Advertisment

ଆଲୋଚନା ପାଇଁ ଡାକିଲା ରୁଷ, ମନାକଲା ୟୁକ୍ରେନ୍‌

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଭିତରେ ଚାଲିଥିବା ମହାଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର। ଖୁବଶୀଘ୍ର ରୁଷ-ୟୁକ୍ରେନ୍‌ ସଙ୍କଟର ସମାଧାନ ହୋଇପାରେ। ୟୁକ୍ରେନ୍‌କୁ ଅଲୋଚନା ପାଇଁ ପ୍ରସ୍ତାବ ଦେଇଛି ରୁଷ। ରୁଷର ନ୍ୟୁଜ୍ ଏଜେନ୍ସି ମୁତାବକ, ବେଲାରୁଷରେ ୟୁକ୍ରେନ ସହ ଆଲୋଚନା କରିବାକୁ କ୍ରେମଲିନ୍ ରାଜି ହୋଇଛି। ରୁଷର ପ୍ରତିନିଧିମଣ୍ଡଳରେ ଅନେକ ମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ପ୍ରଶାସନର ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି। ବେଲାରୁଷରେ ପହଞ୍ଚିଥିବା ରୁଷିଆ ଦଳ କହିଛି, ଯେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଲୋଚନା ପାଇଁ ଡାକିଲା ରୁଷ, ମନାକଲା ୟୁକ୍ରେନ୍‌

peace talks

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଭିତରେ ଚାଲିଥିବା ମହାଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର। ଖୁବଶୀଘ୍ର ରୁଷ-ୟୁକ୍ରେନ୍‌ ସଙ୍କଟର ସମାଧାନ ହୋଇପାରେ। ୟୁକ୍ରେନ୍‌କୁ ଅଲୋଚନା ପାଇଁ ପ୍ରସ୍ତାବ ଦେଇଛି ରୁଷ। ରୁଷର ନ୍ୟୁଜ୍ ଏଜେନ୍ସି ମୁତାବକ, ବେଲାରୁଷରେ ୟୁକ୍ରେନ ସହ ଆଲୋଚନା କରିବାକୁ କ୍ରେମଲିନ୍ ରାଜି ହୋଇଛି।

Advertisment

ରୁଷର ପ୍ରତିନିଧିମଣ୍ଡଳରେ ଅନେକ ମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ପ୍ରଶାସନର ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି। ବେଲାରୁଷରେ ପହଞ୍ଚିଥିବା ରୁଷିଆ ଦଳ କହିଛି, ଯେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଆମେ ୟୁକ୍ରେନର ପ୍ରତିନିଧିତ୍ୱକୁ ଅପେକ୍ଷା କରିଛୁ।

ସେପଟେ କିନ୍ତୁ ରୁଷ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍‌। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆ ସହ ଆଲୋଚନା ପାଇଁ ରାଜି ଅଛନ୍ତି କିନ୍ତୁ ବେଲାରୁଷରେ ଆଲୋଚନା କରିବାକୁ ମନା କରିଛନ୍ତି ଜେଲେନସ୍କି। ବେଲାରୁଷ ବଦଳରେ ଅନ୍ୟସ୍ଥାନରେ ଆଲୋଚନା କରିବା ପାଇଁ ରୁଷକୁ କହିଛି ୟୁକ୍ରେନ୍‌। ବେଲାରୁଷ ବଦଳରେ ୱାର୍ସ, ବ୍ରାଟିସଲାଭା, ବୁଡାପେଷ୍ଟ, ଇସ୍ତାନବୁଲ, ବାକି ଆଦି ସ୍ଥାନ ମଧ୍ୟରୁ ଯେକୌଣସି ସ୍ଥାନରେ ଆଲୋଚନା ପାଇଁ ଅନଲାଇନ ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି ଜେଲେନସ୍କି।

Advertisment

ଅନ୍ୟପକ୍ଷରେ, ରୁଷର ସେନ୍ୟମାନେ ୟୁକ୍ରେନର ଦ୍ୱିତୀୟ ପ୍ରମୁଖ ସହର ଖାର୍‌କିଭରେ ପ୍ରବେଶ କରିଛନ୍ତି, ସେଠାରେ ଯୁଦ୍ଧ ଜାରି ରହିଛି। ଏହାପୂର୍ବରୁ କିଭ୍‌ରେ ରୁଷର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ସରକାର ଦାବି କରିବା ପରେ ରୁଷ ଚାରିପଡୁ କିଭ୍‌କୁ ଆକ୍ରମଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛି।

ଏହାପରେ ୟୁକ୍ରେନର ରାଜଧାନୀ କିଭ୍‌ରେ ଭୟର ବାତାବରଣ ଖେଳିଯାଇଛି। ଏଠାରେ କ୍ରମାଗତ ଭାବରେ ଯୁଦ୍ଧ ସାଇରନ୍ ବାଜୁଛି। ରୁଷର ଆକ୍ରମଣ ବର୍ତ୍ତମାନ ବେକାବୁ ହୋଇପଡିଛି। ବର୍ତ୍ତମାନ ରୁଷ ୟୁକ୍ରେନର ରାଜଧାନୀ କିଭକୁ କାବୁ କରିବାକୁ ପ୍ରସ୍ତୁତ ହେଉଛି। ରାଜଧାନୀ କିଭ୍‌ରୁ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଗାଁ ଆଡ଼କୁ ଦୌଡୁଛନ୍ତି।