Advertisment

ତାଲିବାନ ସହ କଥାବାର୍ତ୍ତା ଆରମ୍ଭ କଲା ୟୁଏଇ, ଜାଣନ୍ତୁ କାରଣ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ଏକଛତ୍ରବାଦୀ ଶାସନ ଚଳାଇଥିବା ତାଲିବାନ ସହ ଆଲୋଚନା ଆରମ୍ଭ କରିଛନ୍ତି ୟୁଏଇ ସରକାର। ଆମେରିକା ଦୀର୍ଘ ୨୦ ବର୍ଷ ଧରି ତାଲିବାନ ସହ ଯୁଦ୍ଧ କରୁଥିଲା। କିନ୍ତୁ ହଠାତ୍‌ ଆମେରିକା ସେନା ପ୍ରତ୍ୟାହାର କରିବାରୁ ତାଲିବାନ ଆଫଗାନକୁ ଦଖଲ କରିଥିଲା। ତାଲିବାନ ଆଫାଗନକୁ କବଜା କରିବା ପରେ କାବୁଲ ବିମାନ ବନ୍ଦରରୁ ଉଡ଼ାଣ ଠିକ୍‌ ଭାବେ ହୋଇପାରୁନି। ଏହାକୁ ସ୍ୱାଭାବିକ କରିବା ପାଇଁ ୟୁଏଇ ତାଲିବାନ ସହ କଥାବାର୍ତ୍ତା […]

ତାଲିବାନ ସହ କଥାବାର୍ତ୍ତା ଆରମ୍ଭ କଲା ୟୁଏଇ, ଜାଣନ୍ତୁ କାରଣ

Taliban

Advertisment

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ଏକଛତ୍ରବାଦୀ ଶାସନ ଚଳାଇଥିବା ତାଲିବାନ ସହ ଆଲୋଚନା ଆରମ୍ଭ କରିଛନ୍ତି ୟୁଏଇ ସରକାର। ଆମେରିକା ଦୀର୍ଘ ୨୦ ବର୍ଷ ଧରି ତାଲିବାନ ସହ ଯୁଦ୍ଧ କରୁଥିଲା। କିନ୍ତୁ ହଠାତ୍‌ ଆମେରିକା ସେନା ପ୍ରତ୍ୟାହାର କରିବାରୁ ତାଲିବାନ ଆଫଗାନକୁ ଦଖଲ କରିଥିଲା।

Advertisment

ତାଲିବାନ ଆଫାଗନକୁ କବଜା କରିବା ପରେ କାବୁଲ ବିମାନ ବନ୍ଦରରୁ ଉଡ଼ାଣ ଠିକ୍‌ ଭାବେ ହୋଇପାରୁନି। ଏହାକୁ ସ୍ୱାଭାବିକ କରିବା ପାଇଁ ୟୁଏଇ ତାଲିବାନ ସହ କଥାବାର୍ତ୍ତା ଆରମ୍ଭ କରିଥିବା କୁହାଯାଉଛି। ୟୁଏଇ ଓ କତାର ମଧ୍ୟରେ କୂଟନୀତିକ ବିବାଦ ଚାଲିଛି। ତାଲିବାନ ଉପରେ ନିଜର ନିୟନ୍ତ୍ରଣ ପ୍ରତିଷ୍ଠା କରିବା ପାଇଁ ଉଭୟ କତାର ଓ ୟୁଏଇ ଚାହୁଁଛନ୍ତି। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, କିଛି ସପ୍ତାହ ହେଲାଣି ତାଲିବାନ ଓ ୟୁଏଇ ପ୍ରତିନିଧିଙ୍କ ମଧ୍ୟରେ ଏକାଧିକ ରାଉଣ୍ଡ ଆଲୋଚନା ହୋଇଛି। କାବୁଲ ଏୟାରପୋର୍ଟରେ ଅପରେସନ ବନ୍ଦ ଥିବାରୁ ଆଫଗାନ ସହ ବିଶ୍ୱର ଯୋଗାଯୋଗ ଏକ ପ୍ରକାରର ବିଚ୍ଛିନ୍ନ ହୋଇଯାଇଛି। ଏହାକୁ ସ୍ୱାଭାବିକ କରିବାକୁ ୟୁଏଇ ପ୍ରୟାସ ଆରମ୍ଭ କରିଛି।

Advertisment

କତାର ଓ ତୁର୍କୀ ସେନା ମିଳିତ ଭାବେ କାବୁଲ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଉଦ୍ଧାର କାର୍ଯ୍ୟ ସହ ଅପରେସନ ଆରମ୍ଭ କରିଥିଲେ। କିନ୍ତୁ ଏବେ ଏହା ବନ୍ଦ ରହିଛି। କତାର ଦିନକୁ ଦିନ ତାଲିବାନ ଉପରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଛି। ଏହାକୁ ଦୃଷ୍ଟିରେ ରଖି ୟୁଏଇ ତାଲିବାନ ସହ କଥାବାର୍ତ୍ତା କରିବାକୁ ଆଗେଇ ଆସିଥିବା କୁହାଯାଉଛି।

କାରଣ ଆମେରିକା ସେନା ଆଫଗାନରେ ଥିବା ବେଳେ କାବୁଲ ଏୟାରପୋର୍ଟରେ ଅପରେସନ ଦାୟିତ୍ୱ ୟୁଏଇ କରୁଥିଲା। ଏବେ ବି ଉକ୍ତ ଦେଶ ଆଫଗାନବାସୀଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe