Advertisment

ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଗୃହମନ୍ତ୍ରୀଙ୍କ ଇସ୍ତଫା

ଲଣ୍ଡନ: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଗୃହମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରାବରମନ ଇସ୍ତଫା ଦେଇଛନ୍ତି। ବ୍ରିଟେନରେ ବର୍ତ୍ତମାନ ରାଜନୀତିକ ଓ ଅର୍ଥନୀତିକ ସଙ୍କଟ ଦେଖାଯାଇଛି। ବିବାଦ ଯୋଗୁ ମାତ୍ର କିଛି ମାସ ତଳେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବା ଟ୍ରସଙ୍କ ଚୌକି ଟଳମଳ ହେଉଛି। ଏସବୁ ଭିତରେ ହିଁ ସୁଏଲା ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସପ୍ତାହକ ମଧ୍ୟରେ ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଦ୍ୱିତୀୟ ସଦସ୍ୟ ଭାବେ ସୁଏଲା ବାହାରି ଯାଇଛନ୍ତି। ଅକ୍ଟୋବର […]

ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଗୃହମନ୍ତ୍ରୀଙ୍କ ଇସ୍ତଫା

Suella-Braverman

Advertisment

ଲଣ୍ଡନ: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଗୃହମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରାବରମନ ଇସ୍ତଫା ଦେଇଛନ୍ତି। ବ୍ରିଟେନରେ ବର୍ତ୍ତମାନ ରାଜନୀତିକ ଓ ଅର୍ଥନୀତିକ ସଙ୍କଟ ଦେଖାଯାଇଛି। ବିବାଦ ଯୋଗୁ ମାତ୍ର କିଛି ମାସ ତଳେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବା ଟ୍ରସଙ୍କ ଚୌକି ଟଳମଳ ହେଉଛି। ଏସବୁ ଭିତରେ ହିଁ ସୁଏଲା ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ସପ୍ତାହକ ମଧ୍ୟରେ ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଦ୍ୱିତୀୟ ସଦସ୍ୟ ଭାବେ ସୁଏଲା ବାହାରି ଯାଇଛନ୍ତି। ଅକ୍ଟୋବର ୧୪ରେ ଟ୍ରସ୍‌ଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା କୱାସି କୱାରଟେଙ୍ଗକୁ ପଦ ଛାଡ଼ିବାକୁ କୁହାଯାଇଥିଲା। ତାଙ୍କ ସ୍ଥାନରେ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଜେର୍ମୀ ହଣ୍ଟଙ୍କୁ ଦାୟିତ୍ୱ ଦିଆଯାଇଥିଲା।

କରୋନା ଯୋଗୁ ଦେଶର ଅର୍ଥନୀତିକ ସ୍ଥିତି ବିଗିଡ଼ି ଯାଇଛି। ଏହାକୁ ସୁଧାରିବାର ପ୍ରତିଶ୍ରୁତି ଦେଇ ଟ୍ରସ ପ୍ରଧାନମନ୍ତ୍ରୀ ଗାଦିରେ ବସିଥିଲେ। ହେଲେ ସେ ଏ ଦିଗରେ କୌଣସି ପ୍ରକାରର ପଦକ୍ଷେପ ନେବାକୁ ସକ୍ଷମ ହୋଇନାହାନ୍ତି। ଏଥିପାଇଁ ତାଙ୍କ ଦଳ ସହ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ ହୋଇଛି। ଏଥିପାଇଁ ଟ୍ରସ ମଧ୍ୟ ଇସ୍ତଫା ଦେବାର ସମ୍ଭାବନା ରହିଛି।

Advertisment

ତେବେ ଏହାପୂର୍ବରୁ ସୁଏଲା ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ପାଖକୁ ପଠାଇଛନ୍ତି। ପ୍ରବାସୀଙ୍କ ପାଇଁ ଜାରି କରାଯିବାକୁ ଥିବା ନିୟମ ସଂକ୍ରାନ୍ତ ସରକାରୀ ଦସ୍ତାବିଜକୁ ଲିକ୍‌ କରିବା ଅଭିଯୋଗରେ ସୁଏଲା ଫସିଥିଲେ। ବ୍ରିଟିଶ ଅଧିକାରୀମାନେ କହିଛନ୍ତି ଯେ ସୁଏଲା ସରକାରୀ ଦସ୍ତାବିଜ୍‌କୁ ନିଜର ସାଥୀ ସାଂସଦଙ୍କୁ ବ୍ୟକ୍ତିଗତ ଇ-ମେଲରୁ ପଠାଇଥିଲେ। ଏହା ସାର୍ବଜନୀନ ହେବା ପୂର୍ବରୁ ଗୃହମନ୍ତ୍ରୀ ହିସାବରେ ସେ ଏହାକୁ ଲିକ୍‌ କରିଥିଲେ। ତେଣୁ ଏହା ଆଇନ ଅନୁଯାୟୀ ମନ୍ତ୍ରୀ ପଦର ଅପ୍ୟବହାର।


ସୁଏଲା ତାଙ୍କ ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି ଯେ ସେ ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ନିଜ ପଦ ଚାଡ଼ୁଛନ୍ତି। ସେ ଲେଖିଛନ୍ତି ଯେ ମୁଁ ମୋର ବ୍ୟକ୍ତିଗତ ଇମେଲରୁ ଏକ ସରକାରୀ ଡକ୍ୟୁମେଣ୍ଟକୁ ଜଣେ ବିଶ୍ୱସ୍ତ ସାଂସଦଙ୍କୁ ପଠାଇଥିଲି। ପ୍ରବାସୀ ନୀତି ଉପରେ ସରକାରଙ୍କ ସମର୍ଥନ ହାସଲ ଯୋଗାଡ଼ରେ ମୁଁ ଏପରି କରିଥିଲି।

ତେବେ ଏହା ଟେକ୍ନିକାଲ ଦୃଷ୍ଟିକୋଣରୁ ନିୟମର ଉଲ୍ଲଙ୍ଘନ। ଏହା ସାର୍ବଜନୀନ ହେବା ପୂର୍ବରୁ ଲିକ୍‌ ହୋଇଛି। ଏହି ଦସ୍ତାବିଜରେ ଥିବା ବ୍ୟବସ୍ଥା ସମ୍ପର୍କରେ ଅଧିକାଂଶ ସାଂସଦ ମଧ୍ୟ ଜାଣିଥିଲେ। ତଥାପି ମୁଁ ଇସ୍ତଫା ଦେବା ହିଁ ବର୍ତ୍ତମାନ ସମୟରେ ଠିକ୍। ମୁଁ ମୋର ଭୁଲ ବୁଝିବା ମାତ୍ରେ ସରକାରୀ ଚ୍ୟାନେଲରେ ଦ୍ୱାରା କ୍ୟାବିନେଟ ସଚିବଙ୍କୁ ଅବଗତ କରାଇଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe