Advertisment

ଲକଡାଉନରେ ମଦ ପାର୍ଟି କରିଥିବା ଜନସନ ଦେବେ ଇସ୍ତଫା! ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନାକ

ଲଣ୍ଡନ: ମହାମାରୀ କରୋନା ଲକଡାଉନକୁ ବେଖାତିର କରି ମଦ ପାର୍ଟିରେ ମାତିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅଡ଼ୁଆ ବଢ଼ିଛି। ସେ ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଲକଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ଇସ୍ତଫା ପାଇଁ ଦାବି ଜୋର ଧରିଛି। କେବଳ ବିରୋଧୀ ନୁହନ୍ତି, ବରଂ ବୋରିସଙ୍କ ଦଳ କଞ୍ଜରଭେଟିଭ ପାର୍ଟି ମଧ୍ୟ ସମାନ ଦାବି କରିଛି। ଏଥିଯୋଗୁ ବୋରିସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ବ୍ରିଟେନର ଏକ ଅଗ୍ରଣୀ କମ୍ପାନୀ ‘ବେଟଫେୟାର’ […]

ଅଦ୍ୟତନ ହୋଇଛି
ଲକଡାଉନରେ ମଦ ପାର୍ଟି କରିଥିବା ଜନସନ ଦେବେ ଇସ୍ତଫା! ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନାକ

UK

Advertisment

ଲଣ୍ଡନ: ମହାମାରୀ କରୋନା ଲକଡାଉନକୁ ବେଖାତିର କରି ମଦ ପାର୍ଟିରେ ମାତିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅଡ଼ୁଆ ବଢ଼ିଛି। ସେ ଦେଶର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଲକଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ଇସ୍ତଫା ପାଇଁ ଦାବି ଜୋର ଧରିଛି।

Advertisment

କେବଳ ବିରୋଧୀ ନୁହନ୍ତି, ବରଂ ବୋରିସଙ୍କ ଦଳ କଞ୍ଜରଭେଟିଭ ପାର୍ଟି ମଧ୍ୟ ସମାନ ଦାବି କରିଛି। ଏଥିଯୋଗୁ ବୋରିସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ବ୍ରିଟେନର ଏକ ଅଗ୍ରଣୀ କମ୍ପାନୀ 'ବେଟଫେୟାର' ଦାବି କରିଛି।

ଜନସନ ଇସ୍ତଫା ଦେବା ପରେ ଭାରତୀୟ ବଂଶଦ୍ଭୋବ ଋଷି ସୁନାକ ବ୍ରିଟେନରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ରିଶି ବର୍ତ୍ତମାନ ଚାନସେଲର ଭାବେ କାର୍ଯ୍ୟ କରୁଛନ୍ତି।

Advertisment

'ବେଟଫେୟାର' କହିଛି ଯେ କୋଭିଡ -୧୯ର ପ୍ରଥମ ଲକଡାଉନ ଅର୍ଥାତ ୨୦୨୦ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୧୦ ଡାଉନ ଷ୍ଟ୍ରିଟରେ ଗୋଟିଏ ମଦ ପାର୍ଟିର ଆୟୋଜନ କରାଯାଇଥିଲା। ସବୁ ନିୟମକୁ ଭାଙ୍ଗି ୫୭ ବର୍ଷୀୟ ଜନସନ ଏଥିରେ ଯୋଗଦେଇଥିଲେ। ଏ ସମ୍ପର୍କରେ ଏବେ ଖୁଲାସା ହେବା ପରେ ଜନସନଙ୍କ ଉପରେ ଚାପ ବଢ଼ିଛି। ସେ ନିଜର ଭୁଲ ସ୍ୱୀକାର କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି।

ଏହି ପାର୍ଟିରେ ଯୋଗଦେବାକୁ ୧୦୦ ଜଣଙ୍କୁ ଇ-ମେଲ ପଠା ଯାଇଥିଲା। ସେମାନଙ୍କ ମଧ୍ୟରେ ଜନସନ ଓ ତାଙ୍କ ପତ୍ନୀ ରହିଥିଲେ। ଜନସନଙ୍କ ମୁଖ୍ୟ ବ୍ୟକ୍ତିଗତ ସଚିବ ମାର୍ଟିନ ରେନୋଲ୍ଡସଙ୍କ ହିଁ ଏପରି ମେଲ ପଠାଇଥିଲେ। ଦେଶବାସୀଙ୍କୁ ପାର୍ଟି ଆୟୋଜନ କରିବାକୁ ସରକାର ବାଣ କରିଥିବା ବେଳେ କେମିତି ଜନସନ ନିଜେ ନିୟମକୁ ଭାଙ୍ଗିଥିଲେ, ତାହା ସମସ୍ତଙ୍କୁ ବିଚଳିତ କରିଛି। ଏହାକୁ ନେଇ ତାଙ୍କ ରାଜନୀତିକ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯଦି ଜନସନ ଇସ୍ତଫା ଦିଅନ୍ତି ତା’ହେଲେ ଋଷି ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରୁସ ଓ କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗୋଭ ମଧ୍ୟ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe