ପେଲସୀଙ୍କ ଅଫିସ କିନ୍ତୁ କେଭିନଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ବାଇଡେନ ଏହା ପୂର୍ବରୁ ରିପବ୍ଲିକାନ୍ ପାର୍ଟିର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ। ଆଫଗାନିସ୍ତାନରେ ଯେଉଁ ପରିସ୍ଥିତି ଉପୁଜିଛି ସେଥିପାଇଁ ଟ୍ରମ୍ପ ବାଇଡେନଙ୍କ ଇସ୍ତଫା ଦାବି କରିବା ସହିତ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଧମକ ଦେଇଥିଲେ। ହେଲେ ଏହି ପ୍ରସଙ୍ଗ କିନ୍ତୁ ଏଯାବତ ଆଗକୁ ବଢ଼ି ପାରି ନାହିଁ। ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର କରିବା ନିଷ୍ପତ୍ତି ଡୋନାଲ୍ଡ ଟ୍ରମ୍ପ ସରକାରର। ଏଥିପାଇଁ ଦୋହାରେ ତାଲିବାନଙ୍କ ସହ ଟ୍ରମ୍ପ ସରକାର ପ୍ରଥମେ ଆଲୋଚନା କରିଥିଲେ। ପରେ ଦେଶରେ କ୍ଷମତା ପରିବର୍ତ୍ତନ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe