Advertisment

ପୁଣି ୟୁକ୍ରେନ୍‌ର ୫ଟି ସହରରେ ଯୁଦ୍ଧ ଉପରେ ବ୍ରେକ୍‌ ଲଗାଇଲା ରୁଷ

କିଭ୍‌: ଯୁଦ୍ଧ ଘମାଘୋଟ ଭିତରେ ଫସି ରହିଛନ୍ତି ଦେଶବିଦେଶର ଅନେକ ଲୋକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶର ଚାପ ରୁଷ ଓ ୟୁକ୍ରେନ୍‌ ଉପରେ ପଡିବାରେ ଲାଗିଛି। ତେଣୁ ମାନବିକାତ ଦୃଷ୍ଟିକୋଣରୁ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଦେଶକୁ ପଠାଇବା ପାଇଁ ରୁଷ ବିଭିନ୍ନ ସହରରେ ଯୁଦ୍ଧବିରତି ଘୋଷଣା କରିଛି। ଆଜି ରୁଷ ୟୁକ୍ରେନ୍‌ର ୫ଟି ସହରରେ ଯୁଦ୍ଧବିରତି ଘୋଷଣା କରିଛି। ଯେଉଁ ୫ଟି ସହରରେ ସାମୟିକ ଯୁଦ୍ଧ ବନ୍ଦ ଘୋଷଣା କରିଛି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପୁଣି ୟୁକ୍ରେନ୍‌ର ୫ଟି ସହରରେ ଯୁଦ୍ଧ ଉପରେ ବ୍ରେକ୍‌ ଲଗାଇଲା ରୁଷ

russia-ukraine war

କିଭ୍‌: ଯୁଦ୍ଧ ଘମାଘୋଟ ଭିତରେ ଫସି ରହିଛନ୍ତି ଦେଶବିଦେଶର ଅନେକ ଲୋକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶର ଚାପ ରୁଷ ଓ ୟୁକ୍ରେନ୍‌ ଉପରେ ପଡିବାରେ ଲାଗିଛି। ତେଣୁ ମାନବିକାତ ଦୃଷ୍ଟିକୋଣରୁ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଦେଶକୁ ପଠାଇବା ପାଇଁ ରୁଷ ବିଭିନ୍ନ ସହରରେ ଯୁଦ୍ଧବିରତି ଘୋଷଣା କରିଛି।

Advertisment

ଆଜି ରୁଷ ୟୁକ୍ରେନ୍‌ର ୫ଟି ସହରରେ ଯୁଦ୍ଧବିରତି ଘୋଷଣା କରିଛି। ଯେଉଁ ୫ଟି ସହରରେ ସାମୟିକ ଯୁଦ୍ଧ ବନ୍ଦ ଘୋଷଣା କରିଛି ରୁଷ ସେଥିମଧ୍ୟରୁ ସୁମି ସହର ଅନ୍ୟତମ। ଯେଉଁଠି ଶତାଧିକ ଭାରତୀୟ ଏବେ ଫସି ରହିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁମିରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ।

ପାଖାପାଖି ୫୦ ମିନିଟ୍‌ ଧରି ମୋଦି ପୁଟିନଙ୍କ ସହ କଥା ହେବା ବେଳେ ସୁମିରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମୟରେ ପୁଟିନ ମଧ୍ୟ ମୋଦିଙ୍କ ଆଶ୍ୱାସନା ଦେଇଥିଲେ। ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବରେ ସହଯୋଗ କରିବେ ବୋଲି ସୂଚନା ରହିଛି। ଆଉ ଏହାପରେ ପୁଟିନ ଫୋର୍ସ ୫ ସହରରେ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି।

Advertisment

କିଭ୍, ଖାରକିଭ୍, ମାରିୟିପୋଲ, ସୁମି ଓ ଚେର୍ନିହିଭ୍ ସହର ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି। ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହେବ। ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି। ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିବେ।

ସୁମିରେ ଏବେ ବି ପ୍ରାୟ ୭ଶହ ଭାରତୀୟ ଫସି ରହିଛନ୍ତି। କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ। ସୁମିରେ ଗୁଳିବର୍ଷା ଏବଂ ହିଂସା ଜାରି ରହିଛି। ଗମନାଗମନର କୌଣସି ସୁବିଧା ନଥିବାରୁ ସୁମିରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ଗତକାଲି ମଧ୍ୟ ସୁମି ସହର ପାଇଁ ସାମୟିକ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ସମୟରେ ସୁମିରେ ଫଶି ରହିଥିବା ଭାରତୀୟ ୟୁକ୍ରେନ୍ ସୀମାକୁ ଯିବା ପାଇଁ ବସରେ ଚଢିଥିଲେ। ହେଲେ ଯୁଦ୍ଧ ବିରତିର ସମୟ ଶେଷ ହୋଇ ଯାଇଥିବାରୁ ସେମାନଙ୍କୁ ବସରୁ ଓହ୍ଲାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରେ ତୁର୍କୀ ନେତୃତ୍ୱରେ ରୁଷ-ୟୁକ୍ରେନ ମଧ୍ୟରେ ଏକ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିବେ। ଯୁଦ୍ଧ ପରେ ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ବାରମ୍ବାର ଫୋନ୍‌ରେ କଥା ହେଉଛନ୍ତି। କିନ୍ତୁ ଏହାରି ଭିତରେ ତୁର୍କୀ ଦୁଇ ଦେଶକୁ ନିଜ ଦେଶର ଟେବୁଲ ଉପରକୁ ଡାକିଛି।

Russia-Ukraine War