Advertisment

ଆସିଲା ବିଶ୍ୱର ପ୍ରଥମ କରୋନା ବଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ବିଶ୍ୱବାସୀଙ୍କୁ ଆଲୋକର ପର୍ବ ଦୀପାବଳିରେ ବହୁତ ବଡ଼ ଖୁସି ଖବର ମିଳିଛି। କାରଣ ବିଶ୍ୱବାସୀଙ୍କୁ ମିଳିଛି କରୋନା ବିରୋଧୀ ପ୍ରଥମ ବଟିକା। ବିଶ୍ୱର ପ୍ରଥମ କୋଭିଡ ବଟିକା ମୋଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହା ଲକ୍ଷଣ ଯୁକ୍ତ କରୋନା ରୋଗୀଙ୍କ ଚିକିତ୍ସାରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ଟ୍ରାଏଲରୁ ଜଣାପଡ଼ିଥିଲା। ଏହାପରେ ବ୍ରିଟେନ ସରକାର ଏହାର ବ୍ୟବହାର ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ […]

ଆସିଲା ବିଶ୍ୱର ପ୍ରଥମ କରୋନା ବଟିକା

Pill

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ବିଶ୍ୱବାସୀଙ୍କୁ ଆଲୋକର ପର୍ବ ଦୀପାବଳିରେ ବହୁତ ବଡ଼ ଖୁସି ଖବର ମିଳିଛି। କାରଣ ବିଶ୍ୱବାସୀଙ୍କୁ ମିଳିଛି କରୋନା ବିରୋଧୀ ପ୍ରଥମ ବଟିକା। ବିଶ୍ୱର ପ୍ରଥମ କୋଭିଡ ବଟିକା ମୋଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।

Advertisment

ଏହା ଲକ୍ଷଣ ଯୁକ୍ତ କରୋନା ରୋଗୀଙ୍କ ଚିକିତ୍ସାରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ଟ୍ରାଏଲରୁ ଜଣାପଡ଼ିଥିଲା। ଏହାପରେ ବ୍ରିଟେନ ସରକାର ଏହାର ବ୍ୟବହାର ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ବ୍ରିଟେନ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ବଟିକାକୁ ଚିକିତ୍ସା ପ୍ରକ୍ରିୟାରେ ସାମିଲ କରିବାକୁ ଗ୍ରୀନ ସିଗ୍ନାଲ ଦେଇଛି ସତ, ହେଲେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଏହି ବଟିକା କେବେ ମିଳିବ ସେକଥା କହିବାମ ମୁସ୍କିଲ।

ବ୍ରିଟେନ ସରକାର କହିଛନ୍ତି, ମୋଲନୁଭିରାଭିରକୁ ଫାର୍ମା କମ୍ପାନୀ ମେର୍କ ଆଣ୍ଡ କୋ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଟ୍ରାଏଲ ବେଳେ ଏହା କରୋନା ବିରୋଧରେ ସଫଳତାର ସହ କାମ କରୁଥିବା ପ୍ରମାଣ ମିଳିଛି। ଏଥିପାଇଁ ୧୮ ଓ ତା’ଠାରୁ ଅଧିକ ବୟସ୍କ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ।

Advertisment

ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଥାଇ ହୋମ ଆଇସୋଲେସନରେ ଥିବା ଲୋକମାନେ ଦିନକୁ ଦୁଇ ଥର, ଏପରି ୫ ଦିନ ଏହି ବଟିକା ଖାଇବେ। ଏହା ଲକ୍ଷଣକୁ ବନ୍ଦ କରିବା ସହ ଜଣେ କରୋନା ଆକ୍ରାନ୍ତକୁ ଶୀଘ୍ର ସୁସ୍ଥ କରି ଦେଉଥିବା ଟ୍ରାଏଲରୁ ସ୍ପଷ୍ଟ ହୋଇଥିବା ବ୍ରିଟେନ ସରକାର କହିଛନ୍ତି।

ଏହା ପୂର୍ବରୁ କମ୍ପାନୀ ଆମେରିକା ସରକାରଙ୍କ ନିକଟରେ ବଟିକାର ବ୍ୟବହାର ପାଇଁ ଆବେଦନ କରିଥିଲା। ଆମେରିକା ଓ ୟୁରୋପୀୟ ପ୍ୟାନେଲ ମଧ୍ୟ ଏହାର ସମୀକ୍ଷା କରୁଛନ୍ତି। କମ୍ପାନୀ ବଟିକାର ଏକାଧିକ ପରୀକ୍ଷା କରିଛି। ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି ବଟିକା ହସ୍ପିଟାଲରେ ଭର୍ତ୍ତି ଓ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିବାରେ ସକ୍ଷମ। ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ଆଶଙ୍କାକୁ ମୋଲନୁପିରାଭିର ପ୍ରାୟ ୫୦% ହ୍ରାସ କରୁଥିବା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଛି।

ପରୀକ୍ଷାରେ ସାମିଲ ହୋଇଥିବା ୩୮୫ ଜଣଙ୍କ ମଧ୍ୟରୁ କେବଳ ୨୮ ଜଣ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି କିମ୍ବା ପ୍ରାଣ ହରାଇଛନ୍ତି। ଅର୍ଥାତ ମାତ୍ର ୭.୩% ଲୋକ କରୋନାରେ ଗୁରୁତର ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୨୯ ଦିନର ପରୀକ୍ଷାରେ ସାମିଲ ହୋଇ ପ୍ଲାସେବୋ ଦ୍ୱାରା ଚିକିତ୍ସିତ ହେଉଥିବା ଲୋକଙ୍କ ମୃତ୍ୟୁହାର ୧୪.୧% ରହିଛି। ସେହିପରି ବଟିକା ଖାଉଥିବା ଲୋକଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖାଯାଉ ନାହିଁ।

ଲକ୍ଷଣ ଦେଖା ଯିବାରୁ ୫ ଦିନ ମଧ୍ୟରେ ଏହି ବଟିକା ଖାଇବା ଦ୍ୱାରା ଜଣେ ରୋଗୀ ଗୁରୁତର ହେବେନି ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe