Advertisment

ଯୁଦ୍ଧ ଲଢ଼, ନହେଲେ ଗୁଳି ଖାଅ!

ମସ୍କୋ: ଯୁଦ୍ଧ ଲଢ଼, ନହେଲେ ଗୁଳି ଖାଅ। ରୁଷ ସୈନିକଙ୍କ ପାଇଁ ଏଭଳି କିଛି କର ବା ମର ପରିସ୍ଥିତି ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୟୁକ୍ରେନ ବିରୋଧରେ ଯୁଦ୍ଧ ବେଳେ ଦେଖିବାକୁ ମିଳିଛି ପୁଟିନଙ୍କ ଆଉ ଏକ ରୂପ। ଯୁଦ୍ଧରେ ଯେଉଁ ରୁଷ ସୈନ୍ୟ ପଛଘୁଞ୍ଚା ଦେଉଛନ୍ତି ତାଙ୍କୁ ଗୁଳି ମାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଏପରି କିଛି ଦାବି କରିଛି। ବ୍ରିଟେନ ଦାବି କରିଛି ଯେ, ରୁଷର […]

ଅଦ୍ୟତନ ହୋଇଛି
ପୁଟିନଙ୍କ ପରମାଣୁ ଧମକ ପରେ ସାରା ବିଶ୍ୱରେ ହଇଚଇ

putin

Advertisment

ମସ୍କୋ: ଯୁଦ୍ଧ ଲଢ଼, ନହେଲେ ଗୁଳି ଖାଅ। ରୁଷ ସୈନିକଙ୍କ ପାଇଁ ଏଭଳି କିଛି କର ବା ମର ପରିସ୍ଥିତି ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୟୁକ୍ରେନ ବିରୋଧରେ ଯୁଦ୍ଧ ବେଳେ ଦେଖିବାକୁ ମିଳିଛି ପୁଟିନଙ୍କ ଆଉ ଏକ ରୂପ। ଯୁଦ୍ଧରେ ଯେଉଁ ରୁଷ ସୈନ୍ୟ ପଛଘୁଞ୍ଚା ଦେଉଛନ୍ତି ତାଙ୍କୁ ଗୁଳି ମାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଏପରି କିଛି ଦାବି କରିଛି।

Advertisment

ବ୍ରିଟେନ ଦାବି କରିଛି ଯେ, ରୁଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରୁ ପଛକୁ ଫେରି ଆସିଥିବା ସୈନିକମାନଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୁଷ ଏଥିପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି। ରୁଷ ସେନା ମଧ୍ୟରେ ଯୁଦ୍ଧକୁ ନେଇ ଉତ୍ସାହ ଏବଂ ମନୋବଳ ହ୍ରାସ ପାଇଥିବାରୁ ପୁଟିନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ରିପୋର୍ଟ ମୁତାବକ, ଯଦି ଚେତାବନୀ ଦେବା ପରେ ମଧ୍ୟ ସୈନିକମାନେ ମାନିବାକୁ ପ୍ରସ୍ତୁତ ନହୁଅନ୍ତି ତେବେ ସେମାନଙ୍କୁ ଗଳି କରିବାକୁ ମଧ୍ୟ ପୁଟିନ କହିଛନ୍ତି। ଖବର ଅନୁଯାୟୀ, ଖାର୍ସେନରେ ୟୁକ୍ରେନ ସୈନ୍ୟମାନଙ୍କର ବଢୁଥିବା ପ୍ରଭାବକୁ ଦେଖି ଯୁଦ୍ଧରୁ ଓହରିଯିବାକୁ ଅନୁରୋଧ କରୁଛନ୍ତି ପୁଟିନଙ୍କ ସୈନ୍ୟ। ଯାହାକୁ ପୁଟିନ ଗ୍ରହଣ କରୁନାହାନ୍ତି।

Advertisment

ସେପ୍ଟେମ୍ବର ମାସରେ ରୁଷକୁ ମିଳିଥିବା ବଡ ବିଫଳତା ଓ ୟୁକ୍ରେନ୍ ପୁଣିଥରେ ନିଜ ଅଞ୍ଚଳକୁ କବ୍‌ଜା କରିବା ପରେ ରୁଷ ସୈନିକଙ୍କ ମନୋବଳ ଭାଙ୍ଗି ଯାଇଥିବା ବିଭିନ୍ନ ରିପୋର୍ଟରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe