Advertisment

ରୁଷରେ ପଶି ତେଲ ଡିପୋକୁ ଉଡ଼ାଇ ଦେଲା ୟୁକ୍ରେନ, ଦେଖନ୍ତୁ ଭିଡିଓ

କିଭ୍‌: ରୁଷ ମାଟିରେ ପ୍ରବେଶ କରି ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ୟୁକ୍ରେନ। ପଶ୍ଚିମ ରୁଷରେ ଥିବା ତୈଳ ଡିପୋକୁ ୟୁକ୍ରେନ ସେନା ଏୟାର ଷ୍ଟ୍ରାଇକରେ ଉଡ଼ାଇ ଦେଇଥିବା ଭିଡିଓ ସାମ୍ନାକୁ ଆସିଛି। ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ କିଭ୍‌ କେବେ ହେଲେ ମସ୍କୋରେ ପ୍ରବେଶ କରିଥିବା ଖବର ମିଳି ନଥିଲା। ହେଲେ ଏବେ ପ୍ରଥମଥର ପାଇଁ ୟୁକ୍ରେନ ସେନା ହେଲିକପ୍ଟର ଦ୍ୱାରା ରୁଷ ଆକାଶ ମାର୍ଗରେ ପଶି ତୈଳ ଡିପୋ […]

ଅଦ୍ୟତନ ହୋଇଛି
ରୁଷରେ ପଶି ତେଲ ଡିପୋକୁ ଉଡ଼ାଇ ଦେଲା ୟୁକ୍ରେନ, ଦେଖନ୍ତୁ ଭିଡିଓ

attack

Advertisment

କିଭ୍‌: ରୁଷ ମାଟିରେ ପ୍ରବେଶ କରି ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ୟୁକ୍ରେନ। ପଶ୍ଚିମ ରୁଷରେ ଥିବା ତୈଳ ଡିପୋକୁ ୟୁକ୍ରେନ ସେନା ଏୟାର ଷ୍ଟ୍ରାଇକରେ ଉଡ଼ାଇ ଦେଇଥିବା ଭିଡିଓ ସାମ୍ନାକୁ ଆସିଛି। ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ କିଭ୍‌ କେବେ ହେଲେ ମସ୍କୋରେ ପ୍ରବେଶ କରିଥିବା ଖବର ମିଳି ନଥିଲା। ହେଲେ ଏବେ ପ୍ରଥମଥର ପାଇଁ ୟୁକ୍ରେନ ସେନା ହେଲିକପ୍ଟର ଦ୍ୱାରା ରୁଷ ଆକାଶ ମାର୍ଗରେ ପଶି ତୈଳ ଡିପୋ ଧ୍ୱଂସ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ୟୁକ୍ରେନର ଦୁଇଟି ଯୁଦ୍ଧ ହେଲିକପ୍ଟରରୁ ଏକାଧିକ ମିସାଇଲ ମାଡ଼ କରାଯାଉଥିବା ଦେଖିବାକୁ ମିଳିଛି। ରୁଷର ବେଲଗୋରୋଡ ଠାରେ ଥିବା ତୈଳ ଡିପୋରେ ୟୁକ୍ରେନ ପକ୍ଷରୁ ଏମଆଇ-୨୪ ହେଲିକପ୍ଟର ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ହେଲିକପ୍ଟର କମ ଉଚ୍ଚତାରେ ଉଡ଼ାଣ କରି ରୁଷ ଆକାଶ ପଥରେ ପ୍ରବେଶ କରିଥିଲେ। ଏହାପରେ ଘନଘନ ମିସାଇଲ ମାଡ଼ କରିଥିଲେ।

ସିକ୍ୟୁରିଟି କ୍ୟାମେରାରେ ହମଲାର ପୂରା ଦୃଶ୍ୟ କଏଦ ହୋଇଛି। ପ୍ରଥମେ ହେଲିକପ୍ଟର ମିସାଇଲ ମାଡ଼ ହୋଇଥିଲା। ଏହାପରେ ପୂରା ତୈଳ ଡିପୋରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା।

Advertisment


ବେଲଗୋରୋଡ ରିଜନର ଗଭର୍ଣ୍ଣର ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ “ୟୁକ୍ରେନ ଆର୍ମିର ଦୁଇଟି ହେଲିକପ୍ଟର୍‌ରେ ହୋଇଥିବା ଆକ୍ରମଣ ଯୋଗୁ ଏଠାରେ ଥିବା ପେଟ୍ରୋଲ ଡିପୋରେ ନିଆଁ ଲାଗିଛି। ଦୁଇଟି ଯାକ ହେଲିକପ୍ଟର କମ ଉଚ୍ଚତାରେ ଭଡ଼ାଣ ଭରି ରୁଷ ସୀମା ଅତିକ୍ରମ କରିଥିଲେ।

ଏହାପରେ ମସାଇଲ ମାଡ଼ କରିଛନ୍ତି। ଏହି ଘଟଣାରେ ଡିପୋରେ ଥିବା ଦୁଇ ଜଣ କର୍ମଚାରୀ ଆହୋତ ହୋଇଛନ୍ତି।” ତେବେ ୟୁକ୍ରେନ ପକ୍ଷରୁ ହମଲାକୁ ଅଗ୍ରାହ୍ୟ କିମ୍ବା ସ୍ୱୀକାର କରାଯାଇନି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe