Advertisment

ରୁଷର ଟପ୍‌ ସେନାଧିକାରୀ ନିହତ, ବ୍ରିଟେନ କହିଲା ମସ୍କୋ ହାତରେ ୧୪ ଦିନ

ନୂଆଦିଲ୍ଲୀ: ୨୧ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ରୁଷର ଆଉ ଜଣେ ବରିଷ୍ଠ ସେନାଧିକାରୀ ଯୁଦ୍ଧରେ ନିହତ ହୋଇଥିବା ୟୁକ୍ରେନ୍ ଦାବି କରିଛି। ରୁଷର ୧୫୦ ମୋଟରାଇଜ୍‌ଡ୍‌ ରାଇଫଲ ଡିଭିଜନ୍‌ର କମାଣ୍ଡର ମେଜର ଜେନେରାଲ ଓଲେଗ୍‌ ମିଟ୍ୟାଏଭ୍‌ଙ୍କ ମୃତ୍ୟୃ ଘଟିଛି। ୟୁକ୍ରେନ୍‌ ସେନା ଗୁଳିରେ ସେ ଟଳିପଡ଼ିଥିବା ଦାବି କରାଯାଇଛି।  ଓଲେଗ୍‌ ରୁଷ ସେନାର ଚତୁର୍ଥ ସର୍ବଶ୍ରେଷ୍ଠ ସେନାଧିକାରୀ ଥିଲେ। ୟୁକ୍ରେନରେ ଫେବୃଆରୀ ୧୨ରୁ ରୁଷ ସାମରିକ ଅଭିଯାନ ଜାରି ରଖିଛି। ପୂର୍ବରୁ ରୁଷର  ମେଜର ଜେନେରାଲ […]

ଅଦ୍ୟତନ ହୋଇଛି
ରୁଷର ଟପ୍‌ ସେନାଧିକାରୀ ନିହତ,  ବ୍ରିଟେନ କହିଲା ମସ୍କୋ ହାତରେ ୧୪ ଦିନ

u-krain

Advertisment

ନୂଆଦିଲ୍ଲୀ: ୨୧ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ରୁଷର ଆଉ ଜଣେ ବରିଷ୍ଠ ସେନାଧିକାରୀ ଯୁଦ୍ଧରେ ନିହତ ହୋଇଥିବା ୟୁକ୍ରେନ୍ ଦାବି କରିଛି। ରୁଷର ୧୫୦ ମୋଟରାଇଜ୍‌ଡ୍‌ ରାଇଫଲ ଡିଭିଜନ୍‌ର କମାଣ୍ଡର ମେଜର ଜେନେରାଲ ଓଲେଗ୍‌ ମିଟ୍ୟାଏଭ୍‌ଙ୍କ ମୃତ୍ୟୃ ଘଟିଛି। ୟୁକ୍ରେନ୍‌ ସେନା ଗୁଳିରେ ସେ ଟଳିପଡ଼ିଥିବା ଦାବି କରାଯାଇଛି।  ଓଲେଗ୍‌ ରୁଷ ସେନାର ଚତୁର୍ଥ ସର୍ବଶ୍ରେଷ୍ଠ ସେନାଧିକାରୀ ଥିଲେ। ୟୁକ୍ରେନରେ ଫେବୃଆରୀ ୧୨ରୁ ରୁଷ ସାମରିକ ଅଭିଯାନ ଜାରି ରଖିଛି। ପୂର୍ବରୁ ରୁଷର  ମେଜର ଜେନେରାଲ ରାଙ୍କର ୪ ଜଣ ଅଫିସରଙ୍କୁ  ୟୁକ୍ରେନ୍ ସେନା ହତ୍ୟା କରିଥିବା କହିଛି। ତେବେ ବର୍ତ୍ତମାନ ସୁଦ୍ଧା ୧୨,୦୦୦ ରୁଷ ସୈନ୍ୟ ନିହତ ହୋଇଛନ୍ତି।

Advertisment

ସେହିପରି ୫୭ଟି ପ୍ଲେନ୍‌, ୩୫୩ଟି ଟ୍ୟାଙ୍କ ଏବଂ ୮୩ଟି ହେଲିକପ୍ଟରକୁ ନଷ୍ଠ କରାଯାଇଥିବା ୟୁକ୍ରେନ୍‌ ଦାବି କରିଛି । ଏହା ବ୍ୟତୀତ ରୁଷର ଆହୁରି ବ୍ୟାପକ କ୍ଷତି ହୋଇଛି।  ୧୨୫ଟି  ବନ୍ଧୁକ, ୧୧୬୫ଟି ସାମରିକ ଯାନକୁ ମଧ୍ୟ ନଷ୍ଠ କରାଯାଇଥିବା ୟୁକ୍ରେନ୍‌ ଦାବି କରିଛି।  ଏହାରି ଭିତରେ ବ୍ରିଟିସ୍‌ ଗୋଇନ୍ଦା ବିଭାଗ ପକ୍ଷରୁ  ଏକ ଚାଞ୍ଚଲ୍ୟକର ବୟାନ ଦେଇଛି।

ରୁଷ ପାଖରେ ଆଉ ମାତ୍ର ୧୪ ଦିନ ପାଇଁ ସାମାରକ ସରଞ୍ଜାମ ରହିଛି ବୋଲି ବ୍ରିଟେନ୍ କହିଛଛି।  ତେଣୁ ୟୁକ୍ରେନ ବିରୋଧରେ ରୁଷ ପାଇଁ ଲଢ଼େଇ କରିବା କାଠିକର ପାଠ ହୋଇପଡ଼ବି।  ମୁଖ୍ୟତଃ କିଭ୍‌ ମିଶନରେ ବାହାରିଥିବା ରୁଷର ଲକ୍ଷ୍ୟ ପୂରଣ ହେବା କଷ୍ଟକର ହୋଇପଡ଼ିବ। ସେହିପରି ବରିଷ୍ଠ ଅର୍ଥନୀତିଜ୍ଞଙ୍କ ଆକଳନ ଅନୁଯାୟୀ, ୟୁକ୍ରେନ ବିରୋଧରେ ଯୁଦ୍ଧ ରୁଷ ଅର୍ଥ ବ୍ୟବସ୍ଥା  ଉପରେ ମାରାତ୍କ ପ୍ରଭାବ ପକପାଇବ।  ଏହି ଯୁଦ୍ଧ ରୁଷର ଅର୍ଥନୀତିକୁ ୩୦ ବର୍ଷ ପଛକୁ ଠେଲିଦେବ। ସେମାନେ କହିଛନ୍ତି ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ରୁଷର ଜୀବନ ମାନ ବିଗିଡ଼ି ଯିବ।  ଅନ୍ୟପଟେ କିଭ୍‌ରେ ଏବେ କର୍ଫ୍ୟୁ ଲାଗୁ କରାଯାଇଚି।  ରୁଷର ଆକ୍ରମଣ ଜାରି ରହିଥିବାରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ  କର୍ଫ୍ୟୁ ଲାଗୁ କରାଯାଇଛି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe