Advertisment

କେଉଁଠି ଅଛନ୍ତି ୟୁକ୍ରେନ ରାଷ୍ଟ୍ରପତି? ଭିଡିଓ ଜାରି କହିଲେ ମୁଁ କାହାକୁ ଡରେନି

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ୧୩ ଦିନ ହେଲାଣି ରୁଷ ସେନା ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ ରାଜଧାନୀ କିଭ୍‌କୁ ଦଖଲ କରିପାରି ନାହାନ୍ତି। ୟୁକ୍ରେନ ସେନା ଓ ସାଧାରଣ ଲୋକ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ରୁଷକୁ କଡ଼ା ଜବାବ ଦେଇଛନ୍ତି। ଯୁଦ୍ଧର ଭୟାବହତା ବଢ଼ୁଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଥିଲା। ତେବେ ଜେଲେନସ୍କି ନିଜେ ଗୋଟିଏ […]

ଅଦ୍ୟତନ ହୋଇଛି
କେଉଁଠି ଅଛନ୍ତି ୟୁକ୍ରେନ ରାଷ୍ଟ୍ରପତି? ଭିଡିଓ ଜାରି କହିଲେ ମୁଁ କାହାକୁ ଡରେନି

zelensky

Advertisment

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ୧୩ ଦିନ ହେଲାଣି ରୁଷ ସେନା ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ ରାଜଧାନୀ କିଭ୍‌କୁ ଦଖଲ କରିପାରି ନାହାନ୍ତି। ୟୁକ୍ରେନ ସେନା ଓ ସାଧାରଣ ଲୋକ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ରୁଷକୁ କଡ଼ା ଜବାବ ଦେଇଛନ୍ତି।

Advertisment

ଯୁଦ୍ଧର ଭୟାବହତା ବଢ଼ୁଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଥିଲା। ତେବେ ଜେଲେନସ୍କି ନିଜେ ଗୋଟିଏ ଭିଡିଓ ଜାରି କରି ନିଜର ଠିକଣା ସମ୍ପର୍କରେ ପୂରା ବିଶ୍ୱକୁ ସୂଚନା ଦେଇଛନ୍ତି। ଏଥିସହ ସେ ଲୁଚି ନାହାନ୍ତି ଓ କାହାକୁ ଡରନ୍ତି ନାହିଁ ବୋଲି ବେଶ ଦୃଢ଼ତାର ସହ କହିଛନ୍ତି।

ଜେଲେନସ୍କି ସୋଶାଲ ମିଡିଆରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ରାଜଧାନୀ କିଭ୍‌ରେ ଥିବା କହିଛନ୍ତି। ଭିଡିଓଟିରେ ଜେଲେନସ୍କି ତାଙ୍କ ଅଫିସରେ ଥିବା ସ୍ପଷ୍ଟ ଜଣାପଡ଼ୁଛି।

Advertisment

ସେ କହିଛନ୍ତି, “ଏହା ଯୁଦ୍ଧର ସମୟ। ମୁଁ କିଭ୍‌ରେ ଅଛି। ଏବେ ମୁଁ ବାଙ୍କୋଭା ଷ୍ଟ୍ରିଟରେ ବସିଛି। ମୁଁ ଲୁଚି ନାହିଁ ଓ ମୁଁ କାହାକୁ ଡରେନାହିଁ।” ବାଙ୍କୋଭା ହେଉଛି ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ।

ଏହି ଦେଶାତ୍ମକ ଯୁଦ୍ଧକୁ ଜିତିବା ପାଇଁ ଯାହା ସବୁ ଦରକାର ସେ ସବୁ କରାଯିବ ବୋଲି ମଧ୍ୟ ଜେଲେନସ୍କି ଦମ୍ଭୋକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି, “ଆଜି ଆମ ସଂଘର୍ଷର ଦ୍ୱାଦଶ ସନ୍ଧ୍ୟା(ସୋମବାର)। ଆମେ ସମସ୍ତେ ଯୁଦ୍ଧ କ୍ଷେତ୍ରରେ ରହିଛୁ। ଆମେ ସମସ୍ତେ ଏକାଠି କାମ କରୁଛୁ।

ମୁଁ କିଭରେ ଅଛି ଓ ମୋ ଟିମ ମଧ୍ୟ ଏଠାରେ ରହିଛନ୍ତି। ରୁଷ ସେନା ଦେଶ ଛାଡ଼ିବାକୁ ଚେଷ୍ଟା କରୁଥିବା ସାଧାରଣ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ମାନବୀୟ କରିଡର ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରାଯାଉଛି କି? ମାନବୀୟ କରିଡର ବଦଳରେ ରୁଷର ଟ୍ୟାଙ୍କ ତା’ର ଅସଲ ଚେହେରା ଦେଖାଉଛି। ରୁଷର ଏକାଧିକ ରକେଟ ଲଞ୍ଚର ଓ ରୁଷର ମେସିନ ଗନ ମାନୀବୟ କରିଡରର ସ୍ଥାନ ନେଇଛି।”


ସୂଚନାଯୋଗ୍ୟ, ରୁଷ ହମଲା କରିବା ଦିନ ଠାରୁ ଜେଲେନସ୍କିଙ୍କୁ ୩ ଥର ହତ୍ୟା ପାଇଁ ଉଦ୍ୟମ ହୋଇଥିବା ଖବର ମିଳିଛି। ତେବେ ୟୁକ୍ରେନ ସୁରକ୍ଷାକର୍ମୀମାନେ ଏହି ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe