Advertisment

ରୁଷରେ ଯୁଦ୍ଧକୁ ବିରୋଧ, ୩୦୦୦ରୁ ଅଧିକ ବିକ୍ଷୋଭକାରୀ ଗିରଫ

ମସ୍କୋ: ୟୁକ୍ରେନ୍‌ରେ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଏପରି ଆକ୍ରମଣକୁ ବିରୋଧ କରୁଛନ୍ତି ରୁଷବାସୀ। ରୁଷରେ ଗତ ତିନି ଦିନ  ହେଲା ଯୁଦ୍ଧ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ତେବେ ଏଥିରେ ଭାଗ ନେଇଥିବା ୩୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୁଟିନ ପୁଲିସ ଗିରଫ କରିଛି। ସମଗ୍ର ରୁଷରେ ବିରୋଧ ପ୍ରଦର୍ଶନ ବେଳେ ଗିରଫଦାରୀ ଉପରେ ନଜର ରଖୁଥିବା ଏକ ଗୋଷ୍ଠୀ ‘OVD-Info Monitor’ ଟ୍ୱିଟ୍ କରି କହିଛି, ଗତ ତିନି ଦିନ ମଧ୍ୟରେ ପୂରା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରୁଷରେ ଯୁଦ୍ଧକୁ ବିରୋଧ, ୩୦୦୦ରୁ ଅଧିକ ବିକ୍ଷୋଭକାରୀ ଗିରଫ

russia-crisis

ମସ୍କୋ: ୟୁକ୍ରେନ୍‌ରେ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଏପରି ଆକ୍ରମଣକୁ ବିରୋଧ କରୁଛନ୍ତି ରୁଷବାସୀ। ରୁଷରେ ଗତ ତିନି ଦିନ  ହେଲା ଯୁଦ୍ଧ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ତେବେ ଏଥିରେ ଭାଗ ନେଇଥିବା ୩୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୁଟିନ ପୁଲିସ ଗିରଫ କରିଛି।

Advertisment

ସମଗ୍ର ରୁଷରେ ବିରୋଧ ପ୍ରଦର୍ଶନ ବେଳେ ଗିରଫଦାରୀ ଉପରେ ନଜର ରଖୁଥିବା ଏକ ଗୋଷ୍ଠୀ 'OVD-Info Monitor' ଟ୍ୱିଟ୍ କରି କହିଛି, ଗତ ତିନି ଦିନ ମଧ୍ୟରେ ପୂରା ରୁଷରେ ଯୁଦ୍ଧ ବିରୋଧୀ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିବା ଅତିକମରେ ୩୦୯୩ ଲୋକଙ୍କୁ ଗିରଫ କରାଯାଇଛି। ପୁଲିସ ଗତ ଫେବ୍ରୁଆରୀ ୨୪ ତାରିଖରେ ଅତିକମରେ ୧୯୬୭, ଫେବ୍ରୁଆରୀ ୨୫ରେ ୬୩୪ ଓ ଫେବ୍ରୁଆରୀ ୨୬ରେ ୪୯୨ ଲୋକଙ୍କୁ ଗିରଫ କରିଛି।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ସାମରିକ କାର୍ଯ୍ୟକଳାପକୁ ବିରୋଧ କରି ରୁଷର ବିଭିନ୍ନ ସହରଗୁଡ଼ିକରେ ବିରୋଧ ପ୍ରଦର୍ଶନ ହେଉଛି। ବିକ୍ଷୋଭକାରୀମାନେ ଆମେରିକାର ହ୍ୱାଇଟ୍‌ ହାଉସ ବାହାରେ ମଧ୍ୟ ରାଲି କରିଥିଲେ ଏବଂ ଦିନସାରା ରୁଷର ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ହ୍ୱାଇଟ୍‌ ହାଉସର ପ୍ରେସ୍‌ ସଚିବ ଜେନ ସାକି କହିଛନ୍ତି, 'ରୁଷ ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କ ଯୁଦ୍ଧ ବିରୋଧରେ ସର୍ବସାଧାରଣରେ ବିରୋଧ କରିବା ଅତ୍ୟନ୍ତ ସାହସିକ କାର୍ଯ୍ୟ। ଏହାଦ୍ୱାରା ଜଣାପଡିଛି ଯେ, ୟୁକ୍ରେନ୍‌ରେ ପୁଟିନ୍‌ ଯାହା କରୁଛନ୍ତି, ତାକୁ କିଛି ରୁଷବାସୀ ସମର୍ଥନ କରୁନାହାନ୍ତି। ସେମାନେ ଏଥିରେ ସହମତି ନୁହନ୍ତି।'