Advertisment

ଷ୍ଟେସନରେ କାଗଜ ତିଆରି ‘ଅଫିମ ଫୁଲ’ ବିକିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ନୂଆ ରୂପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ଆର୍ଥିକ ମାନ୍ଦାବସ୍ଥା ଓ ଉଚ୍ଚ ମୁଦ୍ରାସ୍ଫୀତି ଭିତରେ ପ୍ରଧାନମନ୍ତ୍ରୀ ବିକିଛନ୍ତି କାଗଜ ତିଆରି ଅଫିମ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ। ଗୁରୁବାର ସକାଳ ପ୍ରାୟ ୮ଟା। ଲଣ୍ଡନ ଟ୍ୟୁବ ଷ୍ଟେସନରେ ଯାତ୍ରୀଙ୍କ ଖଚାଖଚ ଭିଡ। ଯିଏ ଯା କାମ ପାଇଁ ଗନ୍ତବ୍ୟସ୍ଥଳରେ ପହଁଚିବାକୁ ତରତର। ଏହାରି ଭିତରେ ଯାତ୍ରୀଙ୍କ ନଜର ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ। ଯିଏ ହାତରେ ଟ୍ରେ ଧରି କାଗଜରେ ତିଆରି କିଛି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଷ୍ଟେସନରେ କାଗଜ ତିଆରି ‘ଅଫିମ ଫୁଲ’ ବିକିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

uk-pm-rishi-sunak-sells-poppies

ଲଣ୍ଡନ: ନୂଆ ରୂପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ଆର୍ଥିକ ମାନ୍ଦାବସ୍ଥା ଓ ଉଚ୍ଚ ମୁଦ୍ରାସ୍ଫୀତି ଭିତରେ ପ୍ରଧାନମନ୍ତ୍ରୀ ବିକିଛନ୍ତି କାଗଜ ତିଆରି ଅଫିମ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ।

Advertisment

ଗୁରୁବାର ସକାଳ ପ୍ରାୟ ୮ଟା। ଲଣ୍ଡନ ଟ୍ୟୁବ ଷ୍ଟେସନରେ ଯାତ୍ରୀଙ୍କ ଖଚାଖଚ ଭିଡ। ଯିଏ ଯା କାମ ପାଇଁ ଗନ୍ତବ୍ୟସ୍ଥଳରେ ପହଁଚିବାକୁ ତରତର। ଏହାରି ଭିତରେ ଯାତ୍ରୀଙ୍କ ନଜର ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ। ଯିଏ ହାତରେ ଟ୍ରେ ଧରି କାଗଜରେ ତିଆରି କିଛି ଜିନିଷ ବିକ୍ରି କରୁଥିଲେ। ପରେ ଜଣାପଡିଲା ସେ ଆଉ କେହି ନୁହଁନ୍ତି, ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରୁଷି ସୁନକ। ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଚକିତ ହୋଇପଡିଥିଲେ କିଛି ଯାତ୍ରୀ।

ରୟାଲ ବ୍ରିଟିଶ ଲିଜନ ପକ୍ଷରୁ ପ୍ରତିବର୍ଷ ଲଣ୍ଡନ ପପି ଡେ’ ଅପିଲ କାର୍ଯ୍ୟକ୍ରମ କରାଯାଉଛି। ଯେଉଁଥିରେ ବ୍ରିଟିଶ ସେନା, ବାୟୁସେନା ଓ ନୌସେନାର ଭଲ୍ୟୁଣ୍ଟର ଘର ଘର ବୁଲି ଅର୍ଥ ଯୋଗାଡ କରନ୍ତି। ଏଥର ସେମାନଙ୍କ ସହ ସାମିଲ ହୋଇଥିଲେ ନିଜେ ପ୍ରଧାନମନ୍ତ୍ରୀ ରୁଷି ସୁନକ। କାଗଜ ତିଆରି ଅଫିମ ଫୁଲ ଗୋଟାଏକୁ ୫ ପାଉଣ୍ଡରେ ବିକ୍ରି କରିଥିଲେ ସୁନକ।

Advertisment

https://twitter.com/LondonLive/status/1588120610873507842?s=20&t=o6KPAo7jdg8n1JwBxHvGVA

ସେପଟେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଅନେକ ଯାତ୍ରୀ ତାଙ୍କ ସହ ସେଲଫି ନେଇଥିଲେ। ଯାତ୍ରୀଙ୍କ ସହ ବେଶ୍ କିଛି ସମୟ କଥାବାର୍ତ୍ତା କରିଥିଲେ ପ୍ରଧାନମନ୍ତ୍ରୀ ସୁନକ। ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ କିଛି ଯାତ୍ରୀ ସୋଶାଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ଏଭଳି ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଛି ରୟାଲ ବ୍ରିଟିଶ ଲିଜନ।