Advertisment

ଜେଲେନସ୍କିଙ୍କ ଠିକଣା କହିଲେ ପୂର୍ବତନ ୟୁକ୍ରେନ ପ୍ରଧାନମନ୍ତ୍ରୀ, ପରମାଣୁ ଅସ୍ତ୍ର ବି କ୍ଷତି କରିପାରିବନି

କିଭ୍‌: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଲଢ଼େଇ ଆହୁରି ତୀବ୍ର ହୋଇଛି। ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଥିଲେ ମଧ୍ୟ ଥମିବାର ନାଁ ଧରୁନି। ୟୁକ୍ରେନ ସୈନ୍ୟମାନେ ରୁଷର କଡ଼ା ମୁକାବିଲା କରିବାରେ ଲାଗିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପୋଲାଣ୍ଡ ଚାଲି ଯାଇଥିବା ରୁଷ ବାରମ୍ବାର ଦାବି କରୁଛି। ହେଲେ ଏହାକୁ ୟୁକ୍ରେନ ସରକାର ଖଣ୍ଡନ କରି ଆସୁଛି। ଏସବୁ ଭିତରେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭ ବଡ଼ ବୟାନ ଦେଇଛନ୍ତି। ସେ ଜେଲେନସ୍କିଙ୍କ […]

ଜେଲେନସ୍କିଙ୍କ ଠିକଣା କହିଲେ ପୂର୍ବତନ ୟୁକ୍ରେନ ପ୍ରଧାନମନ୍ତ୍ରୀ, ପରମାଣୁ ଅସ୍ତ୍ର ବି କ୍ଷତି କରିପାରିବନି

Bunker

Advertisment

କିଭ୍‌: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଲଢ଼େଇ ଆହୁରି ତୀବ୍ର ହୋଇଛି। ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଥିଲେ ମଧ୍ୟ ଥମିବାର ନାଁ ଧରୁନି। ୟୁକ୍ରେନ ସୈନ୍ୟମାନେ ରୁଷର କଡ଼ା ମୁକାବିଲା କରିବାରେ ଲାଗିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପୋଲାଣ୍ଡ ଚାଲି ଯାଇଥିବା ରୁଷ ବାରମ୍ବାର ଦାବି କରୁଛି।

Advertisment

ହେଲେ ଏହାକୁ ୟୁକ୍ରେନ ସରକାର ଖଣ୍ଡନ କରି ଆସୁଛି। ଏସବୁ ଭିତରେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭ ବଡ଼ ବୟାନ ଦେଇଛନ୍ତି। ସେ ଜେଲେନସ୍କିଙ୍କ ଠିକଣାର ଖୁଲାସା କରିଛନ୍ତି। ଏଥିସହ ଜେଲେନସ୍କି ରହିଥିବା ସ୍ଥାନରେ ରୁଷର ପରମାଣୁ ଅସ୍ତ୍ର ମଧ୍ୟ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଜରୋଭ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କି ଏବେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ କିଭ୍‌ରେ ହିଁ ଅଛନ୍ତି। କିଭ୍‌ରେ ଥିବା ଗୋଟିଏ ଅତି ସୁରକ୍ଷିତ ବଙ୍କର ମଧ୍ୟରେ ସେ ରହିଛନ୍ତି। ଏହି ବଙ୍କରଟି ଏତେ ଶକ୍ତିଶାଳୀ ଯେ ପରମାଣୁ ବୋମା ମଧ୍ୟ ଏହାର କୌଣସି ପ୍ରକାରର କ୍ଷତି କରିପାରିବ ନାହିଁ।

Advertisment

ରୁଷ ଜାଣିଶୁଣି ଲୋକ ଓ ସେନା ଯବାନଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାରୁ ଅପ୍ରଚାର କରୁଛି। ଜେଲେନସ୍କି ପୂର୍ବଭଳି ୟୁକ୍ରେନରେ ରହିଛନ୍ତି। ଆଗକୁ ମଧ୍ୟ ସେ ଏହିଠାରେ ରହିବେ ବୋଲି ଅଜରୋଭ କହିଛନ୍ତି।

ଅନ୍ୟପକ୍ଷରେ ରୁଷ ଆକ୍ରମଣ କରିବା ଦିନ ଠାରୁ ଇତି ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୩ ଥର ଉଦ୍ୟମ ହୋଇ ସାରିଥିବା ଗତକାଲି ଖବର ପ୍ରକାଶ ପାଇଥିଲା। ରୁଷ ସମର୍ଥନରେ ଦୁଇଟି ଗ୍ରୁପର ସଦସ୍ୟ ଜେଲେନସ୍କିଙ୍କୁ ହତ୍ୟା କରିବାକୁ ପ୍ରୟାସ କରିଥିଲେ। ହେଲେ ରୁଷର ଗୁଇନ୍ଦା ବିଭାଗରେ ଥିବା ଯୁଦ୍ଧ ବିରୋଧୀ ଅଧିକାରୀଙ୍କ ସୂଚନା ବଳରେ ୟୁକ୍ରେନ ସୁରକ୍ଷାକର୍ମୀମାନେ ଏହି ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ତଥାପି ତାଙ୍କ ଜୀବନ ଉପରୁ ବିପଦ ଏବେ ବି ଟଳିନାହିଁ। ଏଥିପାଇଁ ସେ ବଙ୍କର ମଧ୍ୟରେ ରହିଥିବା କୁହାଯାଉଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe